ରିଲିଜ ହେଲା କୁନାଲ ରାୟ କପୁରଙ୍କ ଫିଲ୍ମର ନୂଆ ଗୀତ ‘ଦମ୍ ମାରୋ ଦମ୍’

40

NBT-imageକୁନାଲ ରାୟ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଫାଇନାଲ ଏଗଜିଟ୍’ର ନୂଆ ଗୀତ ରିଲିଜ ହୋଇଛି । ଗୀତଟି ହେଉଛି ‘ଦମ୍ ମାରୋ ଦମ୍ ’ । ଏହି ଗୀତକୁ ରୋମାନ୍ସକର କରାଯାଇଛି । ଏହା ଏକ ପାର୍ଟି ଗୀତ ଅଟେ ଏବଂ ଏହାର ବ୍ୟାକଗ୍ରାଉଣ୍ଡରେ ଡ୍ରଗ୍ସ , ଧୂଆଁ ଓ ପଛରେ ନୃତ୍ୟ କରୁଥିବା ଯୁବତୀମାନେ ଅଛନ୍ତି । ଦର୍ଶକଙ୍କ ପୁରା ମନୋରଂଜନର ଖୋରାକ୍ ଯୋଗାଇବ ଏହି ଗୀତଟି । ଗୀତଟିର ମୁଖୁଡା ଯେମିତି , ଗାୟନ ଶୈଳୀ ବି ସେମିତି ସୁମଧୁର ହୋଇଛି ।

ଏଇ ଗୀତରେ ମୁଖ୍ୟ କଳାକାର କୁନାଲ ରାୟ କପୁରଙ୍କୁ ଦୃଶାୟନ କରାଯାଇଛି । ଯିଏ ନିଜର ଏ ଫିଲ୍ମ ପାଇଁ ଶରୀରର ୱେଟ୍ କମାଇଛନ୍ତି ଏବଂ ଫିଲ୍ମରେ ଖୁବ୍ ଆକର୍ଷଣୀୟ ଲାଗୁଛନ୍ତି । ତାଙ୍କୁ ଦେଖିବା ପରେ ଲାଗିବ କି ସେ ତାଙ୍କ ଭାଇ ଆଦିତ୍ୟ ରାୟ କପୁରଙ୍କ ଚେହେରା ଭଳି ମିଶିଯାଉଛନ୍ତି । ଏହି ଗୀତଟି ଏକ ପାର୍ଟି ସଙ୍ଗ୍ ହୋଇଥିବାର , ଏଥିରେ ନାୟିକାଙ୍କର ସେକ୍ସି ଅନ୍ଦାଜରେ ଏଣ୍ଟ୍ରି ହେଉଛି ।

ଆପଣଙ୍କ ମନେ ଅଛି କି ନେହା କକ୍କଡଙ୍କ ‘ମନାଲି ଟ୍ରାନ୍ସ’ । ଯେଉଁଥିରେ ‘ଦମ୍ ମାରୋ ଦମ୍’ ଗୀତର ଅନ୍ଦାଜ ବି କିଛି ଏହିଭଳି ? ‘ଦ ଫାଇନଲ୍ ଏଗଜିଟ’ର ଏହି ଗୀତକୁ ଗାଇଛନ୍ତି ନେହା କକ୍କଡ, ରଫତାର ଓ ୟାସିର୍ ଦେସାଇ ଏବଂ ଏହାକୁ ଲେଖିଛନ୍ତି ଅମଜଦ ନଦିମ୍ ।