ଇନ୍ଦୋର ସହିତ ଜଡିତ ଭାଇଜାନଙ୍କ ସୁପରଷ୍ଟାର ବନିବାର ରହସ୍ୟ !

43

ବଲିଉଡ ଭାଇଜାନ ତଥା ସୁପରଷ୍ଟାର ସଲମାନ ଖାନ ଏବେ ନିଜ ଆଗାମୀ ସିନେମା ‘ଟ୍ୟୁବଲାଇଟ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତେବେ ଏହାର ଟ୍ରେଲର ଲଂଚ ହେବା ପୂର୍ବରୁ ସଲମାନ ସିନେମା ‘ଟାଇଗର ଜିନ୍ଦା ହେଁ’ର ସୁଟିଂକୁ ଅଧାର ଛାଡି ଦୁବାଇରୁ ମୁମ୍ବାଇ ଚାଲି ଆସିଛନ୍ତି । ଆଶା କରାଯାଉଛି ତାଙ୍କର ଏହି ସିନେମାଟି ମଧ୍ୟ ବକ୍ସ ଅଫିସରେ ସୁପରହିଟ୍ ହୋଇପାରେ ।

ତେବେ ସଲମାନ ନିଜ ଅଭିନିତ ସିନେମା ‘ୱାଂଟେଡ୍’ ପରଠାରୁ ଆଉ ଫ୍ଲପର ମୁହଁ ଦେଖି ନାହାଁନ୍ତି । ଯେବେକି ଏହା ପୂର୍ବରୁ ତାଙ୍କର ଅନେକ ସିନେମା ଫ୍ଲପ୍ ହେଉଥିଲା । ଏଥିସହ ସେ ଅନେକ ବିବାଦ ଘେରରେ ମଧ୍ୟ ରହିଆସୁଥିଲେ । ମାତ୍ର ବର୍ତ୍ତମାନ ତାଙ୍କ ଜୀବନରେ ବହୁତ ସୁଧାର ଆସିଛି । ଯେବେଠାରୁ ସଲମାନଙ୍କ ହାତରେ ତାଙ୍କର ପ୍ରିୟ ବ୍ରେସଲେଟ୍ ରହିଛି ସେବେଠାରୁ ସେ ସଫଳତା ପରେ ସଫଳତା ହାସଲ କରିବାରେ ଲାଗିଛନ୍ତି ।

ଆଜ୍ଞା ହଁ ! ସଲମାନଙ୍କ ସଫଳତା ପଛରେ ସେ ପିନ୍ଧି ଥିବା ବ୍ରେସଲେଟର ଗଭୀର ସଂପର୍କ ରହିଛି । ତେବେ କହିବାକୁ ଗଲେ ଏହି ବ୍ରେସଲେଟଟି ସଲମାନଙ୍କ ପାଇଁ ଲକି ପାଲଟିଛି । ସଲମାନ ତାଙ୍କର ଏହି ବ୍ରେସଲେଟଟିକୁ ନିଜଠାରୁ କେବେ ଅଲଗା କରନ୍ତି ନାହିଁ । ଶୁଣିବାକୁ ମିଳଛି ଏହି ବ୍ରେସଲେଟଟିକୁ ସଲମାନଙ୍କ ଦାଦା ଇନ୍ଦୋରରୁ କିଣି ଥିଲେ ଏବଂ ସଲିମ ଖାନଙ୍କୁ ଦେଇଥିଲେ । ଏହାପରେ ସଲିମ ସଲମାନଙ୍କ ବାରମ୍ବାର ବିଫଳତାକୁ ଦେଖି ତାଙ୍କୁ ଉପହାର କରିଥିଲେ । ଆଉ ସେହିଦିନଠାରୁ ସଲମାନ ସେହି ବ୍ରେସଲେଟଟିକୁ ପିନ୍ଧି ଆସୁଛନ୍ତି ।