ତ୍ରିରଙ୍ଗା ଉଡାଇ ହଟହଟ୍ଟା ହେଲେ ଅଭିନେତା ଅକ୍ଷୟ କୁମାର । ପଢନ୍ତୁ ପୁରା ମାମଲାଟି କଣ ?

28

ରବିବାର ଦିନ ଲଣ୍ଡନର ଲଡର୍ସ ମଇଦାନରେ ଅନୁଷ୍ଠିତି ହୋଇଥିଲା ଭାରତ-ଇଂଲଣ୍ଡ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ୍ ମ୍ୟାଚ୍ । ଯେଉଁଥିରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖାଲି ସେତିକି ନୁହେଁ ଦେଶର ତଥା ରାଷ୍ଟ୍ରୀୟ ଧ୍ୱଜକୁ ହାତରେ ଧରି ଅକ୍ଷୟ ଖେଳାଳିଙ୍କୁ ଅଧିକ ଉତ୍ସାହିତ କରୁଥିଲେ । ଏହି ସମୟରେ ଉଠାଇଥିବା ନିଜର ଏକ ଫଟୋକୁ ଅକ୍ଷୟ କୁମାର ତାଙ୍କ ଟୁଇଟର ଆକାଉଂଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଥିଲା କି ସେ ତ୍ରିରଙ୍ଗାକୁ ଓଲଟା ଧରିଛନ୍ତି ।

ତେବେ ଏହି ଫଟୋଟିକୁ ଅକ୍ଷୟ କୁମାର ପୋଷ୍ଟ କରିବା ପରେ ତାଙ୍କୁ ଫ୍ୟାନମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡିଛି । । ମାତ୍ର ପରବର୍ତ୍ତି ସମୟରେ ଅକ୍ଷୟ କୁମାର ନିଜ ଭୂଲ ବୁଝି ପାରିବା ସହିତ ତୁରନ୍ତ ଫଟୋଟିକୁ ତାଙ୍କ ପେଜରୁ ହଟାଇ ଦେଇଥିଲେ ଏବଂ କ୍ଷମା ମଧ୍ୟ ମାଗି ମାଗିଛନ୍ତି ।

ସୌଜନ୍ୟ: ଆଜତକ୍