ରିଲିଜ୍ ହେଲା ‘ଟଏଲେଟ୍ : ଏକ୍ ପ୍ରେମ କଥା’ର ନୂଆ ଗୀତ ‘ହସ୍ ମତ୍ ପଗଲି ପ୍ୟାର୍ ହୋ ଜାଏଗା’

58

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଟଏଲେଟ୍ : ଏକ୍ ପ୍ରେମ କଥା’ର ପ୍ରଥମ ଗୀତ ‘ହସ୍ ମତ୍ ପଗଲି ପ୍ୟାର୍ ହୋ ଜାଏଗା ’ ରିଲିଜ୍ ହୋଇଛି । ଏହି ଗୀତରେ ଅକ୍ଷୟ ଭୂମି ପେଡନେକରଙ୍କ ଆଗ ପଛରେ ଘୁରି ବୁଲି ଲୁଚି ଲୁଚି ଫଟୋ ଉଠାଉଥିବାର ନଜର ଆସୁଛନ୍ତି ।

ଏହି ଫିଲ୍ମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ଦ୍ୱାରା ପ୍ରେରିତ । ଏଥିରେ ଦେଶରେ ପରିଷ୍କାର ପରିଚ୍ଛନତା ଓ ଏହାକୁ ନେଇ ଲୋକଙ୍କ ମାନସିକତା ଉପରେ ପ୍ରଶ୍ନ ଉଠାଯାଇଛି । ଏହି ଫିଲ୍ମରେ ଅକ୍ଷୟ କୁମାର ଗାଁ ରେ ରହୁଥିବା ଏକ ସାଧାରଣ ଯୁବକର ଚରିତ୍ରରେ ନଜର ଆସୁଛନ୍ତି । ଜଣେ ସ୍ୱାଧୀନଚେତା ଯୁବତୀ ଭୂମି ପେଡନେକର ତାଙ୍କୁ ଭଲପାଉଛନ୍ତି । ବିବାହ ପରେ ଭୂମିଙ୍କୁ ଜଣାପଡେ ଯେ ଅକ୍ଷୟଙ୍କ ଘରେ ଶୈାଚାଳୟ ନାହିଁ ଓ ତାଙ୍କୁ ସବୁଦିନ ସକାଳୁ ଶୀଘ୍ର ଉଠୁ ବାହାରକୁ ଯାଇ ନିତ୍ୟକ୍ରମ ସାରିବାକୁ ହେବ । ଏହାକୁ ନେଇ ଭୂମି ଅକ୍ଷୟଙ୍କ ସହ ରହିବାକୁ ଅସନ୍ତୁଷ୍ଟ ହୁଏ । ଏବଂ ଯେତେ ଦିନ ଯାଏ ଘରେ ଶୈାଚାଳୟ ନହୋଇଛି ସେ ଫେରିବେ ନାହିଁ କହି ଘର ଛାଡିଦିଅନ୍ତି । ଏହା ପରେ ପୂରା ଗାଁରେ ଶୈାଚାଳୟ ହେବାର ଏକ ଜାଗରଣ ସୃଷ୍ଟି ହୁଏ ।

ଫିଲ୍ମଟି ନିଶ୍ଚୟ ମନୋରଂଜନ ସହ , ନୈତିକ ଶିକ୍ଷା ଦେବାରେ ସହାୟକ ହେବ ବୋଲି ଦର୍ଶକ ଆଶା କରିଛନ୍ତି । ଆଉ ରିଲିଜ ହୋଇଥିବା ଏହି ନୂଆ ଗୀତଟି ନିଶ୍ଚୟ ଦର୍ଶକଙ୍କ ହୃଦୟକୁ ଛୁଇଁବ ।

ଦେଖନ୍ତୁ ଏହି ଗୀତର ଭିଡ଼ିଓ-