ରିଲିଜ୍ ପୂର୍ବରୁ କଲେକ୍ସନ ୨୦୦ କୋଟି

66

ତିଆରି ଚାଲିଥିବା ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ‘କବାଲି’ ଫିଲ୍ମ କମାଲ କରିବାକୁ ଯାଉଛି । ଯାହା ପୂର୍ବରୁ କୈାଣସି ଭାରତୀୟ ଫିଲ୍ମ କ୍ଷେତ୍ରରେ ହୋଇନଥିଲା । ଏହାର ପ୍ରମୋଶନକୁ ଖୁବ୍ ବଡ ସ୍ତରରେ କରିବାକୁ ପ୍ରସ୍ତୁତ ଚଳେଇଛି ପ୍ରଯୋଜନା ସଂସ୍ଥା । ବଲିଉଡରେ ସଲମାନ ,ଶାହାରୁଖ ଏବଂ ଆମିର ଖାନଙ୍କ ପରି ହିରୋ ,ଯାହାଙ୍କ ଫିଲ୍ମ ତିଆରି ହେବା ପୂର୍ବରୁ ହିଁ ବିତରକମାନେ କିଣିବା ପାଇଁ ଲମ୍ବା ଲାଇନ ଲଗାଇଦେଇଥାନ୍ତି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେମିତିି ଜଣେ ସୁପରଷ୍ଟାର ହେଉଛନ୍ତି ରଜନୀକାନ୍ତ । ଯାହାଙ୍କ ଫିଲ୍ମ ତିଆରି ବେଳୁ ବିତରକଙ୍କ ଭିଡ ଲାଗିଯାଏ । ଶୁଣିବାକୁ ମିଳିଛି ରଜନୀକାନ୍ତଙ୍କ ତିଆରି ଚାଲିଥିବା ‘କବାଲି’ ଫିଲ୍ମକୁ ୨୦୦ କୋଟି ଟଙ୍କାରେ ବିତରକମାନେ କିଣିସାରିଲେଣି ।

upcomming film kabali

ଏନଡିଟିଭିର ତଥ୍ୟ ଅନୁସାରେ ‘କବାଲି’କୁ ପାଖାପାଖି ୫୦୦୦ ସ୍କ୍ରିନରେ ରିଲିଜ୍ ପାଇଁ ଯୋଜନା ହୋଇଛି । ‘କବାଲି’ ହେଉଛି ଭାରତର ପ୍ରଥମ ଫିଲ୍ମ ,ଯାହା ମାଳୟ ,ଚାଇନିଜ୍ ଏବଂ ଥାଇ ଭାଷାରେ ଡବିଂ କରାଯାଉଛି । ଏହା ସହ ଏହି ଫିଲ୍ମ ଥାଇଲାଣ୍ଡରେ ବି ରିଲିଜ ହେବାର ଅଛି । ଫିଲ୍ମର ପ୍ରଡ୍ୟୁସର କହିଛନ୍ତି ଲୋକଙ୍କୁ ବିଶ୍ୱାସ ହେବକି ନାହିଁ ହେଲେ ଆମ ଫିଲ୍ମ ଆମେରିକାରେ ୫୦୦ ଥିଏଟରରେ ରିଲିଜ ହେବାକୁ ଯାଉଛି ।

upcomming film -kabaliଏଭଳି ଅସମ୍ଭବକୁ ଆମେ ସମ୍ଭବ କରିବାକୁ ଯାଉଛୁ । ଶୁଣିବାକୁ ମିଳିଛି ଏୟାର ଏସିଆର କିଛି ପ୍ଲେନକୁ ‘କବାଲି’ ଥିମରେ ପେଂଟ କରାଯିବ । ଏହା ସହ ପ୍ଲେନରେ ବସିଥିବା ଲୋକଙ୍କୁ ସ୍ପେଶାଲ ‘କବାଲି’ ମେନ୍ୟୁ ସର୍ଭିସ୍ ଦିଆଯିବ । ଏହା ସହ ଫିଲ୍ମର ପ୍ରମୋଶନରେ ଅନେକ କିଛି ନୂଆ ଦେଖିବାକୁ ମିଳିବ । ରଜନୀକାନ୍ତଙ୍କ ଅଭିନୀତ ଏହି ଦମଦାର ଫିଲ୍ମଟି ଜୁଲାଇ ମାସରେ ରିଲିଜ ହେବାକୁ ଯାଉଛି ।