ସନ୍ନି ଲିଓନିଙ୍କ ନୂଆ ଖୁଲାସା ! ଏହି ଯୁବକଙ୍କ ନାମରେ ରଖିଦେଇଥିଲେ ନିଜ ନାଁ

40

ବଲିଉଡ ବିୟୁଟି ତଥା ଅଭିନେତ୍ରୀ ସନ୍ନି ଲିଓନିଙ୍କ ସଂପର୍କରେ ଏବେ ବି କିଛି କଥା ରହିଛି ଯାହା ଆପଣଙ୍କୁ ପ୍ରାୟତଃ ଜଣା ନଥିବ । ଆଉ ଯାହାର ଖୁଲାସା ଖୋଦ୍ ସନ୍ନି ଲିଓନି ନିକଟରେ ଏକ ସାକ୍ଷାତକାରରେ କରିଛନ୍ତି । ତେବେ ମାମଲାଟି ହେଲା ତାଙ୍କ ନାଁ ପଛରେ ଥିବା କାହାଣୀ । ସନ୍ନି କହିଛନ୍ତି, ତାଙ୍କୁ କରଣଜିତ୍ ନାଁ ଖୁବ୍ ପସନ୍ଦ ଥିଲା । ପିଲାବେଳେ ସେ ସବୁବେଳେ ପୁଅଙ୍କ ଭଳି ରହିବାକୁ ଅଧିକ ପସନ୍ଦ କରୁଥିବାବେଳେ ତାଙ୍କର ସମସ୍ତ ବନ୍ଧୁ ପୁଅ ହିଁ ଥିଲେ । ତେବେ ୨୦୦୮ ହଠାତ୍ ତାଙ୍କ ମାଙ୍କ ମୃତ୍ୟୁ ଘଟିଥିଲା । ଯାହାପରେ ତାଙ୍କ ପରିବାର କାନାଡାକୁ ସିଫ୍ଟ କରିବାକୁ ପଡିଥିଲା ।

ସନ୍ନି ସାକ୍ଷାତକାରରେ ଆଉ ମଧ୍ୟ କହିଥିଲେ, ତାଙ୍କ ପାଇଁ ଆଡଲ୍ଟ ସିନେମା ଚୟନ କରିବା କୌଣସି ସହଜ କଥା ନଥିଲା । କାରଣ ତାଙ୍କର ଇଚ୍ଛା ଥିଲା ସେ ଜଣେ ନର୍ସ ହେବା ପାଇଁ । ଆଉ ଏଥିପାଇଁ ସେ ଏକ ବେକରୀ ଦୋକାନରେ ପାର୍ଟ ଟାଇମ କାମ ମଧ୍ୟ କରିଥିଲେ । ଆଡଲ୍ଟ ସିନେମା କରିବା ପୂର୍ବରୁ ସେ ଏକ ମାଗାର୍ଜିନ ପାଇଁ ନିଜର ଫଟୋ ସୁଟ କରୁଥିଲେ ସେହି ସମୟରେ ତାଙ୍କ ନାଁ କରଣଜିତ୍ କୋର ବୋହରା ହିଁ ଥିଲା । ମାତ୍ର ଏହାର ନିର୍ଦ୍ଦେଶକ ସନ୍ନିଙ୍କୁ ତାଙ୍କ ନାଁ ବଦଳାଇବାକୁ କହିଥିଲେ । ତେବେ ଏହି ମୂହୂର୍ତ୍ତରେ ସନ୍ନିଙ୍କ ପାଖରେ କୌଣସି ବିକଳ୍ପ ନଥିଲା କି ନିଜ ନାଁ କଣ ରଖିବେ ବୋଲି ଠିକ୍ ଏହି ସମୟରେ ସନ୍ନିଙ୍କୁ ତାଙ୍କ ଭାଇ ସନ୍ଦିପଙ୍କ କଥା ମନେ ପଡିିଥିଲା ଯାହାଙ୍କୁ ଘରେ ଅତି ଶ୍ରଦ୍ଧାରେ ସନ୍ନି ଡାକନ୍ତି । ଆଉ ଏହାପରେ ସେ ତାଙ୍କ ନାଁ କରଣଜିତ୍ କୁ ବଦଳାଇ ତାଙ୍କ ଭାଇଙ୍କ ନାଁ ସନ୍ନି ନାମରେ ରଖିଦେଇଥିଲେ ।

ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ‘ଲିଓନି’ କେଉଁଠୁ ଆସିଲା ? ତେବେ ଜଣେ ଇଟାଲିୟନ ନିର୍ଦ୍ଦେଶକ ଯାହାଙ୍କ ନାଁ ସାର୍ଜିଓ ଲିଓନି । ଆଉ ସନ୍ନି ତାଙ୍କ ଦ୍ୱାରା ଖୁବ୍ ପ୍ରଭାବିତ ଥିଲେ । ଯେଉଁଥିପାଇଁ ସନ୍ନି ତାଙ୍କ ନାଁରୁ ସରନେମ ଲିଓନି କୁ ନିଜର ନାଁ ସହ ଯୋଡି ଦେଇଥିଲେ ।