ବିବାଦୀୟ ବାବାଙ୍କ ପାଇଁ ଫସି ଗଲେ ଆଲିଆ ! ବାଧ୍ୟ ହୋଇ ବନ୍ଦ କଲେ ସିନେମାର ସୁଟିଂ

63

ଡେରା ମୁଖ୍ୟ ରାମରହିମ ଗିରଫ ହେବା ପରେ ପରେ ସାରା ଦେଶରେ ସୃଷ୍ଟି ହୋଇଥିବା ହିଂସାର ପ୍ରଭାବ ଖାଲି ଯେ ସାଧାରଣ ଜନତାଙ୍କ ଉପରେ ପଡିଥିଲା ତାହା ନୁହେଁ ବରଂ ଏହାର ପ୍ରଭାବ ମଧ୍ୟ ସିନେ ତାରକାଙ୍କୁ ଭୋଗିବାକୁ ପଡିଥିଲା ।

ସୂଚନା ମୁତାବକ, ନିଜର ଅପକମିଂ ସିନେମା ‘ରାଜୀ’ର ସୁଟିଂ ପାଇଁ ପଟିଆଲାରେ ପହଂଚିଥିବା ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି । କେବଳ ଆଲିଆ କାହିଁକି ତାଙ୍କ ସହିତ ନିର୍ଦ୍ଦେଶକ ମେଘନା ଗୁଲଯାରା ଏବଂ ଭିକୀ କୌଶାଲଙ୍କୁ ମଧ୍ୟ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏଠାରେ ଆମେ କହି ରଖୁଛୁ କି, ଗତ ୨୫ ଅଗଷ୍ଟରେ ଡେରା ମୁଖ୍ୟ ରାମରହିମଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତ ରୂପେ ଘୋଷଣା ହେବା ପରେ ପଂଜାବ ଏବଂ ହରିୟାଣାରେ ପ୍ରବଳ ଦଙ୍ଗା ସୃଷ୍ଟି ହୋଇଯାଇଥିଲା । ଯେଉଁଥିରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫୦ରୁ ଅଧିକ ଆହାତ ହୋଇଥିବା ସୂଚନା ମିଳିଥିଲା ।

ତେବେ ଯେଉଁ ସମୟରେ ରାମରହିମଙ୍କ ଗିରଫ ହେବା ଖବର ଆସିଥିଲା ସେହି ସମୟରେ ହିଁ ଆଲିଆଙ୍କ ସିନେମା ସୁଟିଂ ଚାଲିଥିଲା ମାତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକଙ୍କୁ ବାଧ୍ୟ ହୋଇ ସୁଟିଂ କାମକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା । ନିର୍ଦ୍ଦେଶକଙ୍କ ମତରେ, ‘ପଟିଆଲାରେ ସୃଷ୍ଟି ହୋଇଥିବା ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ସେଠାରେ ସୁଟିଂ କରିବା ଅସୁରକ୍ଷିତ ମନେ ହୋଇଥିଲା ଆଉ ଯେଉଁଥିପାଇଁ ଆମକୁ ସୁଟିଂ କାମ ବନ୍ଦ କରିବାକୁ ପଡିଥିଲା । କାରଣ, ହିଂସା ପରେ ସେଠାରେ ମୋବାଇଲ୍ ଏବଂ ଇଂଟରନେଟ୍ ସେବାଗୁଡିକ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଥିଲା’ ।

ସୌଜନ୍ୟ: ଆଜତକ୍