ସ୍ୱାମୀ କହି ଭାଇଜାନଙ୍କ ଘରେ ଜବରଦସ୍ତ ପଶିଗଲେ ମହିଳା ! ଜାଣନ୍ତୁ ଏହାପରେ କଣ ହେଲା. . .

51

ବଲିଉଡର ସୁଲତାନ ସଲମାନଙ୍କର ପୁରା ଦୁନିଆରେ ଅଗଣିତ ପ୍ରଶଂସକ ଅଛନ୍ତି । ପ୍ରଶଂସକମାନେ ତାଙ୍କ ଅଭିନୟକୁ ଭଲପାଇବା ସହିତ ତାଙ୍କୁ ମଧ୍ୟ ସ୍ନେହ ଏବଂ ପ୍ରେମ ଦେଇଛନ୍ତି । ଫ୍ୟାନମାନେ ନିଜର ପ୍ରିୟ କଳାକାରଙ୍କ କେତେ ମାତ୍ରରେ ଭଲପାଆନ୍ତି ତାହାର ପ୍ରମାଣ ଶାହାରୁଖଙ୍କ ଫିଲ୍ମ ‘ଫ୍ୟାନ’ରେ ଦେଖିବାକୁ ମିଳିଥିଲା । କିନ୍ତୁ ବାସ୍ତବରେ ଜଣେ ଫ୍ୟାନ କେତେ ଦୂର ଯାଇ ପାରେ ତାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି । ଜଣେ ମହିଳା ପ୍ରଶଂସକଙ୍କ ପାଇଁ ସଲମାନଙ୍କ ଘର ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି ।

ରିପୋର୍ଟ ଅନୁସାରେ ଗାଲାକ୍ସି ଆପାର୍ଟମେଂଟରେ ଜଣେ ମହିଳା ପ୍ରବେଶ କରି ନିଜକୁ ସଲମାନଙ୍କ ପତ୍ନୀ ବୋଲି ଦାବି କରିଥିଲେ । ଏହାସହିତ ଗାଲାକ୍ସି ଆପାର୍ଟମେଂଟ୍ ଛାତରେ ଛିଡା ହୋଇ ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ ମହିଳା ଜଣକ । ସିକ୍ୟୁରିଟି ଗାର୍ଡଙ୍କ ଅନୁପସ୍ଥିତିର ଫାଇଦା ନେଇ ମହିଳା ଜଣଙ୍କ ଆପାର୍ଟମେଂଟ୍ ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ଏହାପରେ ସେଠାରେ ଥିବା ସିକ୍ୟୁରିଡି ଗାର୍ଡ ପୋଲିସ ବଦଳରେ ଅଗ୍ନିଶମ ବିଭାଗକୁ ଫୋନ୍ କରି ଡାକିଥିଲେ । ଅନେକ ନାକେଦମ ହେବା ପରେ ମହିଳା ଜଣଙ୍କ ତଳକୁ ଓହ୍ଲାଇଥିଲେ । ଏବେ ସେହି ମହିଳା ଜେଲରେ ଥିବାବେଳେ ନିଜକୁ ସଲମାନଙ୍କ ପତ୍ନୀ ବୋଲି ଦାବି କରୁଛନ୍ତି ।

ଏହି ଘଟଣା ସମୟରେ ସଲମାନ ସେଠରେ ଉପସ୍ଥିତ ନଥିଲେ । ବର୍ତ୍ତମାନ ସଲମାନ ଆବୁ ଧାବିରେ ରେସ୍ – ଥ୍ରୀର ସୁଟିଂରେ ବ୍ୟସ୍ତ ଥିବା ଜଣାପଡିଛି ।