ଐଶଙ୍କ ପାଇଁ କଟକଣା ! ସୋସିଆଲ ମିଡିଆଠାରୁ ଦୂରେଇ ରହିବାକୁ ବାରଣ କଲେ ଅଭିଷେକ

27

ବର୍ତ୍ତମାନ ଯୁଗରେ ଯେଉଁଠି ସିନେମା ଜଗତର ସମସ୍ତ ଛୋଟମଟ କଳାକାର ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ବେଳେ ବଚ୍ଚନ ପରିବାର ଦେଖାଦେଇଛି ବ୍ୟତିକ୍ରମ । ଅର୍ଥାତ୍ ଅଭିଷେକ ବଚ୍ଚନ ପତ୍ନୀ ଐଶୋର୍ଯ୍ୟା ରାୟ ବଚ୍ଚନଙ୍କୁ ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ବାରଣ କରିଛନ୍ତି । ଯଦିଓ ଐଶଙ୍କୁ ସ୍ୱାମୀଙ୍କ ଏଭଳି ନିଷ୍ପତି ଟିକେ ଚକିତ ଲାଗିଥିଲା ମାତ୍ର ସେ ତାକୁ ଅଣଦେଖା କରିଦେଇଥିଲେ । କାରଣ ଐଶ୍ ଖୁବ୍ କମ ମାତ୍ରାରେ ଏହାକୁ ବ୍ୟବହାର କରନ୍ତି ସେ ପୁଣି କୌଣସି ଇଭେଂଟ କିମ୍ବା ସିନେମାର ପ୍ରମୋସନ ସମୟରେ ।

କିନ୍ତୁ ଏଥରକ ଯେତେବେଳେ ଐଶ୍ ଟୁଇଟର ଓ ଫେସବୁକ ବ୍ୟବହାର କରିବାକୁ ନିଷ୍ପତି ନେଇଥିଲେ ସେତେବେଳେ ଅଭିଷେକ ତାଙ୍କୁ ରୋକଠୋକ୍ ମନା କରିଦେଇଛନ୍ତି । ସୂଚନା ମୁତାବକ , ଐଶ୍ ନିଜର ସିନେମାର ପ୍ରମୋସନ ଏବଂ ଫ୍ୟାନ୍ସଙ୍କ ସହ ଜଡିତ ରହିବା ପାଇଁ ସୋସିଆଲ ମିଡିଆରେ ସକ୍ରିୟ ହେବାକୁ ଚାହାଁନ୍ତି କିନ୍ତୁ ଅଭିଷେକ ତାଙ୍କୁ ଏସମସ୍ତଙ୍କଠାରୁ ଦୂରେଇ ରହିବାକୁ କହିଛନ୍ତି । କାରଣ ଅଭିଷେକଙ୍କ କହିବା କଥା ହେଲା, ଅନେକ ସମୟରେ ଲୋକମାନେ ସୋସିଆଲ ମିଡିଆରେ କଳାକାରମାନଙ୍କୁ ଅନେକ ଥଟ୍ଟା ପରିହାସ କରିବା ସହ ବିଭିନ୍ନ ଅଶ୍ଳୀଳ କମେଂଟ ମଧ୍ୟ କରିଥାନ୍ତି । ଯାହର ଶିକାର ନିଜେ ଅଭିଷେକ ମଧ୍ୟ ହୋଇଛନ୍ତି ।