୩୦୦କୋଟିର ଆକ୍ସନ ଫିଲ୍ମ ! ପ୍ରସ୍ତୁତ ଏବେ ସଲମାନ , କରିବେ ଧମାକା

63

salman-morocco-reached-mumbai-weekend-attend-function_32f11bde-8ca8-11e7-a11b-07a9009e9c44ବଲିଉଡ ଅଭିନେତା ସଲମାନ ଖାନ୍ । ସେ ଯେଉଁ ଚିରତ୍ର କରନ୍ତି ସେ ଚରିତ୍ର ହୋଇଉଠେ ଜୀବନ୍ତ । ଆଉ ସେଇ ନାଁରେ ସେ ହୋଇଯାନ୍ତି ପରିଚିତ । ଯେମିତି ତାଙ୍କୁ ପ୍ରଶଂସକମାନେ ଡାକନ୍ତି ଭାଇଜାନ, ଦବଙ୍ଗ ବୟ । ଫିଲ୍ମ ଫ୍ଲପ ହେଲେ ବି ସେ ଦର୍ଶକଙ୍କ ହୃଦୟରେ ସେମିତି ରାଜ୍ କରିଥାନ୍ତି । ଆଉ ଦର୍ଶକ ସବୁବେଳେ ଚାହିଁଥାନ୍ତି ତାଙ୍କର ଏହି ଦମଦାର ହିରୋ ଫିଲ୍ମର କାହାଣୀରେ କେବେ କାହା ଠାରୁ ମାଡ ନଖାଉ କି କାନ୍ଦୁ ନଥାଉ । ଆଉ ନିକଟରେ ସଲମାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ୍ ’ ଫ୍ଲପ ହେବାର ଏହା ହିଁ କାରଣ ବୋଲି ସଲମାନଙ୍କ ବାପା ତଥା ସ୍କ୍ରିଟ୍ ରାଇଟର ସଲିମ୍ ଖାନ କହିଛନ୍ତି ।

Bollywood star Salman Khan drives with Katrina Kaif in a convertible car on Havana's seafront boulevard El Maleconଯଦି ବା ସଲମାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ୍ ’ ଫ୍ଲପ୍ ହୋଇଛି । କିନ୍ତୁ ପ୍ରଶଂସକମାନେ ଏବେ ଭାଇଜାନଙ୍କ କ୍ରିସମସ ଧମାକା ‘ଟାଇଗର ଜିନ୍ଦା ହୈ’ କୁ ଅପେକ୍ଷା କରିଛନ୍ତି । ସୂଚନା ମିଳିଛି, ସଲମାନ ଖାନଙ୍କ ଫିଲ୍ମର ସୁଟିଂ ସାରିଦେଇଛନ୍ତି ଏବଂ ଆବୁଧାବିରୁ ଘରକୁ ଫେରିଆସିଛନ୍ତି । କ୍ୟାଟ୍ରିନା କୈଫ୍ ଓ ଅଙ୍ଗଦ ବେଦୀ ଏବେ ଆବୁଧାବିରେ ଅଛନ୍ତି ଏବଂ ଫଟାଫଟ୍ ସୁଟିଂ ସାରୁଛନ୍ତି । ନିର୍ଦ୍ଦେଶକ ଅଲୀ ଅବାସ୍ ଜାଫରଙ୍କ ଏହି ଫିଲ୍ମର ସୁଟିଂ ୨୧ ସେପ୍ଟେମ୍ବର ଯାଏ ଚାଲିବ । ତାପରେ ଫିଲ୍ମର ପୋଷ୍ଟ ପ୍ରଡକ୍ସନର କାମ ହେବ । ଏହି ଫିଲ୍ମ ବିଷୟରେ ଟିପ୍ପଣୀ ଦେବାକୁ ଯାଇ ସଲମାନ ଖାନ କହିଥିଲେ – ଏହା ପ୍ରଥମ ଫିଲ୍ମ ‘ଏକ ଥା ଟାଇଗର’ ଠାରୁ ଖୁବ୍ ବଡ ଧରଣର ଫିଲ୍ମ ହେବାକୁ ଯାଉଛି । ଫିଲ୍ମଟି ସେଇଠୁ ଆରମ୍ଭ ହେଉଛି ଯେଉଁଠି ପ୍ରଥମ ଫିଲ୍ମ ସରିଥିଲା । ଫିଲ୍ମରେ ଏମିତି ସବୁ ଆକ୍ସନ ଦୃଶ୍ୟ ରହିଛି , ଯାହା ଆପଣ ହିନ୍ଦି ସିନେମାରେ ପ୍ରଥମେ କେଉଁଠି ଦେଖିନଥିବେ । ଏଣୁ ଏଥିରୁ ଅନୁମାନ କରାଯାଉଛି ଖୁବ୍ ଧମାକା କରିବେ ସଲମାନ ଓ ତାଙ୍କର ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ।
ଏବେ ଜାଣନ୍ତୁ କାହିଁକି ସୁପରହିଟ୍ ହେବ ‘ଟାଇଗର ଜିନ୍ଦା ହୈ ’ –

Salman-Khan-Ali-Abbas-Zafar-Tiger-Zinda-Hai-1900xଏଥିରେ ଦେଖିବେ ସଲମାନଙ୍କ ଆଖି ଝଲସିଆ ଆକ୍ସନ ଦୃଶ୍ୟ । ଫିଲ୍ମ ‘ଟ୍ୟୁବଲାଇଟ’ରେ ଗାନ୍ଧିଜୀଙ୍କ ଆଦର୍ଶରେ ଚାଲିବା ପରେ ଦବଙ୍ଗ ଖାନ୍ ପୁଣି ନଜର ଆସିବେ ନିଜର ଆକ୍ସନ ଅବତାରରେ । ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିବେ । ଆଉ ଏହି ଫିଲ୍ମରେ ପ୍ଲସ୍ ପଏଣ୍ଟ ହେବ ସଲମାନ-କାଟ୍ରିନାଙ୍କ ଯୋଡି । ଏହି ଦୁହିଁଙ୍କୁ ଏକା ସାଥିରେ ଫିଲ୍ମରେ ଦେଖିବାକୁ ପ୍ରଶଂସକମାନେ ଖୁବ୍ କ୍ରେଜି । ଏହାପୂର୍ବରୁ ଏହି ଯୋଡି ‘ଏକ ଥା ଟାଇଗର’ ଭଳି ଆକ୍ସନ ଫିଲ୍ମ ଦେଇଛନ୍ତି । ଅନୁମାନ କରାଯାଉଛି କେଉଁଠି ନା କେଉଁଠି ‘ଟାଇଗର ଜିନ୍ଦା ହୈ’କୁ ପ୍ରଥମ ଫିଲ୍ମ ‘ଏକ ଥା ଟାଇଗର’ ର ସଫଳତାର ଫାଇଦା ନିଶ୍ଚୟ ନିଳିବ । ବିଶେଷକରି ଓପନିଂ ଡେ’ରେ ଏହା ଖୁବ୍ ବ୍ୟବସାୟ କରିବ ।

salmal-katrinaଆଉ ମଧ୍ୟ କ୍ରିସମାସର ସମୟ ଥିବ । କାରଣ ଫିଲ୍ମଟି ଏହି ଅବସରରେ ରିଲିଜ ହେବ । ଏଣୁ ଫିଲ୍ମର ବ୍ୟବସାୟ କରିବାକୁ ଖୁବ୍ ସମୟ ରହିଛି । ଫିଲ୍ମ ‘ଟ୍ୟୁବଲାଇଟ୍’ ମଧ୍ୟ ଇଦ୍ ରେ ରିଲିଜ ହୋଇଥିଲା । କିନ୍ତୁ କ୍ରିସମାସର ଛୁଟି ଫିଲ୍ମ ରିଲିଜ ପାଇଁ ଅନେକ କାରଣରୁ ଭଲ ଆଶା କରାଯାଉଛି । ‘ଟାଇଗର ଜିନ୍ଦା ହୈ’ରେ ଅନେକ ଆକ୍ସନ ଦୃଶ୍ୟ ଭର୍ତ୍ତି କରାଯାଇଛି । ଯେଉଁଥିପାଇଁ ହଲିଉଡ ଆକ୍ସନ ଡାଇରେକ୍ଟରଙ୍କୁ ଅଣାଯାଇଛି । ଏବଂ ଏହି ଆକ୍ସନ ସବୁ ଦର୍ଶକଙ୍କୁ ପସନ୍ଦ ଆସିବ ।

ଏବେ ଜଣାପଡୁଛି ଫିଲ୍ମ ‘ଟ୍ୟୁବଲାଇଟ୍’ ଫ୍ଲପ ହେବା ପରେ ନିର୍ଦ୍ଦେଶକ ଅଲୀ ଅବାସ୍ ନିଜର ‘ଟାଇଗର ଜିନ୍ଦା ହୈ ’ କୁ ଖୁବ୍ ସାବଧାନରେ କରିବେ । କାରଣ ସେ ବୁଝିପାରିଥିବେ ସଲମାନଙ୍କ ଷ୍ଟାରଡମରେ ଫିଲ୍ମ ଚାଲିନଥାଏ , ଏଥିପାଇଁ ଭଲ କାହାଣୀ ଦରକାର । ଯାହା ଦର୍ଶକଙ୍କୁ ୩ ଘଣ୍ଟାର ଆନନ୍ଦ ଦେବ ।
(ସୌଜନ୍ୟ- ଫିଲ୍ମବିଟ୍)