କାହାକୁ ଠକିଲେ ଏହି ନାୟିକା ! ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ଆସିଲା ଠକେଇ ଅଭିଯୋଗ

27

ବଲିଉଡ୍ ଜଗତର ବହୁ ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ନାଁରେ ଠକେଇ ଭଳି ଗୁରୁତର ଅଭିଯୋଗ ଆସିଛି । ଖାଲି ଶିଳ୍ପା ନୁହେଁ ତାଙ୍କ ସହ ତାଙ୍କ ସ୍ୱାମୀ ତଥା ରାଜ୍ କୁନ୍ଦ୍ରାଙ୍କ ନାଁରେ ମଧ୍ୟ ଏହି ଅଭିଯୋଗ ରହିଛି ।

ସୂଚନା ମୁତାବକ, ଗତ ଗୁରୁବାର ସଂଧ୍ୟାରେ ମହାରାଷ୍ଟ୍ର ପୁଲିସ ଶିଳ୍ପା ଏବଂ ତାଙ୍କ ସ୍ୱାମୀ ରାଜଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଛି । ତେବେ ଏହି ଅଭିିଯୋଗ ଜଣେ ବ୍ୟବସାୟୀ ଶିଳ୍ପା ଏବଂ ରାଜଙ୍କ କଂପାନୀ ବେଷ୍ଟ ଡିଲ୍ ଟିଭିର ଏକ ମାମଲାରେ ତାଙ୍କ ବିରୋଧରେ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ।

ଯଦିଓ ଏହାକୁ ନେଇ କୌଣସି ଅଧିକ ସୁଚନା ମିଳିପାରି ନାହିଁ ତେବେ ପୂର୍ବରୁ ଆଇପିଏଲ ଫିକ୍ସିଂ ମାମଲାରେ ମଧ୍ୟ ରାଜ୍ କୁନ୍ଦ୍ରା ଚର୍ଚ୍ଚାରେ ରହି ଆସିଛନ୍ତି । ଅନ୍ୟପଟେ ଏହି ଅଭିଯୋଗ ଉପରେ ଶିଳ୍ପା ଏବଂ ରାଜଙ୍କ ପକ୍ଷରୁ କୈଣସି ପ୍ରତିକ୍ରିୟା ଆସିନାହିଁ ।