ଧୋନୀଙ୍କ କୁନି ଝିଅ ଗାଇଲେ ମଲୟାଲମ ଗୀତ : ଭାଇରାଲ୍ ଭିଡିଓ

85

ଟିମ୍ ଇଣ୍ଡିଆର ଧୁଆଁଦାର ଖେଳାଳୀ ମହେନ୍ଦ୍ର ସିଂହ ଧୋନୀଙ୍କ କୁନି ଝିଅ ଜିଭା । ଯାହାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅନେକ ଥର ଭାଇରାଲ୍ ହୋଇଛି । ଆଉ ଏହାକୁ ନେଇ ବାପା ଧୋନୀଙ୍କ ପରି ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଜିଭା । କିନ୍ତୁ ଏହିଥର ଜିଭାଙ୍କର ଯେଉଁ ଭିଡିଓ ଭାଇରାଲ୍ ହୋଇଛି , ଏହା ସତରେ ଆଶ୍ଚର୍ଯ୍ୟକର ଅଟେ । ଇନଷ୍ଟାଗ୍ରାମରେ ଜିଭାଙ୍କର ଆକାଉଣ୍ଟରୁ ସେୟାର ହୋଇଛି ଏକ ଭିଡିଓ । ଏହି ଭିଡିଓ କୁ ୨୪ ଘଂଟାରେ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ସେୟାର କରାଯାଇଥିବା ଏହି ଭିଡିଓରେ ଜିଭା ଏକ ମଲୟାଲମ୍ ଗୀତ ଗାଉଛନ୍ତି । ଯେଉଁ ଗୀତ ସେ ଗାଉଛନ୍ତି ଏହି ଗୀତରେ କିଛି ଶଦ୍ଦ ‘ ଅମ୍ବାଲାପୁଜାଇ ୟୁନିକାନ୍ନାନୋଡୁ ନୀ ’ ଏହା ୧୯୯୧ରେ ଆସିଥିବା ପ୍ରସିଦ୍ଧ ଫିଲ୍ମ ‘ମୋହନଲାଲ୍’ ର ଅଟେ । ଏହା ଏକ କୃଷ୍ଣ ଭଜନ ଅଟେ । ଯାହା କି ମଲୟାଲମ ଭାଷାରେ  ବୋଲା ଯାଇଛି । ଦୁଇ ବର୍ଷର ଜିଭାଙ୍କର ଏହିପରି ମଲୟାଲମ ଭାଷାରେ ଗୀତ ଗାଇବା ନିଶ୍ଚୟ ଚକିତ କରିବ ସମସ୍ତଙ୍କୁ । କାରଣ ନା ମହେନ୍ଦ୍ର ସିଂହ ଧୋନୀ ମଲୟାଲି ଅଟନ୍ତି ନା ତାଙ୍କ ସ୍ତ୍ରୀ ସାକ୍ଷୀ । ହେଲେ ଝିଅ ଜିଭାର ମୁହଁରେ ମଲୟାଲମର ଶଦ୍ଦ ।

ଏହାପୂର୍ବରୁ ଦିବାଲୀ ଅବସରରେ ଧୋନୀ ଓ ଜିଭାଙ୍କର ‘ଲଡୁ ଫାଇଟ୍’ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ ଜିଭା ଧୋନୀ ଉଭୟ ଲଡୁ ଖାଇବା ନେଇ ପରସ୍ପର ସହ ଲଢେଇ କରୁଥିବାର ନଜର ଆସିଥିଲା । ଆଉ ଏହା ଖୁବ୍ ମଜାଦାର ଥିଲା । ଆଉ ଏବେ ଜିଭାଙ୍କର ଗୀତ ଗାଇବାର ଭିଡିଓ ନିଶ୍ଚୟ ତାଙ୍କର ତୁଳସୀ ଦୁଇ ପତ୍ରରୁ ବାସିଲା ପରି ମନେହେଉଛି । ଆଉ ପ୍ରଖର ଧୀଶକ୍ତି ଜିଭା ବୋଲି ଏହା ଦର୍ଶାଇ ଦେଉଛି । ଧୋନୀ ଯେପରି ଖୁବ୍ କମ ଦିନରେ ନିଜର କ୍ୟାରିୟରରେ ଏକ ମାଇଲ ଖୁଣ୍ଟ ତିଆରି କରିଛନ୍ତି , ଜିଭା ବି ଧୋନୀଙ୍କ ପରି ଏମିତି କିଛି ଯଶ ରଖିବେ , ଏହା ଏବେଠୁ ଜଣାପଡିଛି ।

(ସୌଜନ୍ୟ- ନବଭାରତ ଟାଇମ୍ସ)