କାହିଁକି ବିବେକଙ୍କ ଠାରୁ ଦୂରେଇ ଗଲେ ଐଶ୍ୱର୍ଯ୍ୟା ?

41

aishwarya-rai-and-vivek-oberoiସଲମାନ ଖାନଙ୍କ ଠାରୁ ଐଶ୍ୱର୍ଯ୍ୟା ରାୟ ଦୂରେଇ ଯାଇଥିଲେ । ତାପରେ ବିବେକ ଓବରୟେ ଆସିଲେ ତାଙ୍କ ଜୀବନରେ । ଦୁହେଁ ‘ କ୍ୟୁଁ ହୋ ଗୟା ନା’ରେ ଏକାଠି ମିଶି କାମ କରିଥିଲେ ଏବଂ ଏହାପରେ ପରସ୍ପର ଖୁବ୍ ନିକଟତର ହେଲେ ଓ ପ୍ରେମ କରିବସିଲେ । ୟୋଗିସ୍ତାନ ନ୍ୟୁଜରେ ପ୍ରକାଶିତ ସୂଚନା ଅନୁସାରେ , ଯେତେବେଳେ ଐଶ୍ୱର୍ଯ୍ୟାଙ୍କର ୩୦ତମ ଜନ୍ମଦିନ ଥିଲା ବିବେକ ତାଙ୍କୁ ଜନ୍ମଦିନର ଉପହାର ଦେଇଥିଲେ । ହେଲେ ଐଶ୍ କେବେ ବିବେକଙ୍କ ସହ ସଂପର୍କ ବିଷୟରେ ଖୋଲି କହିନଥିଲେ । କିନ୍ତୁ ଦୁହେଁ ସବୁ ପାର୍ଟି ଫଙ୍କସନରେ ଏକାଠି ନଜର ଆସୁଥିଲେ ।

ସବୁ ଠିକଠାକ୍ ଚାଲିଥିଲା । କିନ୍ତୁ ଦିନେ ବିବେକ ଏମିତି ଏକ କାମ କଲେ ,ଯାହା ବିବେକଙ୍କ ଲଭ୍ ଲାଇଫକୁ ବଦଳେଇ ଦେଲା । ବିବେକ ସବୁବେଳେ ଚାହୁଁଥିଲେ ସବୁବେଳେ ଐଶ୍ୱର୍ଯ୍ୟାଙ୍କ ପାଖେ ପାଖେ ରହିଥିବେ । କିନ୍ତୁ ସବୁ ଓଲଟା ହୋଇଗଲା । ବିବେକ ଦିନେ ହୋଟେଲର ଏକ ରୁମରେ ପ୍ରେସ୍ କନଫରେନ୍ସ ଡାକି ଖୁଲାସା କଲେ କି ତାଙ୍କୁ ଜୀବନରେ ମାରିଦେବାକୁ ସଲମାନ ଖାନଙ୍କ ତରଫରୁ ଧମକ ଆସୁଛି । ଏହାପରେ ଐଶ୍ୱର୍ଯ୍ୟାଙ୍କ ମନରେ ପରିବର୍ତ୍ତନ ଆସିଗଲା । ଯାହା ପାଇଁ ବିବେକ ଏସବୁ କଲେ , ଶେଷରେ ସେ ହିଁ ଦୂରେଇ ଗଲେ ।