କିଙ୍ଗ ଖାନଙ୍କ ମହାନ ହୃଦୟ ! ଓଡିଶାର ୭ଟି ଗାଁକୁ କରିଥିଲେ ଆଲୋକିତ

4

ବଲିଉଡ ଅଭିନେତା ଶାହାରୁଖ ଖାନ୍ । ତାଙ୍କୁ କିଏ ବଲିଉଡ ବାଦଶାହ କୁହନ୍ତି ତ କିଏ ପୁଣି କିଙ୍ଗ ଅଫ୍ ରୋମାନ୍ସ ବୋଲି କୁହନ୍ତି । ତାଙ୍କର ଅନେକ ଚିତ୍ର ଓ ଅନେକ ଚରିତ୍ର । ଦେଶ ଓ ବିଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ । ଅଭିନୟ ପରେ ଯେ, ଶାହାରୁଖଙ୍କର ଆଉ ଏକ ମହାନ ହୃଦୟ ରହିଛି , ତାହା ବୋଧେ ଆପଣ ଜାଣିନଥିବେ । ରିଲ୍ ଲାଇଫରେ ଲୋକଙ୍କୁ ଖୁସି ଦେଉଥିବା ଶାହାରୁଖ ରିୟଲରେ ବି ଜଣେ ସହୃଦୟବାନ୍ ବ୍ୟକ୍ତିର ପରିଚୟ ଦେଇଛନ୍ତି ।

ଓଡିଶାଶାଇନ୍ସରେ ପ୍ରକାଶିତ ତଥ୍ୟ ଅନୁସାରେ , ଶାହାରୁଖଙ୍କ ପାଇଁ ଓଡିଶାର ୭ଟି ଗ୍ରାମ ହୋଇଥିଲା ଆଲୋକିତ । ସନ୍ଧ୍ୟା ନଇଁଗଲେ ଜହ୍ନ ଆଲୁଅ ଆଉ ଡିବିରି ବତୀ ଜାଳି ଘରକୁ କରୁଥିଲେ ଆଲୋକିତ । ସ୍ୱାଧୀନାତର ୭୦ ବର୍ଷ ପରେ ବି ଓଡିଶାର ଏ ଗ୍ରାମ କେତେ ଅବହେଳିତ , ଏ ଏହାର ଜ୍ୱଳନ୍ତ ଉଦାହରଣ । କିନ୍ତୁ ଶାହାରୁଖଙ୍କର ଅବଦାନରେ କେନ୍ଦ୍ରାପଡାର ଏହି ୭ଟି ଗ୍ରାମ (ଅହିରାଜପୁର, ବହିଁପାଳ, ଓକିଲପାଳ ,ପାଳଚୁଆ, ରଙ୍ଗନି,ଡେଁଳାସାହି ଓ ଗୁପ୍ତି ଗାଁ ) ରେ ସୈାର ବିଦ୍ୟୁତ୍ ପ୍ରୋଜେକ୍ଟରେ ହୋଇଥିଲା ଆଲୋକିତ । ଆଉ ଲୋକଙ୍କର ସୂର୍ଯ୍ୟାସ୍ତ ପରର ଜୀବନ ନେଉଥିଲା ନୂଆ ରୂପ । ଯେଉଁମାନଙ୍କ ପାଇଁ ବିଦ୍ୟୁତ୍ ଆଲୋକ ଥିଲା ସ୍ୱପ୍ନ । ଆଜି ସେମାନଙ୍କର ସୈାର ଶକ୍ତିରେ ହୋଇଛି ଇଚ୍ଛା ପୂରଣ ।

ଯେତେବେଳେ ରାଜ୍ୟ ସରକାରଙ୍କ ପାଇଁ ଏହି ଅବହେଳିତ ଗାଁର ଦୁଃଖ ଥିଲା ଅପହଁଚ । ସେ’ଠି ଶାହାରୁଖ ବୁଝିପାରିଥିଲେ ଏମାନଙ୍କ ସମସ୍ୟା । ଆଉ ସମାଧାନ ପାଇଁ ବଢାଇଥିଲେ ହାତ । ଏହି ପ୍ରୋଜେକ୍ଟ ପାଇଁ ଫଣ୍ଡ ଯୋଗାଇଥିଲେ । ଗ୍ରାମୀଣ ବିଦ୍ୟୁତୀକରଣ ପରିଯୋଜନା , ବିଦ୍ୟୁତ ଉତ୍ପାଦନ ପାଇଁ ସୈାର ଶକ୍ତିର ବ୍ୟବହାର କରିଥିଲେ । ଶାହାରୁଖ ‘ଲାଇଟ୍ ଏ ବିଲିୟନ ଲାଇଭ୍ସ’ ନାମକ ଏନଡିଟିଭିର ଗ୍ରୀନଏଥୋନର ଯୋଜନା ଅନୁସାରେ ଫଣ୍ଡ ଯୋଗାଇଥିଲେ । ପରିଯୋଜନା ଶକ୍ତି ଓ ଅନୁସନ୍ଧାନ ସଂସ୍ଥାନ(ଟିଇଆରଆଇ) ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯାଇଥିଲା ।

ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ଏହି ଗାଁଗୁଡିକ ଦାରିଦ୍ର୍ୟର ସୀମାରେଖା ତଳେ ଥିଲେ । ପ୍ରତ୍ୟେକ ଗାଁର ଲୋକ ସଂଖ୍ୟା ୫ଶହ ପାଖାପାଖି । ଏହି ସବୁ ଅଧିକାଂଶ ଲୋକେ ମାଛମାରି ଓ ଚାଷକାର୍ଯ୍ୟ କରି ଜୀବନ ନିର୍ବାହ କରନ୍ତି । ଆଜି ଏହି ଗାଁ ଗୁଡିକ ପାଇଁ ଶାହାରୁଖ ପାଲଟି ଯାଇଛନ୍ତି ଜଣେ ମହାନବ୍ୟକ୍ତି । ଯାହାଙ୍କ ଉଦ୍ୟମରେ ଏହି ଗାଁଗୁଡିକ ଅନ୍ଧକାରରୁ ହୋଇଥିଲେ ଆଲୋକିତ । ପିଲାମାନେ ପାଠପଢିବାକୁ ଡିବିରିର ମିଂଜିମିଂଜି ଆଲୁଅକୁ ଦୂର କରିଥିଲେ ।

Comments are closed.