ପୁରୁଷମାନେ ସବୁବେଳେ ଚାହାଁନ୍ତି ମହିଳାଙ୍କୁ ନିଜ ହାତ ମୁଠାରେ ରଖିବାକୁ : ଅନୁରାଗ କଶ୍ୟପ

39

ଯୌନ ଶୋଷଣ ମାମଲାକୁ ନେଇ ଏବେ ଅନେକ ଲୋକପ୍ରିୟ ନିର୍ଦ୍ଦେଶକ ଏବଂ ସିନେମା ନିର୍ମାତା ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିକଟରେ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଏକତା କପୁର ନିଜର ବୟାନ ରଖି ଚର୍ଚ୍ଚାକୁ ଆସିଥିଲା ବେଳେ ଏବେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଅନୁରାଗ କଶ୍ୟପ ଯୌନ ଶୋଷଣ ମାମଲାକୁ ନେଇ ଖୋଲାଖୋଲି ନିଜର ବକ୍ତବ୍ୟ ଦେଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛନ୍ତି ।

ଅନୁରାଗଙ୍କ କହିବାନୁସାରେ, ‘ଲୋକମାନେ ଏହି ମାମଲାକୁ ନେଇ ବୟାନ ଦେବା ବହୁତ ଭଲ କଥା । ତା’ସହ ପୀଡିତା ମଧ୍ୟ ନିର୍ଭୟରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଆଣିବା ମଧ୍ୟ ଭଲ କଥା । କିନ୍ତୁ ଏହା ଏଂଟରଟେନମେଂଟ ଇଣ୍ଡଷ୍ଟ୍ରିରେ ହୁଏ ନାହିଁ’ । ସେ ଆହୁରି ମଧ୍ୟ କହିଛନ୍ତି କି, ‘ମୁଁ ଯେତେବେଳେ କଲେଜରେ ପଢୁଥିଲି ସେତେବେଳେ ମୋର ସାଙ୍ଗମାନେ କହୁଥିଲେ କି, ଯଦି ଝିଅମାନେ ମନା କରନ୍ତି ତା’ହାତ ଧରିପକାଇବାକୁ । ଏହା ଛଡା ଯେଉଁ ମହିଳାମାନେ ଗାଡି ଚଲାଇ ଯାଉଥାନ୍ତି ତାଙ୍କୁ ମୋ ଡ୍ରାଇଭର ଦେଖି କହୁଥିଲା ଯେ ଗାଡି ଚଲାଇ ଆସୁନାହିଁ ଯଦି, କ’ଣ ପାଇଁ ଗାଡି ଚଳାଉଛି ? ମହିଳାମାନଙ୍କୁ ସବୁବେଳେ ହାତମୁଠାରେ ରଖିବାକୁ ପୁରୁଷମାନେ ଉଚିତ ମନେ କରିଥାନ୍ତି ବୋଲି କହିଥିଲେ ଅନୁରାଗ ।

ଏଠାରେ ଆମେ କହି ରଖୁଛୁ କି, ହଲିଉଡ ପ୍ରଯୋଜକ ହାୱି ଭିଷ୍ଟନଙ୍କ ଉପରେ ଯେତେବେଳେ ୫୦ରୁ ଅଧିକ ଯୌନ ଶୋଷଣ ଅଭିଯୋଗ ଆସିଥିଲା ସେତେବେଳେ ଏହି ମାମଲା ଅଧିକ ଚର୍ଚ୍ଚା ପରିସରକୁ ଆସିଥିଲା । ଯାହା ପରେ ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି ।