ବଡ ଘରର ବଡ ଭିତିରି କଥା ! ଚଳିତ ବର୍ଷ ହୋଲି ପାଳିବେନି ବଚ୍ଚନ ପରିବାରର ବୋହୂ

136

ହୋଲି ଉତ୍ସବ କଥା ଉଠିଲେ ବଲିଉଡର ବଚ୍ଚନ ପରିବାରର କଥା ପ୍ରଥମେ ଉଠିଥାଏ । କାରଣ ପ୍ରତିବର୍ଷ ହୋଲି ଉତ୍ସବକୁ ନେଇ ବଚ୍ଚନ ପରିବାର ରହିଆସିଥାଏ ସବୁଠାରୁ ଶୀର୍ଷରେ । ଖାଲି ସେତିକି ନୁହେଁ ତାଙ୍କର ଏହି ଉତ୍ସବରେ ସାମିଲ ହୋଇଥାନ୍ତି ବହୁ ବଡରୁ ବଡ ସୁପରଷ୍ଟାର । କିନ୍ତୁ ଏଥର ଦେଖାଦେଇଛି ବଡମ୍ବନା । ଅର୍ଥାତ୍ ଚଳିତ ବର୍ଷ ହୋଲି ପାଳିବେନି ବିଗବିଙ୍କ ପରିବାର ।

ସୂଚନା ଅନୁସାରେ, ଐଶ୍ୱର୍ଯ୍ୟାଙ୍କ ବାପା କୃଷ୍ଣରାଜ ରାୟ ବର୍ତ୍ତମାନ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ ସଂପୂର୍ଣ୍ଣ ପରିବାର ଖୁବ୍ ଚିନ୍ତିତ ଅଛନ୍ତି । ବାପାଙ୍କ ସ୍ୱାସ୍ଥ୍ୟ ଖରାପ କାରଣରୁ ଉଭୟ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ମେଡିକାଲରେ ଅଧା ସମୟ କାଟିବାକୁ ପଡୁଛି । ଆଉ ଯେଉଁଥିପାଇଁ ଚଳିତ ବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ପରିବାରର ମୁଖ୍ୟ ତଥା ବିଗବି ଅମିତାଭ ସୂଚନା ଦେଇଛନ୍ତି ।