ରଣବୀରଙ୍କ ଖୁଲାସା ! କହିଲେ, କେବେ ଆଉ କେମିତି ହୋଇଥିଲା ଦୀପିକାଙ୍କ ସହିତ ପ୍ରେମ

44

ଦିନ ଥିଲା ବଲିଉଡ ଅଭିନେତା ରଣବୀର କପୂର ଏବଂ ନାୟିକା ଦୀପିକା ପାଦୁକୋନଙ୍କ ପ୍ରେମ ସଂପର୍କକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଥିଲା । ମାତ୍ର ଉଭୟଙ୍କ ବିଚ୍ଛେଦ ଖବର ସତେ ଯେମିତି ତାଙ୍କ ସହ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ଚକିତ କରିଦେଇଥିଲା । ତେବେ ରଣବୀର -ଦୀପିକାଙ୍କ ବିଚ୍ଛେଦ ଖବରକୁ ନେଇ ଯଦିଓ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା କିନ୍ତୁ ଉଭୟଙ୍କର ଲଭ ଷ୍ଟୋରୀ କେମିତି ଆରମ୍ଭ ହୋଇଥିଲା ତାହାର ରାଜ୍ ଯେପରି ରାଜ୍ ହୋଇ ରହିଯାଇଥିଲା ଆଉ ଏହାର ଖୁଲାସା ଖୋଦ୍ ରଣବୀର ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ।

କିଛି ହେଲା ରଣବୀର-ଦୀପିକା ଦେଇଥିବା ଏକ ସାକ୍ଷାତକାର ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଜାତୀୟ ଗଣମାଧ୍ୟମ୍ୟ ପିପଲ୍ ମାଗାର୍ଜିନକୁ ଦେଇଥିବା ଏହି ଇଂଟଭିୟୁରେ ଖୋଦ୍ ରଣବୀର ଖୁଲାସା କରିଥିଲେ କି କେମିତି ଆଉ କେବେ ତାଙ୍କର ଦୀପିକାଙ୍କ ସହ ପ୍ରେମ ହୋଇଥିଲା ।
ତେବେ ଏହି ସାକ୍ଷାତକାରରେ ଦୀପିକା କହିଥିଲେ କି, ‘ମୁଁ ଯେତେବେଳେ ନୂଆ କରି ସିନେମାରେ ପାଦ ଦେଇଥିଲେ ସେବେଠୁ ହିଁ ସେ ରଣବୀରଙ୍କ ନାଁ ଶୁଣିଥିଲି । ସବୁଠାରୁ ଖାସ୍ କଥା ହେଲା, ଆମର ମେକଅପ୍ ଆଟିଷ୍ଟ୍ ଭରତ ଏବଂ ଡୋରିସ ଥିଲେ । ଦିନେ ଡୋରିସ ମୋତେ କହିଲେ କି ରଣବୀର ଜଣେ ବହୁତ ଭଲ ପିଲା ଆଉ ଆମେ ପରସ୍ପରକୁ ଭେଟିବା ଦରକାର’ ।

ଦୀପିକା ଆହୁରୀ ବି କହିିଥିଲେ, ‘ହଠାତ୍ ଦିନେ ଡୋରିସ ରଣବୀରଙ୍କୁ ଡାକିଥିଲେ ଏବଂ ପରସ୍ପର ସହିତ କଥା ହେବାକୁ କହିଥିଲେ । ବାସ୍ ସେହିଦିନ ହିଁ ପ୍ରଥମ ଥର ଆମେ ପରପ୍ସର ସହିତ କଥା ହୋଇଥିଲୁ ଏବଂ ମୋବାଇଲ୍ ନମ୍ବର ଦିଆନିଆ ହୋଇଥିଲୁ । କିଛି ଦିନ ପରେ ତଥା ଜୁଲାଇ ୨୦୦୭ରେ ଆମେ ଲଂଚ ପାଇଁ ଲଙ୍ଗଡ୍ରାଇଭରେ ଯାଇଥିଲୁ ଏବଂ ସେଠାରେ ଆମେ ପୁରା ଦିନ ଏକାଠି ବିତାଇଥିଲୁ । ଏହାପରେ ଆମ ମଧ୍ୟରେ ଧିରେ ଧିରେ ସଂପର୍କ ସୁଦୃଢ ହେବାରେ ଲାଗିଥିଲା’ ।

ସେହିପରି ରଣବୀରଙ୍କ କହିବା କଥା ଥିଲା କି , ‘ମୋର ଯାହା ମନେ ଅଛି ଦୀପିକା ସେଦିନ ଏକ ଧଳା ରଙ୍ଗର ଗ୍ରାଉନ ପିନ୍ଧିଥିଲେ ଆଉ ଖୁବ୍ ସୁନ୍ଦର ମଧ୍ୟ ଲାଗିଥିଲେ । ମୋତେ ଦୀପିକାଙ୍କ ଗୋଟିଏ ଗୁଣ ବହୁତ ଭଲ ଲାଗେ ସେ ହେଉଛି, ଦୀପିକାଙ୍କ ସକରାତ୍ମକ ଚିନ୍ତାଧାରା ଏବଂ ତାଙ୍କ ସହିତ ସମୟ ବିତାଇବାକୁ ମୋତେ ବହୁତ ଭଲ ଲାଗେ’ ।

ଯାହା ହେଇଥାଉଁ ନା କାହିଁକି , ବର୍ତ୍ତମାନ ଏହି ଲଭ ଷ୍ଟୋରୀରେ ପୂର୍ଣ୍ଣଚ୍ଛେଦ ପଡିବାରେ ଅନେକ ବର୍ଷ ବିତିଗଲାଣି । ଦୀପିକା ଏବେ ରଣବୀର ସିଂହଙ୍କୁ ଡେଟ୍ କରୁଥିବାବେଳେ, ରଣବୀର କପୂର ଏବେ ସିଙ୍ଗିଲ ଅଛନ୍ତି । ତେବେ ଖୁବ୍ ଶୀଘ୍ର ହିଁ ରଣବୀର ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି ।

ସୌଜନ୍ୟ: ଆଜତକ୍