ସୁଟିଂବେଳେ ୨୦ ଫୁଟ୍ ଉଚ୍ଚରୁ ତଳକୁ ଖସି ପଡିଲେ ଏହି ଅଭିନେତା ! କଣ ହେଲା ଜାଣନ୍ତୁ

33

ବହୁ ଚର୍ଚ୍ଚିତ ସିନେମା ‘ବାହୁବଳୀ’ର ଲେଖକ କେଭି ବିଜୟେନ୍ଦ୍ର ପ୍ରସାଦ ଏବେ ଛୋଟ ପରଦାରେ ନିଜର କମାଲ ଦେଖାଇବାକୁ ଯାଉଛନ୍ତି । ଯାହାକି ଷ୍ଟାର ପ୍ଲସରେ ‘ଆରମ୍ଭ’ ନାମରେ ଏକ ଧାରାବାହିକ ଅଟେ । ଆଉ ଏହାର ସୁଟିଂ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ଧାରାବାହିକଟିକୁ ଗୋଲ୍ଡି ବହଲ ଏବଂ ସୃଷ୍ଟି ଆର୍ଯ୍ୟ ନିର୍ଦ୍ଦେଶନା ଦେଉଛନ୍ତି । ଏହା ଏକ ପିରିୟଡ ଡ୍ରାମା ଅଟେ । ଏବଂ ଏଯାବତ୍ ଏହାର ଦୁଇଟି ପ୍ରୋମୋ ମଧ୍ୟ ରିଲିଜ୍ ହୋଇସାରିଛି । କିନ୍ତୁ ନିକଟରେ ଏହାର ସୁଟିଂ ସେଟରେ ଏକ ବଡ ଦୁର୍ଘଟଣା ଘଟି ଯାଇଛି । ଯେଉଁଥି ପାଇଁ ସୁଟିଂ କାମକୁ ପାଖାପାଖି ୧୦ ଦିନ ପାଇଁ ବନ୍ଦ କରି ଦିଆଯାଇଛି ।

ସୂଚନା ମୁତାବକ, ଏହି ଧାରାବାହିକର ମୁଖ୍ୟ ଭୂମିକାରେ ଥିବା ଅଭିନେତା ରାଜନିଶ ଦୁଗ୍ଗଲ ସୁଟିଂ କରୁଥିବା ସମୟରେ ଗୁରୁତର ଭାବେ ଆହତ ହୋଇଛନ୍ତି । ରାଜନୀଶଙ୍କ ଦୁଇ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ଯେଉଁଥି ପାଇଁ ଡାକ୍ତର ତାଙ୍କୁ ୧୦ ଦିନ ଯାଏଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ତେବେ ମିଳିଥିବା ସୂଚନାରୁ ଯାହା ଜଣା ପଡିଛି କି, ରାଜନିଶ ଧାରାବହିକର ଏକ ସିନରେ ଥିବା ଷ୍ଟଂଟର ସିନ୍ କରୁଥିବାବେଳେ ପାଖାପାଖି ୨୦ ଫିଟ୍ ଉଚ୍ଚରୁ ତଳକୁ ଖସି ପଡିଥିଲେ ।