ଭାରତୀୟ ପୁରୁଷଙ୍କୁ ଡରୁଆ କହି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ

69

ବଲିଉଡ ଏବଂ ଡେଲିସପରେ ବହୁବର୍ଷ ନିଜର ପ୍ରତିଭା ଦେଖ।।ଇ ଆସୁଥିବା ଅଭିନେତ୍ରୀ ମନ୍ଦିରା ବେଦୀ ନିକଟରେ ଭାରତୀୟ ପୁରୁଷଙ୍କୁ ଡରୁଆ କହିଛନ୍ତି । ଏମଟିଭିରେ ପ୍ରସାରିତ ହେଉଥିବା ଶୋ’ ଏମଟିଭି ଟ୍ରୋଲ ପୋଲିସରେ ସେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି । ଏହି ଶୋ’କୁ ଅଭିନେତ୍ରୀ ଜରିନ ଖାନ ହୋଷ୍ଟ କରୁଥିବାବେଳେ ମନ୍ଦିରା ପୁରୁଷ ମାନଙ୍କ ମଧ୍ୟରେ ଲୁଚି ରହିଥିବା ମହିଳାକୁ ଧିକ୍କାର କରିଛନ୍ତି ।

ସେ ଭାରତର ବହୁ ସ୍ଥାନକୁ ବୁଲିବାକୁ ଯାଇଛନ୍ତି ଏବଂ ସେଠାରୁ ଲୋକଙ୍କ ବିଭିନ୍ନ ପ୍ରକାର କମେଣ୍ଟତାଙ୍କୁ ହତବାକ କରିଛି । ମୁହଁ ଉପରେ ଲୋକ ଖରାପ ଶବ୍ଦ ପ୍ରୟୋଗ କରି ଚାଲିଯିବା କଥା ସେ କହିଛନ୍ତି । ଏହା କେବଳ ଲୋକଙ୍କର ଅପସଂସ୍କାରର ଚିତ୍ର ବୋଲି ସେ କହିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଶରୀରକୁ ନେଇ କମେଣ୍ଟ କରିବା ଏବଂ ଟ୍ରୋଲ କରିବାକୁ ନେଇ ମନ୍ଦିରା କହିିଛନ୍ତି ଏହା କେବଳ ବିକୃତ ମାନସିକତା ଯାହା ଭାରତର ଯେକୌଣସି ସ୍ଥାନକୁ ଗଲେ ମଧ୍ୟ ଆପଣ ଦେଖିବାକୁ ପାଇବେ ।

ଏବେ ସେ ଏହି ସବୁ କଥା ଉପରେ ସେତେଟା ନଜର ଦେଉ ନାହାନ୍ତି । ଗୋଟିଏ ପଟେ ଭାରତର ପୁରୁଷମାନେ ତାଙ୍କୁ ଅଶ୍ଲୀଳ କମେଣ୍ଟ କରୁଥିବା ବେଳେ ମହିଳାମାନେ ତାଙ୍କୁ ନିଜର ରୋଲ ମଡେଲ ଭାବନ୍ତି । ପୁରୁଷ ପ୍ରଧାନ ଦେଶରେ ପୁରୁଷ ନିଜ ସମ୍ମାନକୁ ହାନି କରୁଥିବା କଥା ସେ କହିଛନ୍ତି ।