‘ବାହୁବଳୀ-ଟୁ’କୁ ନେଇ ନିର୍ଦ୍ଦେଶକଙ୍କ ମହା ଖୁଲାସା ! ଜାଣନ୍ତୁ କଣ . . .

37

ବହୁ ପ୍ରତୀକ୍ଷିତ ସିନେମା ବାହୁବଳୀର ସଫଳତା ପରେ ସମସ୍ତଙ୍କ ନଜର ଥିଲା ଏହାର ଦ୍ୱିତୀୟ ଭାଗ ‘ବାହୁବଳୀ-ଟୁ’ ଉପରେ । ତେବେ ‘ବାହୁବଳୀ-ଟୁ ଦ କନକ୍ଲୁଜନ’ର ଟ୍ରେଲର ରିଲିଜ୍ ହେବା ପୂର୍ବରୁ ହିଁ ଲିକ୍ ହୋଇଯାଇଥିଲା । ଆଉ ଟ୍ରେଲରଟି ଲିକ୍ ହେବାର ମାତ୍ର କିଛି ଘଂଟା ମଧ୍ୟରେ ଏହାକୁ ଦେଖିଦେଇଥିଲେ ପାଖାପାଖି ୫୦ ଲକ୍ଷରୁ ଅଧିକ ଲୋକେ । ତେବେ ସିନେମାର ଟ୍ରେଲର ଅନଲାଇନ ଲଂଚ କରିବା ପରେ ଏହାର ନିର୍ମାତା ମିଡିଆ ସହ ସିଧାସଳଖ କଥା ହେବା ସହ ସିନେମା ସହ ଜଡିତ ଅନେକ ରାଜର କରିଥିଲେ ଖୁଲାସା ।

ତାଜା ସୂଚନା ମୁତାବକ, ବାହୁବଳୀର ନିର୍ଦ୍ଦେଶକ ଏସ.ଏସ ରାଜମୌଲିଙ୍କ ମତରେ, ‘ବାହୁବଳୀ-ଟୁ’ ର ଟ୍ରେଲର ଭୁଲ ବଶତଃ ଲିକ୍ ହୋଇଯାଇଥିଲା । ଏହା ଫେସବୁକରେ ପ୍ରାଇଭେଟ୍ ମୋଡରେ ଥିଲା ଯାହା କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ପବ୍ଲିକ ହୋଇଯାଇଥିଲା । ଖାଲି ସେତିକି ନୁହେଁ ସିନେମାର ବଜେଟକୁ ନେଇ ମଧ୍ୟ ସେ କହିଥିଲେ କି, ସିନେମାର ଦୁଇଟି ଭାଗ ତଥା ‘ବାହୁବଳୀ’ ଏବଂ ‘ବାହୁବଳୀ-ଟୁ’ର ନିର୍ମାଣ ପାଇଁ ପାଖାପାଖି ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ ଯେତେବେଳେ ରାଜମୌଲିଙ୍କୁ ପ୍ରଶ୍ନ କରାଯାଇଥିଲା କି, ସେ ‘ବାହୁବଳୀ-ଟୁ’ର ରିଲିଜ୍ ପୂର୍ବରୁ ସିନେମାର ପ୍ରଥମ ଭାଗକୁ ରିିଲିଡ୍ କରିବେ ନାହିଁ ତ ? ସେ କହିଥିଲେ କି, ରିଲିଜ୍ ଡେଟର ପ୍ରାୟ ସପ୍ତାହ ପୂର୍ବରୁ ସିନେମାଟି ରିଲିଜ୍ କରାଯାଇପାରେ ବୋଲି ।