ଗୋ-ରକ୍ଷା ମାମଲାରେ ଯୋଗୀ ଆଦିତ୍ୟନାଥଙ୍କୁ ଅଜାଜ୍ ଖାନଙ୍କ ଚେତାବନୀ ! କହିଲେ, ‘ଯଦି ସାହସ ଅଛି ତେବେ ହର୍ଲ ଡେବିଡସନ କଂପାନୀକୁ ବନ୍ଦ କରି ଦେଖାନ୍ତୁ’

19

ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ଅଜାଜ୍ ଖାନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଏକ ସାଘାଂତିକ ଅଭିଯୋଗ ଆଣିଛନ୍ତି । ତେବେ ତାଙ୍କ ଅଭିଯୋଗ ରହିଛି କି, ଯୋଗୀ ଗୋ-ରକ୍ଷା ନାଁରେ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି କରିବା ଉର୍ଦ୍ଦେଶ୍ୟରେ ସାଧାରଣ ଜନତାଙ୍କୁ ଉସକାଉଛନ୍ତି ।

ସୂଚନା ମୁତାବକ, ନିକଟରେ ଅଜାଜ୍ ନିଜର ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓରେ ଏଜାଜ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚେତାବନୀ ଦେଇ କହିଛନ୍ତି କି, ‘ଯଦି ସାହସ ଅଛି ତେବେ ହାର୍ଲ ଡେବିଡସନ କଂପାନୀକୁ ବନ୍ଦ କରି ଦେଖାନ୍ତୁ । କାରଣ ଏହି କଂପାନୀ ଗାଈମାନଙ୍କ ଚମଡାରୁ ଅନେକ ପ୍ରଡକ୍ଟ ତିଆରି କରୁଛନ୍ତି’ ।

ସେ କହିଥିଲେ କି, ‘କାଶ୍ମୀରରେ ପ୍ରତିଦିନ ଅନେକ ଲୋକ ମରୁଛନ୍ତି ଏଥିପାଇଁ କେହି ବି ଚିନ୍ତା ପ୍ରକଟ କରୁ ନାହାଁନ୍ତି । ସେହିଭଳି ସଡକରେ ବୁଲୁଥିବା ଗାଈଙ୍କୁ ଯେତେବେଳେ ଆଘାତ ଲାଗିଯାଏଁ ତେବେ ବି କାହାର ଫରକ୍ ପଡି ନଥାଏ । ଆଉ ଏବେ ମୁଖ୍ୟମନ୍ତ୍ରୀ ଗୋ-ରକ୍ଷା ନାଁରେ ସଂପୂର୍ଣ୍ଣ ଭାରତରେ ଦଙ୍ଗା ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି’ ।

ଅଜାଜ୍ ପୁଣି ମଧ୍ୟ କହିଛନ୍ତି, ‘ସରକାର ହିନ୍ଦୁ-ମୁସଲିମ ମଧ୍ୟରେ ମତଭେବ ସୃଷ୍ଟି କରିବାକୁ ଚାହୁଁଛନ୍ତି । କିନ୍ତୁ ମୁଁ ଡରିବାର ଲୋକ ନୁହେଁ । ମୁଁ ସେଇଟା କରିବି ଯାହା ମୁଁ ଚାହୁଁଛି । ମୋତେ କାହାକୁ ବି ଡର ନାହିଁ’ ।