‘ନାଗିନ’ଙ୍କ ସହ କାମ କରିବାକୁ ଚାହୁଁ ନାହାଁନ୍ତି ଭାଇଜାନଙ୍କ ଭିଣେଇ ! ହେଲେ କାହିିଁକି

45

ସୁପରଷ୍ଟାର ସଲମାନ ଖାନ ଖୁବ୍ ଶୀଘ୍ର ନିଜ ଭିଣେଇ ଆୟୁଷ ଶର୍ମାଙ୍କୁ ବଲିଉଡରେ ଲଂଚ କରିବାକୁ ଯାଉଛନ୍ତି । ହେଲେ ତାଙ୍କ ପାଇଁ ଏବେ ନାୟିକା ଖୋଜିବା ଏକ କଷ୍ଟକର ବ୍ୟାପାର ହୋଇପଡିଛି ।

ସୂଚନା ମୁତାବକ, ସଲମାନ, ଆୟୁଷଙ୍କର ଅପୋଡିଟରେ ‘ନାଗିନ’ ମୌନି ରୟଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ । କିନ୍ତୁ ଆୟୁଷଙ୍କୁ ସଲମାନଙ୍କର ଏହି ଆଇଡିଆ ପସନ୍ଦ ଆସିନଥିଲା ଆଉ ସେ ସିଧାସଳଖ ମନା କରିଦେଇଛନ୍ତି ମୌନିଙ୍କୁ ତାଙ୍କ ସିନେମାରେ ନେବାପାଇଁ । ସୂଚନା ମୁତାବକ, ଆୟୁଷ ଚାହୁଁଛନ୍ତି ତାଙ୍କ ସିନେମାର ନାୟିକା ଜଣେ ବଲିଉଡର ନାମୀ ନାୟିକା କିମ୍ବା ଏଭଳି ଜଣେ ନୂଆ ଚେହେରା ଯିଏକି କୌଣସି ବଲିଉଡ ପର୍ସନାଲିଟିର ଝିଅ କିମ୍ବା ଭଉଣୀ ହୋଇଥିବେ । ତେବେ ଆୟୁଷଙ୍କ ମନ ପସନ୍ଦର ନାୟିକା ପାଇଁ ଏବେ ସନ୍ଧାନ ଆରମ୍ଭ ହୋଇଯାଇଛି ।

ଯଦି ସିନେମା କଥା ଉଠେ ତେବେ ଭାଇଜାନ ବର୍ତ୍ତମାନ ନିଜ ସିନେମାକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଗୁରୁବାର ଅବୁଧାବରେ ‘ଟାଇଗର ଜିନ୍ଦା ହୈ’ର ସୁଟିଂ ଶେଷ ହୋଇଛି ଯାହାର ସୂଚନା ସଲମାନ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ତେବେ ଏହି ସିନେମାଟି ୨୨ ଡିସେମ୍ବରକୁ ପରଦାକୁ ଆସିବ ।

ଏହପରେ ଭାଇଜାନ ସେଠାରୁ ଦବଙ୍ଗ କନ୍ସର୍ଟ ପାଇଁ ଲଣ୍ଡନ ଚାଲିଯାଇଛନ୍ତି । କନସ୍ଟରେ ସଲମାନଙ୍କ ସହିତ ସୋନାକ୍ଷୀ ମଧ୍ୟ ରହିଛନ୍ତି । ଏହାପରେ ସଲମାନ ‘ବିଗବସ୍- ସିଜିନ୍ ୧୧’ର ସୁଟିଂ ବି ଆରମ୍ଭ କରିବେ । ନିକଟରେ ରିଲିଜ ହୋଇଥିବା ପ୍ରମୋରେ ମୌନି ରୟ, ସଲମାନ ଖାନଙ୍କ ପଡୋଶୀ ରୂପେ ନଜର ଆସିଥିଲେ । ତେବେ ଏହି ପ୍ରମୋରୁ ଯାହା ଅନୁମାନ କରାଯାଉଛି ମୌନି ମଧ୍ୟ ସଲମାନଙ୍କ ଏହି ସୋ’ରେ ଭାଗ ନେଇପାରନ୍ତି । ସେପଟେ ମୌନି କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ଏଠାରେ ଆମେ କହି ରଖୁଛୁ କି, ମୌନି ରୟ ଅକ୍ଷୟ କୁମାରଙ୍କ ଅଭିନିତ ସିନେମା ‘ଗୋଲ୍ଡ’ ଜରିଆରେ ବଲିଉଡ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି ।

ସୌଜନ୍ୟ: ଆଜତକ୍