ପୁଣି ଭୁଲ୍ କଲେ ମିଷ୍ଟର ପରଫେକ୍ଟ ! ବଲିଉଡ ଅଭିନେତ୍ରୀଙ୍କ ଫିସ୍ ପରେ ଆମୀର ଭୁଲିଲେ ମିତାଲି ରାଜଙ୍କ ନାଁ

83

ସିକ୍ରେଟ୍ ସୁପରଷ୍ଟାରର ପ୍ରମୋସନ ପାଇଁ ଆମୀର ଖାନ ଭାରତ ଏବଂ ଅଷ୍ଟ୍ରେଲିଆର ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ପହଂଚିଥିଲେ । ଯଦିଓ ବର୍ଷା କାରଣରୁ ମ୍ୟାଚ ହୋଇପାରି ନଥିଲା । କିନ୍ତୁ ଏହି ସମୟରେ ମିଷ୍ଟର ପରଫେକ୍ଟ କରିଥିବା ଏକ ଭୁଲ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ପ୍ରକୃତ ମାମଲାଟି ହେଲା, ପ୍ରି-ମ୍ୟାଚ ଅବସରରେ ଆମୀର ଖାନ ଏବଂ ଜାୟରା ବସିମ ପହଂଚିଥିଲେ । ଏହି ସମୟରେ ତାଙ୍କୁ କ୍ରିକେଟ୍ ସହ ଜଡିତ କିଛି ପ୍ରଶ୍ନ ପଚରାଯାଇଥିଲା । ତେବେ ହୋଷ୍ଟ ଜିତନ ସପ୍ରୃ ସେମାନଙ୍କୁ ମହିଳା କ୍ରିକେଟ୍ ଦଳର ଅଧିନାୟକଙ୍କର ନାଁ ପଚାରିଥିଲେ ମାତ୍ର ଏହି ପ୍ରଶ୍ନର ଜବାବ ନା ମିଷ୍ଟର ପରଫେକ୍ଟ ଆମୀରଙ୍କୁ ଜଣାଥିଲା ନା ହିଁ ଜାୟରାଙ୍କୁ । ଖାଲି ସେତିକି ନୁହେଁ, ଏଥିପାଇଁ ହୋଷ୍ଟ ମଧ୍ୟ ଉଭୟଙ୍କୁ ବହୁତ ସାରା ହିଂଟ ବି ଦେଇଥିଲେ ହେଲେ ତା ପରେବି ସେ ଏହାର ଉତ୍ତର ଦେବାରେ ବିଫଳ ହୋଇଥିଲେ । ଯାହାକୁ କେନ୍ଦ୍ର କରି ଏବେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି ।

ଏହା ପୂର୍ବରୁ ମଧ୍ୟ ମିଷ୍ଟର ପରଫେକ୍ଟ ବଲିଉଡରେ ମହିଳା କଳାକାରଙ୍କ ପାରିଶ୍ରମିକ ଉପରେ ପ୍ରଶ୍ନ କରି ଫସି ସାରିଛନ୍ତି । ସେ ମହିଳା କଳାକାରଙ୍କର ପାରଶ୍ରିମିକକୁ ତାଙ୍କର ଫ୍ୟାନ୍ସ ଫଲୋଇଂ ଏବଂ ଯୋଗ୍ୟତା ସହ ଯୋଡି ଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଆମୀର ଖାନ ଏବଂ ଜୟରା ବସିମଙ୍କ ସିନେମା ସିକ୍ରେଟ୍ ସୁପରଷ୍ଟାରର କାହାଣୀ ମହିଳାଙ୍କ ଉପରେ ଆଧାରିତ । ଆମୀରଙ୍କ ଅଭିନିତ ତଥା ବହୁ ଚର୍ଚ୍ଚିତ ସିନେମା ‘ଦଙ୍ଗଲ’ର କାହାଣୀ ମଧ୍ୟ ମହିଳା ଖେଳାଳି ଉପରେ ପର୍ଯ୍ୟବେଶିତ ଥିଲା । ମୋଟ ଉପରେ କହିବାକୁ ଗଲେ, ଆମୀର ସିନେମା ଦଙ୍ଗଲ ଏବଂ ସିକ୍ରେଟ୍ ସୁପରଷ୍ଟାର ଭଳି ସିନେମାରେ ମହିଳାଙ୍କୁ ନୁଆ ରାସ୍ତା ଦେଖାଇବାରେ ନଜର ଆସିଛନ୍ତି । ତେଣୁ ଏଥିପାଇଁ ମଧ୍ୟ ଆମୀରଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଛି । ଆଉ ଏଭଳି ପରିସ୍ଥିତିରେ ଯଦି ତାଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜଙ୍କ ନାଁ ଜଣାନାହିଁ । ତେବେ ନିଶ୍ଚୟ ଏହା ଏକ ଚର୍ଚ୍ଚାର ବିଷୟ ଅଟେ ।

ସୌଜନ୍ୟ: ଆଜତକ୍