କ୍ଷମା ମାଗିଲେ ମୁନ୍ନା ଭାଇ ! ସିନେମା ‘ଭୂମି’ର ସୁଟିଂ ସମୟରେ ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ଆକ୍ରୋଶର ଶିକାର

24

ବଲିଉଡ ଅଭିନେତା ସଂଜୟ ଦତ୍ତ ମାଗିଲେ କ୍ଷମା । କଥାଟା ଶୁଣିଲେ ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ ମାତ୍ର ଏହା ହିଁ ସତ୍ୟ । ମିଳିଥିବା ସୂଚନା ଅନୁସାରେ, ସଂଜୟ ଦତ୍ତ ବର୍ତ୍ତମାନ ନିଜ ଆଗାମୀ ସିନେମା ଭୂମିର ସୁଟିଂ କାମରେ ଆଗ୍ରାରେ ବ୍ୟସ୍ତ ଅଛନ୍ତି । ତେବେ ଏହି ସୁଟିଂ କାରଣରୁ ତାଜମହଲର ଭିଭିଆଇପି ରୋଡରେ ଦେଖାଦେଇଥିଲା ଦର୍ଶକଙ୍କ ଭିଡ । ରାସ୍ତା ଜାମ୍ ଫଳରେ ପର୍ଯ୍ୟଟକମାନେ ଏହି ରାସ୍ତାରେ ଦୀର୍ଘ ସମୟ ଧରି ଫସି ରହିଥିଲେ ।

ସୂଚନା ପାଇ ଯେତେବେଳେ ସେଠାରେ ଗଣମାଧ୍ୟମର ପ୍ରତିନିଧିମାନେ ପହଂଚିଥିଲେ । ସେତେବେଳେ ସେଠାରେ ଉପସ୍ଥିତ ଥିବା ସଜୟ ଦତ୍ତଙ୍କ କିଛି ସୁରକ୍ଷାକର୍ମୀ ଏମାନଙ୍କ ଉପରେ ହଠାତ୍ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ । ଯାହାଦ୍ୱାରା ପାଖାପାଖି ୫ରୁ ଅଧିକ ସାମ୍ବାଦିକ ଏଥିରେ ଆହତ ହୋଇଥିଲେ । ଆଉ ଏହାର ସଂପୂର୍ଣ୍ଣ ଦୃଶ୍ୟ ସେଠାରେ ଥିବା କ୍ୟାମେରାରେ କଏଦ ହୋଇଥିଲା ।

ତେବେ ଅଭିଯୋଗ ରହିଛି କି ସଂଜୟ ଦତ୍ତଙ୍କ ସୁରକ୍ଷାକର୍ମୀମାନେ ସିନେମାର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ଇଙ୍ଗୀତ୍ କ୍ରମେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମାଡ ମାରିଛନ୍ତି । ଗଣ୍ଡଗୋଳ ବଢିବାର ଦେଖି ନିଜେ ସଂଜୟ ଦତ୍ତ ଘଟଣାସ୍ଥଳରେ ଯାଇ ପହଂଚିଥିଲେ । ଆଉ ମାମଲାଟିକୁ ଆୟତ କରିଥିଲେ । ଏପରିକି ସେ ନିଜେ ଗଣମାଧ୍ୟମର ପ୍ରତିନିଧିଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ପରେ ସଂଜୟ ଦତ୍ତ ନିଜେ ସେହି ସୁରକ୍ଷାକର୍ମୀଙ୍କୁ ସେଠାରୁ ହଟାଇ ଥିଲେ । ତେବେ ଏହି ସୁରକ୍ଷାକର୍ମୀଙ୍କୁ ସିନେମାର ନିର୍ମାତାମାନେ କୌଣସି ଏକ କଂପାନୀରୁ ନିଯୁକ୍ତ କରିଥିବା ମିଳିଥିବା ସୂଚନାରୁ ଜଣା ପଡିଛି ।

ଦେଖନ୍ତୁ ଏହି ଭିଡିଓ-