ଯୋଗଗୁରୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ! ବାବା କଲେ ଖଣ୍ଡନ । କହିଲେ, ମୋ ବିରୋଧରେ କରାଯାଉଛି ଷଡଯନ୍ତ୍ର

92

ନିକଟରେ ବାବା ରାମଦେବଙ୍କ ଇ-କମର୍ସ ତଥା ଅନଲାଇନ ବଜାରରେ ଧମାକାଦାର ଏଂଟ୍ରି ମାରିବା ପରେ ଏବେ ଯୋଗଗୁରୁଙ୍କ ବିରୋଧରେ ଆସିଛି ଅପମିଶ୍ରଣ ଭଳି ଏକ ସଙ୍ଗୀନ ଅଭିଯୋଗ । ରାଜସ୍ଥାନରେ ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ ହେବା ପରେ ଯୋଗଗୁରୁ ଏନେଇ ହାଇକୋର୍ଟରେ ନିଜର ପକ୍ଷ ରଖିଛନ୍ତି । ଯାହାକୁ ଆଧାର କରି ହାଇକୋର୍ଟ ଉଭୟ ଅଭିଯୋଗକାରୀ ଏବଂ ରାଜ୍ୟ ସରକାରଙ୍କ ନିକଟକୁ ଏକ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି ।

ପ୍ରକୃତ ଘଟଣାଟି ହେଲା, ରାଜସ୍ଥାନ ହାଇକୋର୍ଟ ଏସ କେ ସିଂହ ନାମକ ଜଣେ ବ୍ୟକ୍ତି ଏବଂ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଜବାବ୍ ମାଗଛନ୍ତି କି ସେ କାହିଁକି ଜାଲୁପୁରା ଥାନାରେ ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି । ଯଦି କରିଛନ୍ତି ତେବେ ତାକୁ କାହିଁକି ଏଯାବତ୍ ଖାରଜ କରାଯାଇନାହିଁ । ତେବେ ଏହାର ଜବାବ ପାଇଁ ଅଦାତଲ ସେମାନଙ୍କୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦେଇଛି ।

ମାମଲା ଅନୁସାରେ, ଏସ କେ ସିଂହ ନାମକ ଜଣେ ବ୍ୟକ୍ତି କିଛି ଦିନ ତଳେ ଜାଲୁପୁରା ଥାନାରେ ପତଞ୍ଜଳୀ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ଅଭିଯୋଗ ଅନୁସାରେ, ପତଞ୍ଜଳୀର ଏକ ବିସ୍କୁଟ ଯେଉଁଥିରେ ବାବା ଦାବି କରିଛନ୍ତି କି ଏହା ଶତ ପ୍ରତିଶତ ଅଟାରେ ପ୍ରସ୍ତୁତ ଏବଂ ଏଥିରେ ମଇଦାର ବ୍ୟବହାର କରାଯାଇନାହିଁ । ଆଉ ଏହାର ବିଜ୍ଞାପନ ଆସ୍ଥା ଚ୍ୟାନେଲରେ ପ୍ରସାରିତ କରାଯାଇ ଲୋକଙ୍କୁ ଭ୍ରମିତ କରାଯାଉଛି । ତେବେ ବିସ୍କୁଟର ଶୁଦ୍ଧତା ଯାଂଚ କରିବା ପାଇଁ ଏହାର କାରଖାନରେ ଯାଂଚ କରାଯାଇଥିଲା । ଯେଉଁଥିରେ ଏହାର ନମୂନାରେ ତାଲମେଳ ଖାଉନଥିବା ଦେଖିବାକୁ ମିଳିଥିଲା । ଏହାପରେ ପୁଲିସ ଭାରତୀୟ ଦଣ୍ଡବିଧାନର ଧାରା ୪୨୦ ଏବଂ ୧୨୦ବି ଅନୁସାରେ ବାବା ରାମଦେବ ଏବଂ ଅନ୍ୟମନଙ୍କ ବିରୋଧରେ ମାମଲା ଦାଖଲ କରିଛି । ମାତ୍ର ଏହାକୁ ଖଣ୍ଡନ କରି ବାବା ରାମଦେବ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ।

ତେବେ ଯାଚିକାରେ ଏଫଆଇଆରକୁ ଚ୍ୟାଲେଂଜ ଦେଇ କୁହାଯାଇଛି ଯେ ଯାଚିକାକର୍ତ୍ତାଙ୍କର ବିଶ୍ୱସ୍ତରରେ ପ୍ରତିଷ୍ଠ ରହିଛି । କାରଖାନାରୁ ମିଳିଥିବା ରିପୋର୍ଟରେ ଏହା ଦର୍ଶାଯାଇନି କି ନମୁନାରେ କେତେ ମାତ୍ରାରେ ମଇଦା ରହିଛି । ଯାଚିକାରେ ଏକଥା ମଧ୍ୟ କହାଯାଇଛି ଯେ, ବିସ୍କୁଟ ପ୍ରସ୍ତୁତ କରିବା ପାଇଁ ଅଟାରେ ଅନ୍ୟ ସାମଗ୍ରୀ ମଧ୍ୟ ମିଶାଇବାକୁ ପଡିଥାଏ । ଏହା ବ୍ୟତୀତ ଯଦି କିଛି ମାମୁଲି ଅପରାଧ ରହିଥାଏ ତେବେ ଏହା ଆଇପିସି ଧାରାରେ ନଯାଇ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ଆଉ ଏଥିପାଇଁ କୌଣସି ଏଫଆଇଆର ଦାଖଲ କରିବାର ଆବଶ୍ୟକତା ନାହିଁ । ଅଭିଯୋଗକାରୀ ଜାଣିଶୁଣି ପତଂଜଳୀର ପ୍ରତିଷ୍ଠାକୁ ଖରାପ କରିବା ପାଇଁ ଏଭଳି କାଣ୍ଡ କରିଛନ୍ତି ତେଣୁ ଏହି ଏଫଆଇଆରକୁ ରଦ୍ଦ କରିଦିଆଯାଉ ବୋଲି ବାବା ରାମଦେବଙ୍କ ପକ୍ଷରୁ କୁହାଯାଇଛି ।

ସୌଜନ୍ୟ: ଅମର ଉଜାଲା