ଲାଭ ପରେ ବି କ୍ଷତି ସହିଛନ୍ତି ‘ବାହୁବଳୀ’ ସିନେମାର ନିର୍ମାତା ! ଜାଣନ୍ତୁ ଏହାର କାରଣ

39

ବହୁ ପ୍ରତିକ୍ଷିତ ସିନେମା ‘ବାହୁବଳୀ-ଟୁ’ ପରଦାକୁ ଆସିବାର ମାତ୍ର ୧୨ ଦିନ ହୋଇଛି । କିନ୍ତୁ ଏହି ୧୨ ଦିନ ମଧ୍ୟରେ ସିନେମାଟି ସଫଳତାର ପାହାଚ ପରେ ପାହାଚ ଚଢିବାରେ ଲାଗିଛି । ଆପଣଙ୍କୁ ପ୍ରାୟତଃ ଜଣାଥିବ ଏବେ ଏହି ସିନେମାଟି ହଜାର କୋଟି କ୍ଲବରେ ସାମିଲ ହୋଇ ସାରିଛି । ଯାହା ସିନେମା ବଜାରରେ ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛି । ମାତ୍ର ଏହାସବୁ ସତ୍ୱେ ମଧ୍ୟ ଏହି ସିନେମାଟିକୁ ନେଇ ଏହାର ନିର୍ମାତାଙ୍କୁ କ୍ଷତି ସହିବାକୁ ପଡିଛି । ଯାହାର ମୁଖ୍ୟ କାରଣ ହେଲା- ପାଇରେସି ଭିଡିଓ ବା ସଂପୂର୍ଣ୍ଣ ସିନେମାଟି ଚୋରାରେ ବଜାରରେ ଉପଲବ୍ଧ ହେବା ।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ମୁତାବକ, ତାମିଲ ସିନେମାର ପ୍ରଯୋଜକ କାଉସିଲରର ନୂଆ ସଭାପତି ଏବଂ ଅଭିନେତା ବିଶାଳ ଏକ ପାଇରେସି ୱେବସାଇଟ୍ ବିରୋଧରେ ବାହୁବଳୀ ସିନେମା ଲିକ୍ କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ତେବେ ସିନେମା ପ୍ରଯୋଜକଙ୍କ ଜଣେ ପ୍ରତିନିଧି ଏଭଳି କିଛି ଇଂଟରନେଟ୍ ମାଫିଆଙ୍କ ଉପରେ ଲଗାମ ଲଗାଇବା ଭଳି ପ୍ରସଂଗ ଉଠାଇଛନ୍ତି । ତାଙ୍କ କହିବାକଥା ହେଲା, ଏଭଳି କିଛି ଇଂଟରନେଟ୍ ମାଫିଆଙ୍କ ପାଇଁ ଆଜି ବାହୁବଳୀ-ଟୁ ସିନେମାର ନିର୍ମାତାଙ୍କୁ କ୍ଷତି ସହିବାକୁ ପଡିଛି ।

ଖାଲି ସେତିକି ନୁହେଁ, ସେ କହିଛନ୍ତି କି ଯେଉଁଦିନ ‘ବାହୁବଳୀ-ଟୁ’ ସିନେମାକୁ ଡାଉନଲୋଡ କରିବା ପାଇଁ ଇଂଟରନେଟରେ ଦେଖିବାକୁ ମିଳିଥିଲା ସେତେବେଳେ ଉକ୍ତ ୱେବସାଇଟ୍ ଦେଇଥିବା ଅପ୍ସନର ଆଇପି ଆଡ୍ରେସକୁ ସେ ନୋଟ୍ କରିଛନ୍ତି । ତେବେ ଏଠାରେ ଆମେ କହି ରଖୁଛୁ କି, ଗତ ୨୮ ଏପ୍ରିଲରେ ଏହି ସିନେମାଟି ରିଲିଜ୍ ହେବାପରେ ପରେ ହିଁ ଇଂଟରନେଟରେ ଏହା ଲିକ୍ ହୋଇଥିବାର ଖବର ଶୁଣିବାକୁ ମିଳିଥିଲା ।