ଭଉଣୀ ଜନ୍ମ ଦିନରେ ମୁହଁ ଲୁଚାଇଲେ ଅର୍ଜୁନ କପୁର ! ହେଲେ କାହିଁକି ?

34

ସେଲିବ୍ରେଟୀମାନେ କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବାର ନଜୀର ରହିଛି । ତେବେ ସେ ରିୟଲ ଲାଇଫ ହେଉ କିିମ୍ବା ରିଲ୍ ଲାଇଫ । ସେହିଭଳି ଏକ ଖବର ସାମ୍ନାକୁ ଆସିଛି ଅର୍ଜୁନ କପୁରଙ୍କ ନିକଟରେ । କିନ୍ତୁ ଏହା ରିଲ ଲାଇଫର ଘଟଣା ନୁହେଁ ବରଂ ରିୟଲ ଲାଇଫର ଘଟଣା ଅଟେ । ଯାହାକି ରହିଛି ପ୍ରଶ୍ନବାଚୀ ଏବଂ ମଜାଦାର ନିଶ୍ଚୟ ।

ବାସ୍ତବରେ, ଅଭିନେତା ଅର୍ଜୁନ କପୁର ଭଉଣୀ ଅଂଶୁଳାଙ୍କ ଜନ୍ମ ଦିନରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ସେ ପାର୍ଟିରୁ ବାହାରିବା ସମୟରେ ମୁହଁରେ କଳା ମାସ୍କ ପିନ୍ଧିଥିବାର ନଜର ଆସିଥିଲେ । କିନ୍ତୁ ଅର୍ଜୁନ କପୁରଙ୍କର ଏହି ଲୁକ ପଛରେ କ’ଣ ରାଜ ରହିଛି ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ବର୍ତ୍ତମାନ ଅର୍ଜୁନ ନିଜର ସନ୍ଦୀପ ଏବଂ ପିଙ୍କି ଫରାରଙ୍କ ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଫିଲ୍ମ ସହିତ ଅର୍ଜୁନଙ୍କ ମୁହଁ ଲୁଚାଇବାର ସଂପର୍କ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ସେ ଫିଲ୍ମରେ ଏକ ପୋଲିସ ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କ ବିପକ୍ଷରେ ଅଛନ୍ତି ପରିଣୀତି ଚୋପ୍ରା । କିଛି ଦିନ ପୂର୍ବରୁ ଶାହିଦ କପୁର ମଧ୍ୟ କଳା ମାସ୍କ ଏବଂ ସନ ଗ୍ଲାସରେ ମୁହଁ ଲୁଚାଉଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା ।