ହଜାରେ କୋଟି ଟଙ୍କା ସଂପତ୍ତିର ମାଲିକ ହେଉଛନ୍ତି ନାଗାର୍ଜୁନ ! ହେଲେ ସବୁ କରିଦିଅନ୍ତି ଦାନ, ପଢନ୍ତୁ ସାଉଥର ଏହି ସୁପରଷ୍ଟାରଙ୍କ ଲାଇଫଷ୍ଟାଇଲ୍

99

ସାଉଥ୍ ଇଣ୍ଡଷ୍ଟ୍ରୀକୁ ସାଧାରଣତଃ ଆକ୍ସନ ଏବଂ ରୋମାଂଟିକ ଷ୍ଟାରମାନଙ୍କର ଗନ୍ତାଘର ବୋଲି କୁହାଯାଏ । ଯେଉଁମାନେ କି ପ୍ରତିଟି କ୍ଷେତ୍ରରେ ବଲିଉଡ ଷ୍ଟାରମାନଙ୍କଠାରୁ କମ୍ ନୁହଁନ୍ତି । ଏଭଳି ହିଁ ଜଣେ ନାୟକ ହେଉଛନ୍ତି ନାଗାର୍ଜୁନ । ଯିଏକି ଉଭୟ ରୋମାଂଟିକ୍ ଏବଂ ଆକ୍ସନ ସିନେମାକୁ ବେଶ୍ ଭଲଭାବରେ ଯଥାର୍ଥ ଦେଇଥାନ୍ତି ।

୧୯୬୭ରେ ଜଣେ ଚାଇଲ୍ଡ ଆଟିଷ୍ଟ୍ ଭାବରେ କାମ ଆରମ୍ଭ କରିଥିବା ନାଗାର୍ଜୁନ ପରବର୍ତ୍ତି ସମୟରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାର ସିନେମାରେ ଜବରଦସ୍ତ ଅଭିନୟ କରି ସଫଳତାର ପାହାଚ ଚଢିସାରିଛନ୍ତି ।

ଯଦି ନାଗାର୍ଜୁନଙ୍କ ସଂପତ୍ତି ପ୍ରସଙ୍ଗରେ ଆଲୋଚନା କରାଯାଏ ତେବେ ନାଗାର୍ଜୁନ ହେଉଛନ୍ତି ଦକ୍ଷିଣ ଭାରତୀୟ ସିନେମା ଜଗତର ସବୁଠାରୁ ଧନୀ ତାଲିକାରେ ଥିବା ନାୟକଙ୍କ ମଧ୍ୟରେ ଜଣେ । ସୂଚନା ମୁତାବକ, ପାଖାପାଖି ୩ ହଜାର କୋଟି ଟଙ୍କା ସଂପତ୍ତିର ମାଲିକ ହେଉଛନ୍ତି ସୁପରଷ୍ଟାର ନାଗାର୍ଜୁନ । ଯେଉଁଥିରେ ରହିଛି ଅନ୍ନପୂର୍ଣ୍ଣା ଷ୍ଟୁଡିଓ ଏବଂ ବେଙ୍ଗାଲୁରୁରେ ଥିବା ସଂପତ୍ତି ।

ଏହାବ୍ୟତୀତ, ନାଗାର୍ଜୁନ ମା’ ଟିଭିର ମଧ୍ୟ ମାଲିକ ଅଟନ୍ତି । ନାଗାର୍ଜୁନ ନିଜ ପତ୍ନୀଙ୍କ ସହ ମିଶି ଏକ ଏନଜିଓ ‘ବ୍ଲୁ କ୍ରାସ୍ ହାଇଦ୍ରାବାଦ’ ନାମକ ସଂସ୍ଥାର ମୁଖ୍ୟ ଅଟନ୍ତି । ଯାହାକି ପଶୁପକ୍ଷୀମାନଙ୍କ ସୁରକ୍ଷା ଏବଂ ସରକ୍ଷଣ ଉର୍ଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ଏହାଛଡା ନାଗାର୍ଜୁନ ‘ଇଣ୍ଡିଆନ ବ୍ୟାଡମିଂଟନ ଲିଗ’ର ତଥା ମୁମ୍ବାଇ ମାଷ୍ଟର୍ସ ଟିମର ସହ-ମାଲିକ ବି ଅଟନ୍ତି । ତେବେ ବ୍ୟାଡମିଂଟନ ବ୍ୟତୀତ କେରଳର ଏକ ଫୁଟବଲ କ୍ଲବର ମଧ୍ୟ ମାଲିକ ଅଟନ୍ତି ନାଗାର୍ଜୁନ ।

ନାଗାର୍ଜୁନଙ୍କ ବାର୍ଷିକ ଆୟ ପାଖାପାଖି ୨ ଶହ କୋଟି ଟଙ୍କା ରହିଛି । ଖାଲି ସେତିକି ନୁହେଁ ନାଗାର୍ଜୁନଙ୍କ ନିକଟରେ ଅନେକ ଦାମୀ କାର୍ ମଧ୍ୟ ରହିଛି । ଯେଉଁଥି ପାଇଁ ନାଗାର୍ଜୁନଙ୍କ ନାଁ ଫୋବର୍ସର ତାଲିକାରେ ଦୁଇ ଦୁଇ ଥର (୨୦୧୨ ଏବଂ ୨୦୧୩) ସ୍ଥାନ ପାଇସାରିଛି ।

ସବୁଠାରୁ ବଡ କଥା ହେଲା, ନାଗାର୍ଜୁନ ଯାହାବି ରୋଜଗାର କରନ୍ତି ସେ ସବୁକୁ ସେ ବିଭିନ୍ନ ସଂସ୍ଥାଙ୍କୁ ଦାନ କରି ଦିଅନ୍ତି ।

ସୌଜନ୍ୟ: ଅମର ଉଜାଲା