ପଦାରେ ପଡିଲା ‘ବାହୁବଳୀ’ର କାରନାମା ! ଜାଣନ୍ତୁ ସିନେମାରେ ଦେଖାଯାଇଥିବା ଷଣ୍ଢ ଲଢେଇର ରହସ୍ୟ

305

ବହୁ ଚର୍ଚ୍ଚିତ ସିନେମା ବାହୁବଳୀ-ଟୁ ବକ୍ସ ଅଫିସରେ ଦିନକୁ ଦିନ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଏହାଛଡା ସିନେମାଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ଏଭଳି ଉତ୍କଣ୍ଠା ଭରିରହିଛି କି ଏହାକୁ ସେମାନେ ଦୁଇ ଦୁଇ ଥର ମଧ୍ୟ ଦେଖିସାରିଲେଣି । ତେବେ ଯାହା ଆଶା କରାଯାଉଛି ଏଯାବତ ସିନେମାଟିକୁ ନେଇ ଥିବା ବହୁ ଚର୍ଚ୍ଚିତ ଦ୍ୱନ୍ଦ ବା ପ୍ରଶ୍ନ ତଥା ‘କଟ୍ଟପ୍ପା ବାହୁବଳୀକୁ କାହିଁକି ମାରିଲା’ର ଉତ୍ତର ଦର୍ଶକେ ପାଇସାରିଥିବେ । ତେଣୁ ଆଜି ଆମେ ମଧ୍ୟ ଏହି ସିନେମା ସହ ଜଡିତ ଏକ ଚର୍ଚ୍ଚିତ ତଥା ରୋମାଂଚକ ଦୃଶ୍ୟ ସଂପର୍କରେ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

୨୦୧୫ରେ ସିନେମା ‘ବାହୁବଳୀ’ର ପ୍ରଥମ ଭାଗ ପରଦାକୁ ଆସିଥିଲା । ଏହି ସିନେମାରେ ମୁଖ୍ୟଖଳନାୟକ ତଥା ଭଲ୍ଲାଲଦେବ ଏକ ଷଣ୍ଢ ସହ ଲଢୁଥିବାର ଦୃଶ୍ୟ ଦେଖାଯାଇଥିଲା । ତେବେ ଆଜି ଆମେ ଏହି ଦୃଶ୍ୟର ସତ୍ୟତା ସଂପର୍କରେ ଆଲୋଚନା କରିବାକୁ ଯାଉଛୁ ଯାହାର ସତ୍ୟତା ଜାଣିଲେ ଆପଣ ହସି ହସି ବେଦମ୍ ହୋଇଯିବେ ।

ତେବେ ଏହି ଦୃଶ୍ୟଟିକୁ ସିନେମାର ସବୁଠାରୁ ଭଲ ଦୃଶ୍ୟ ବୋଲି କୁହାଯାଇଛି । ଏହି ଦୃଶ୍ୟଟିର ସୁଟିଂ ସମୟରେ ଭିଏଫଏକ୍ସ ତଥା ଜିଜୁଏଲ ଇଫେକ୍ଟସର ବ୍ୟବହାର କରାଯାଇଛି ।

ଏଥିରେ ଯେଉଁ ଷଣ୍ଢ ସହ ଭଲ୍ଲାଲଦେବ ଲଢୁଥିବାର ନଜର ଆସିଥିଲେ ତାହା ବାସ୍ତବ ନଥିଲା । ଯେତେବେଳେ ଷଣ୍ଢଟି ଦୌଡି ଦୌଡି ଭଲ୍ଲାଲଦେବ ନିକଟକୁ ଆସିଥିଲା ସେତେବେଳେ ଦର୍ଶକଙ୍କ ହୋସ୍ ଉଡିଯାଇଥିଲା । ଆପଣଙ୍କୁ ଆମେ ଏଠାରେ କହି ରଖୁଛୁ କି ଭଲ୍ଲାଲଦେବ ଯେଉଁ ଷଣ୍ଢ ସହ ଲଢିଥିଲେ ତାହା କାଳ୍ପନିକ ବା ଲୋକଙ୍କୁ ଭ୍ରମ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି ।

ଏଥିରେ ଭଲ୍ଲାଲଦେବ ପ୍ରଥମେ କେବଳ ଆକ୍ସନ ନେଇଥିଲେ ଆଉ ବାକି ସମସ୍ତ କମ୍ପ୍ୟୁଟର ଦ୍ୱାରା ରଚାଯାଇଥିଲା । ଅର୍ଥାତ୍ ଏହାପରେ ଭିଏଫଏକ୍ସ ସହାୟତାରେ ଏହି ଦୃଶ୍ୟଟିରେ ଷଣ୍ଢଟିକୁ ଯୋଡା ଯାଇଥିଲା ।

ଗୋଟିଏ ଦୃଶ୍ୟରେ ଭଲ୍ଲାଲଦେବ ଷଣ୍ଢ ଉପରକୁ ଡେଇଁ ତାକୁ ମାରୁଥିବାର ନଜର ଆସିଥିଲେ । ତେବେ ସେହି ଦୃଶ୍ୟଟିକୁ ମଧ୍ୟ ଏହିପରି ଭାବେ ସୁଟ୍ କରାଯାଇଥିଲା । ଲଢେଇରେ କେବଳ ଷଣ୍ଢର ଶିଙ୍ଗ ବ୍ୟବହାର କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଷଣ୍ଢ ସହିତ କଟ୍ଟପ୍ପା ମଧ୍ୟ ନଜର ଆସିଥିଲେ । କଟ୍ଟପ୍ପାଙ୍କ ଏହି ଦୃଶ୍ୟର ସତ୍ୟତା ମଧ୍ୟ ଏହି ପ୍ରକାର ଥିଲା । ଏଥିରେ ମଧ୍ୟ ଭିଏଫଏକ୍ସ ଜରିଆରେ ନିର୍ମାଣ କରାଯାଇଥିଲା ।