ରେଖାଙ୍କ ଜୀବନର ଅଜଣା କଥା । ସୁଟିଂ ସେଟରୁ ବ୍ୟକ୍ତିଗତ ଜୀବନ ଯାଏଁ

69

ଆଜି ବଲିଉଡ ଡିଭା ରେଖାଙ୍କର ଜନ୍ମଦିନ । ତାଙ୍କର ଏହି ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଛୁଟି ଆସିଛି ଶୁଭେଚ୍ଛାର ସୁଅ । ରେଖା ଜଣେ ସଫଳ ଅଭିନେତ୍ରୀ ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଏହାସବୁ ସତ୍ୱେ ବି ସେ ସବୁବେଳେ ବିବାଦ ଘେରରେ ରହିଆସିଛନ୍ତି । ତେବେ ସେ ନିଜର ବ୍ୟକ୍ତିଗତ ଜୀବନ ହେଉ କିମ୍ବା ପ୍ରଫେସନାଲ ଜୀବନକୁ ନେଇ ହେଉ, ରେଖା ସବୁବେଳେ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ରେଖାଙ୍କର ଜୀବନରେ ଭରି ରହିଛି ଅନେକ ଦୁଃଖ ଆଉ ଯନ୍ତ୍ରଣା ଯାହା ଏବେବି ରହିଛି ରହସ୍ୟ ଘେରରେ । ତେବେ ଆସନ୍ତୁ ଜାଣିବା ଏହି ସୁନ୍ଦରୀ ନାୟିକାଙ୍କ ଜବନ ସହ ଜଡିତ କିଛି ଅଜଣା କଥା ।

ରେଖା ତାଙ୍କ ବାୟୋଗ୍ରାଫିରେ ନିଜ ଜୀବନର ଅନେକ ଦୁଃଖଭରା ମୁହୂର୍ତ୍ତକୁ ଉଲ୍ଲେଖ କରିଛନ୍ତି । ଯାହାକୁ ସେ ମାତ୍ର ୧୫ ବର୍ଷ ବୟସରୁ ସହିବାକୁ ପଡିଥିଲା । ତେବେ ଏହି ଘଟଣା ସିନେମା ‘ଅନଜାନା ସଫର’ର ସୁଟିଂ ସମୟରେ ହିଁ ଘଟିଥିଲା । ଘଟଣାଟି ହେଲା, ଏକ ରୋମାଂଟିକ୍ ଗୀତର ସୁଟିଂ ପାଇଁ ରେଖା ସେଟରେ ପହଂଚିଥିଲେ ଏବଂ ସେଠାରେ ଯେତେବେଳେ ଡାଇରେକ୍ଟର ଆକ୍ସନ କହିଥିଲେ ଅଭିନେତା ବିଶ୍ୱଜୀତ ତାଙ୍କ ଓଠକୁ ଚୁମ୍ବନ ଦେବା ଆରମ୍ଭ କରିଦେଇଥିଲେ । ଯାହାକି ପାଖାପାଖି ୫ ମିନିଟ ଯାଏଁ ଚାଲିଥିଲା । କ୍ୟାମେରା ଲଗାତର ଭାବେ ରୋଲ ହେଉଥିଲା କିନ୍ତୁ ଡାଇରେକ୍ଟର କଟ୍ କରୁନଥିଲେ ଆଉ ସେଠାରେ ଉପସ୍ଥିତ କର୍ମଚାରୀମାନେ ଏହାର ମଜା ଉଠାଉଥିଲେ ।

ତେବେ ଏହି କିସିଂ ସିନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା । ଏହି ଦୃଶ୍ୟ ଉପରେ ସେନସର ବୋର୍ଡ ଆଙ୍ଗୁଠି ଉଠାଇବାକୁ ମଧ୍ୟ ଚେଷ୍ଟା କରିଥିଲା । ଏପରିକି ମାମଲାଟି କୋର୍ଟ ଯାଏଁ ବି ପହଂଚିଯାଇଥିଲା । ବିବାଦଟି ଏତେମାତ୍ରାରେ ବଢିଯାଇଥିଲା କି ଆମେରିକାର ଲାଇଫ ମାଗାର୍ଜିନରେ ଏହାକୁ ନେଇ ଏକ କଭର ଷ୍ଟୋରୀ ଛାପି ଯାଇଥିଲା । ଯାହାର ଟାଇଟଲ ରଖାଯାଇଥିଲା, ‘ଦ କିସିଂ କ୍ରାଇସିସ୍ ଅଫ୍ ଇଣ୍ଡିଆ’ ।

ଅନ୍ୟ ଏକ କାହାଣୀ ହେଉଛି ରେଖା ଏବଂ ବିନୋଦ ମେହରାଙ୍କ ବିବାହ ସମୟର । ଯେତେବେଳେ ଦୁହେଁ କୋଲକତାରେ ବିବାହ କରିବା ପରେ ମୁମ୍ବାଇ ଫେରିଥିଲେ ସେତେବେଳେ ନବବିବାହିତା ରେଖାଙ୍କର ସ୍ୱାଗତ କରାଯାଇଥିଲା ଚପଲରେ । କାରଣ ରେଖାଙ୍କର ଶାଶୂ କମଳା ଏହି ବିବାହରେ ଖୁସି ନଥିଲେ । ଯେତେବେଳେ ରେଖା ତାଙ୍କ ଆଶୀର୍ବାଦ ନେବା ପାଇଁ ନଇଁ ପଡିଥିଲେ ସେେତେବେଳେ ରେଖାଙ୍କର ଶାଶୂ ତାଙ୍କୁ ଧକ୍କା ପକାଇଥିଲେ । ଏପରିକି ସେ ରେଖାଙ୍କୁ ମାରିବା ପାଇଁ ଚପଲ ମଧ୍ୟ ଉଠାଇଥିଲେ ଓ ତାଙ୍କୁ ଘରେ ପସିବାକୁ ମନା କରିଦେଇଥିଲେ ।

ସେହିପରି ରେଖାଙ୍କ ମଥାରେ ଚମକୁଥିବା ସିନ୍ଦୁର ଆଜି ବି ଏକ ରହସ୍ୟ ହୋଇ ରହି ଯାଇଛି । ଏହାକୁ ନେଇ ଦୀର୍ଘ ସମୟ ଧରି କଂଟ୍ରୋଭର୍ସି ମଧ୍ୟ ଚାଲିଛି । ସମସ୍ତଙ୍କ ମନରେ ଖାଲି ଗୋଟିଏ ରେଖାଙ୍କ ମଥାରେ ଚମକୁଥିବା ସିନ୍ଦୁର କାହାର । ଯଦିଓ ଏସଂପର୍କରେ ରେଖା ସଫେଇ ଦେଇ କହିଥିଲେ କି, ସେ ସୁଟିଂରୁ ସିଧା ରେଖା ଋଷି କପୂର ଏବଂ ନୀତୁ ସିଂହଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଆଉ ସେ ତାଙ୍କ କଷ୍ଟ୍ୟୁମ ବଦଳାଇବାକୁ ଭୁଲିଯାଇଥିଲେ । ତେବେ ସେ ଯାହା ହେଉନା କାହିଁକି ଆଜିବି ରେଖା ସିନ୍ଦୂର ଏବଂ ମଙ୍ଗଳସୂତ୍ରରେ ନଜର ଆସୁଛନ୍ତି ।

ସୌଜନ୍ୟ: ଆଜତକ୍