ସାମ୍ବାଦିକା ଗୌରି ଲଙ୍କେଶ ହତ୍ୟାକାଣ୍ଡ ଘଟଣା: ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ଅଭିନେତା ପ୍ରକାଶ ରାଜ

42

ସାମ୍ବାଦିକା ଗୌରି ଲଙ୍କେଶ ହତ୍ୟା ଘଟଣାରେ ଏବେ ମୋଦି ସରକାରଙ୍କ ବିରୋଧରେ ପୁଣି ଥରେ ଆୱାର୍ଡ ଫେରସ୍ତର ପ୍ରକ୍ରିୟା ଆରମ୍ଭ ହୋଇପାରେ । ଲୋକପ୍ରିୟ କଳାକାର ପ୍ରକାଶ ରାଜ, ଗୌରି ଲଙ୍କେଶ ହତ୍ୟାକାଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାସହ ଅଭିନେତା ପ୍ରକାଶ ରାଜ ନିଜର ୫ଟି ଜାତୀୟ ସମ୍ମାନ ଫେରାଇବାର ଧମକ ମଧ୍ୟ ଦେଇଛନ୍ତି ।

ସୂଚନା ମୁତାବକ, ଅଭିନେତା ପ୍ରକାଶ ରାଜ ବେଙ୍ଗାଲୁରୁରେ ଡେମୋକ୍ରାଟିକ୍ ୟୁଥ୍ ଫେଡରେସନର ଏକ ସମ୍ମିଳନୀରେ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି । ସମ୍ମିଳନୀକୁ ସମ୍ବୋଧନ କରିବା ସମୟରେ ପ୍ରକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ପ୍ରକାଶ କହିଥିଲେ ଗୌରି ଲଙ୍କେଶଙ୍କ ହତ୍ୟା ଘଟଣାରେ ଖୁସି ମନାଉଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଫଲୋ କରନ୍ତି । ପ୍ରକାଶ ଏହା ମଧ୍ୟ କହିଥିଲେ ସେ ମୋଦିଙ୍କ ଅଭିନୟକୁ ବେଶ ଭଲ ଭାବେ ଜାଣିଛନ୍ତି ।

ସୂଚନା ଯୋଗ୍ୟ ସାମ୍ବାଦିକା ଗୌରି ଲଙ୍କେଶ, ଅଭିନେତା ପ୍ରକାଶ ରାଜଙ୍କ ଭଲ ବନ୍ଧୁ ଥିଲେ । ଗୌରି ଲଙ୍କେଶଙ୍କୁ ତାଙ୍କରି ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ଯାହାର ସନ୍ଧାନ ଏବେ ବି ପୋଲିସ ଜାରି ରଖିଛି । ମାତ୍ର ହତ୍ୟାକାରୀର କୌଣସି ପତା ଲଗାଯାଇ ପାରିନାହିଁ ।