କିଙ୍ଗ୍ ଖାନଙ୍କ ଗାଡି ଧକ୍କାରେ ଯୁବକ ଗୁରୁତର ! ମାତ୍ର ଶାହରୁଖ ଯାହା କରିଥିଲେ ତାହା ସୁଲତାନଙ୍କୁ ଦେଇଥିଲା ଶିକ୍ଷା

32

ନିକଟରେ କିଙ୍ଗ୍ ଖାନଙ୍କ କାର ଧକ୍କାରେ ଜଣେ ଫଟୋଗ୍ରାଫର ଗୁରୁତର ଭାବେ ଆହତ ହୋଇଥିଲେ । କିନ୍ତୁ ଏହାପରେ ଶାହରୁଖ ଖାନ ଯାହା କରିଥିଲେ ତାହା ସଲମାନ ଖାନଙ୍କୁ ବୋଧେ କିଛି ଶିଖିବାରେ ଥିଲା ।

ଘଟଣାଟି ହେଲା, ଆଲିଆ ଭଟ୍ଟଙ୍କ ଜନ୍ମଦିନ ଅବସରରେ ସମସ୍ତ କଳାକାର ଆଲିଆଙ୍କ ଏହି ଉତ୍ସବରେ ସାମଲି ହେବାକୁ ପହଂଚିଥିଲେ ଆଉ ଏହାର ସୁଯୋଗ ନେଇ ସେଠାରେ ଅନେକ ଗଣମାଧ୍ୟମର ପ୍ରତିନିଧି ତଥା ସାମ୍ବାଦିକ ଏବଂ ଫଟୋଗ୍ରାଫରମାନେ ଯାଇ ପହଂଚି ଥିଲେ । ଠିକ୍ ଏହି ସମୟରେ ଶାହରୁଖଙ୍କ ଗାଡିର ଏଂଟ୍ର ହୋଇଥିଲା ଆଉ ତାଙ୍କ ଫଟୋ ଉଠାଇବା ପାଇଁ ସେଠାରେ ଉପସ୍ଥିତ ସମସ୍ତ ଫଟୋଗ୍ରାଫର ତାଙ୍କ ଗାଡି ପଛରେ ଦୌଡିବାକୁ ଲାଗିଥିଲେ । କିନ୍ତୁ ଅସାବଧାନତା କାରଣରୁ ଜଣେ ଫଟୋଗ୍ରାଫଙ୍କ ଗୋଡ ଉପରେ ଶାହରୁଖଙ୍କ ଗାଡି ଚଢିଯାଇଥିଲା । ଆଉ ସେ ଗୁରୁତର ଭାବରେ ଆହତ ହୋଇଯାଇଥିଲେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ସମୟରେ କିଙ୍ଗ୍ ଖାନ ସେଠାରେ ଉପସ୍ଥିତ ଥିଲେ ଏବଂ ତୁରନ୍ତ ଗାଡିରୁ ଓହ୍ଲାଇ ଯାଇ ଗୁରୁତର ହୋଇଥିବା ଯୁବକଙ୍କୁ ଶାହରୁଖ ନିଜେ ଚିକିତ୍ସା ପାଇଁ ମୁମ୍ବାଇର ଏକ ନାମୀଦାମୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଖାଲି ସେତିକି ନୁହେଁ ଶାହରୁଖ ଉକ୍ତ ଯୁବକଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିତିଲେ । ଏପରିକି ଏ ସଂମସ୍ତ ଖର୍ଚ୍ଚ ସେ ନିଜ ବ୍ୟକ୍ତିଗତ ଆକାଂଟରୁ ହିଁ ଖର୍ଚ୍ଚ କରିଥିଲେ ।