ସୋସିଆଲ ମିଡିଆରେ ଧମାଲ କରୁଛି ‘ତାଜଦାର-ଏ-ହରମ’

53

ପାକିସ୍ତାନୀ ସିଂଗର ଆତିଫ୍ ଅସଲମ ଗାଇଥିବା ‘ତାଜଦାର-ଏ-ହରମ’ ଗୀତ ଏବେ ସୋସିଆଲ ମିଡିଆରେ ଧମାଲ ମଚାଇଛି । ୟୁଟ୍ୟୁବରେ ଏହି ଗୀତର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ଗୀତଟି ହେଉଛି ପାକିସ୍ତାନର ପ୍ରଥମ ଗୀତ ଯାହାକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରିଛନ୍ତି ।

ସୂଚନା ମୁତାବକ, ୨୦୧୫ରେ ପାକିସ୍ତାନର କୋକ୍ ଷ୍ଟୁଡିଓରେ ୧୦ମିନିଟ୍ ୨୭ସେକେଣ୍ଡର ଏହି ଗୀତକୁ ଅସଲ୍ମ ଗାଇଥିଲେ । କେବଳ ସେତିକି ନୁହେଁ ଏହି ଭିଡିଓକୁ ୟୁଟ୍ୟୁବରେ ମଧ୍ୟ ସାଢେ ଛଅ କୋଟି ଲୋକ ପସନ୍ଦ କରିସାରିଲେଣି । ଯଦି ‘ତାଜଦାର-ଏ-ହରମ’ର ସେୟାର କଥା ଉଠେ ତେବେ ଏହିଗୀତଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ଏକ ଲକ୍ଷ ଲୋକ ସେୟାର କରିସାରିଲେଣି ।

ଉଲ୍ଲେଖଯୋଗ୍ୟ କି, ଏହି ଗୀତଟିକୁ ହକିମ ମିର୍ଜା ମଦନୀ ଲେଖିଥିଲେ ଏବଂ ଏହାର ପ୍ରକୃତ ଗାୟକ ହେଉଛନ୍ତି ସବରି ବଂଧୁଓଁ । ତେବେ କୋକ୍ ଷ୍ଟୁଡିଓ ହେଉଛି ଏକ ଟିଭି ସୋ’, ଯେଉଁଠାରେ ଉଭୟ ପୁରୁଣା ଏବଂ ନୂଆ ଗୀତକୁ ନେଇ ରିକଂପୋଜ କରାଯାଇଥାଏ । ଯାହାକୁ ୨୦୦୮ରେ ପାକିସ୍ତାନୀ ଗାୟକ ରୋହାଳି ହୟାତ୍ ଆରମ୍ଭ କରିଥିଲେ ।