୬୦ ଦଶକର ସୁପରହିଟ୍ ନାୟିକାଙ୍କ ଦୁଃଖଦ ବିଦାୟ ! ଅନ୍ତିମ ସଂସ୍କାର ପାଇଁ ନଥିଲା ଅର୍ଥ,ଠେଲାରେ ବୁହା ହେଲା ଶବ

58

କଥାରେ ଅଛି ‘କାଲି ଯେ ରାଜେନ୍ଦ୍ରାସନେ ଆଜିସେ ଦାଣ୍ଡର ଭିକାରୀ’ ଅର୍ଥାତ୍ କାଲି ଯିଏ ରାଜସିଂହାସନରେ ଅଳଂକୃତ କରିଥିଲା ଆଜି ସେ ଦାଣ୍ଡର ଭିକାରୀ । ଏଭଳି କହିବାର ତାତ୍ପର୍ଯ୍ୟ ହେଲା, ୬୦ ଦଶକର ସିନେମା ଜଗତରେ ଚହଳ ସୃଷ୍ଟି କରିଥିବା ସୁପରହିଟ୍ ନାୟିକା ତଥା ଭିମିଙ୍କର ଆଜିକା ଦିନରେ ପରଲୋକ ଘଟିଥିଲା । ଭିମି ହେଉଛନ୍ତି ସେହି ନାୟିକା ମଧ୍ୟରୁ ଜଣେ ଯେଉଁମାନେ କି ୬୦ ଓ ୭୦ ଦଶକରେ ସିନେମା ଜଗତରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ସହ ସେମାନଙ୍କ ସୁନ୍ଦରତା ସାମ୍ନାରେ ବଡ ବଡ ରଥୀମହାରଥୀଙ୍କ ହୃଦୟ ଫେଲ୍ ମାରିଯାଉଥିଲା ।

ତେବେ ଭିମି ଏହି ତାଲିକାରେ ସ୍ଥାନ ପାଇଥିଲେ ସୁଦ୍ଧା ତାଙ୍କର ବାସ୍ତବ ଜୀବନ କିନ୍ତୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ଭିମି ସିନେମା ଜଗତରେ ପାଦ ଦେବା ପୂର୍ବରୁ ହିଁ ବିବାହ କରିସାରିଥିଲେ କିନ୍ତୁ ଏହାଦ୍ୱାରା ତାଙ୍କର କ୍ୟାରିୟର ଉପରେ କୌଣସି ବି ପ୍ରଭାବ ପଡିନଥିଲା । ପ୍ରଥମ ସିନେମା ତଥା ‘ହମରାଜ’ରୁ ହିଁ ଭିମି ଷ୍ଟାର ବନିଯାଇଥିଲେ ଆଉ ଚାହୁଁ ଚାହୁଁ ଭିମିଙ୍କ ନିକଟରେ ଲାଗି ଯାଇଥିଲା ସିନେମାର ଲମ୍ବା ଲାଇନ୍ ।

ଏପରିକି ଭିମିଙ୍କୁ ନେଇ ସିନେମା କରିବା ପାଇଁ ନିର୍ମାତା ଏବଂ ନିର୍ଦ୍ଦେଶକମାନଙ୍କୁ ତାଙ୍କ ଘର ଆଗରେ ଚକ୍କର କାଟିବାକୁ ପଡୁଥିଲା । କିଛି ଦିନ ସବୁକିଛି ଠିକ୍ ଠାକ୍ ଚାଲିଲା । ମାତ୍ର ମାତ୍ର କେଇଟା ଦିନ ପରେ ସତେ ଯେପରି ଭିମିଙ୍କ ହସଖୁସୀର ସଂସାରରେ କାହାର ନଜର ଲାଗିଯାଇଥିଲା । କାରଣ, ଭିମିଙ୍କ ସଫଳତାର ରାସ୍ତାରେ ବାଧକ ସାଜିଥିଲେ ତାଙ୍କ ସ୍ୱାମୀ ।

ସୂଚନା ମୁତାବକ, ଭିମିଙ୍କର ସ୍ୱାମୀ ଭିମିଙ୍କୁ ଖୁବ୍ ପ୍ରତାଡିତ କରୁଥିଲେ । ଏପରିକି ସେ କେଉଁ ସିନେମା କରିବେ କେଉଁଟା ନୁହେଁ ସେଗୁଡିକୁ ମଧ୍ୟ ଭିମିଙ୍କ ସ୍ୱାମୀ ସ୍ଥିର କରୁଥିଲେ । ଖାଲି ସେତିକି ନୁହେଁ ସ୍ୱାମୀଙ୍କ କାରଣରୁ ଭିମିଙ୍କର ଷ୍ଟାରଡମ ଦିନକୁ ଦିନ କମିବାରେ ଲାଗିଥିଲା । ଯାହାର ଗଭୀର ପ୍ରଭାବ ପଡିଥିଲା ଭିମିଙ୍କର ଅଭିନୟ କ୍ୟାରିୟର ଉପରେ । ଶେଷରେ ଅତିଷ୍ଠ ହୋଇ ଭିମି ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ।
ମାତ୍ର ଏହାପରେ ଭିମିଙ୍କ ଜୀବନରେ ଯେପରି ଗ୍ରହଣ ଲାଗିଯାଇଥିଲା ।

କାରଣ, ଭିମିଙ୍କ ପାରିବାରିକ କାରଣରୁ ସିନେମା ନିର୍ମାତାମାନେ ତାଙ୍କଠାରୁ ଦୂରେଇବାକୁ ଲାଗିଥିଲେ ଏବଂ ଭିମିଙ୍କୁ ଆସ୍ତେ ଆସ୍ତି ସିନେମା ମାଳିବା ମଧ୍ୟ ବନ୍ଦ ହୋଇଯାଇଥିଲା । ଯାହାଦ୍ୱାରା ଭିମିଙ୍କ ନିକଟରେ ନା କେହି ଆଶ୍ୱାସନା ଦେବାକୁ ଥିଲେ ନା କେହି ସହଯୋଗ କରିବାକୁ ଥିଲେ । ଯେଉଁଥିପାଇଁ ଭିମିଙ୍କୁ ନିଶାର ସାହାରା ନେବାକୁ ପଡିଥିଲା । ଧିରେ ଧିରେ ଭିମିଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହେବାକୁ ଲାଗିଲା ଏବଂ ଶେଷରେ ବାଧ୍ୟ ହୋଇ ଭିମି ନିଜେ ରହୁଥିବା ଘରକୁ ବିକିବାକୁ ପଡିଥିଲା । ତେବେ କାମ ନମିଳିବା କାରଣରୁ ଭିମି ଆର୍ଥିକ ସମସ୍ୟାର ଶିକାର ହୋଇଥିଲେ ସତ କିନ୍ତୁ ଏହାଠାରୁ ଅଧିକ ଖରାପ ଦିନ ସେତେବେଳେ ଆସିଥିଲା, ଯେତେବେଳେ ଭିମି ଟଙ୍କା ପାଇଁ ଭିମି ଅନେକ ଲୋକଙ୍କ ଆଗରେ ହାତ ପତାଇଥିଲେ ମାତ୍ର କେହି ହେଲେବି ତାଙ୍କୁ ସାହାର୍ଯ୍ୟ କରି ନଥିଲେ ।

ଏହି ଘଟଣା ଭିମିଙ୍କ ହୃଦୟକୁ ଆହୁରୀ କଷ୍ଟ ଦେଇଥିଲା । କାରଣ, ଦିନେ ଯେଉଁ ନାୟିକାକୁ ନିଜ ସିନେମାରେ ନେବା ପାଇଁ ନିର୍ମାତାମାନେ ତାଙ୍କ ଇସାରାରେ ବସଉଠ୍ ହେଉଥିଲେ ସେ ଭିମିଙ୍କୁ ସାହାର୍ଯ୍ୟ କରିବାକୁ ସିଧାସଳଖ ମନା କରି ଦେଇଥିଲେ । ତେବେ ସିନେମା ନଗରୀରୁ ଭିମି ସତେ ଯେପରି ଅଲୋଡା ହୋଇଯାଇଥିଲେ । ଶେଷରେ ଏମିତି ସମୟ ଆସିଥିଲା କି ଏହି ହିଟ୍ ନାୟିକା ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଥିଲେ । କୁହାଯାଏ, ଶେଷ ମୁହୂର୍ତ୍ତରେ ତାଙ୍କ ନିକଟରେ ଏତେ ବି ଟଙ୍କା ନଥିଲା ତାଙ୍କର ଶବ ଯାତ୍ରା କରିବା ପାଇଁ ଆଉ ଯେଉଁଥିପାଇଁ ତାଙ୍କର ଶବକୁ ଏକ ଠେଲାରେ ପକାଇ ନେବାକୁ ପଡିଥିଲା ।

ସୌଜନ୍ୟ: ଅମର ଉଜାଲା