ହକି ମୋର ଡିଏନଏରେ ରହିଛି : ତାପସୀ ପନ୍ନୁ

60

‘ଜୁଡୱା-୨’ର ସଫଳତା ପରେ ତାପସୀ ପନ୍ନୁ ଏବେ ଥ୍ରୀଲର ଫିଲ୍ମ ‘ମୁଲ୍କ’ ର ସୁଟିଂରେ ବ୍ୟସ୍ତ । ଯେଉଁଥିରେ ଋଷି କପୁର ଓ ଆଶୁତୋଷ ରାଣା ଙ୍କ ଭଳି କଳକାରଙ୍କ ସହ ନଜର ଆସିବେ ତାପସୀ । ଏହାସହ ସେ ହକି ଖେଳାଳୀ ସନ୍ଦୀପ ସିଂହଙ୍କ ବାୟୋପିକ ପାଇଁ ଟ୍ରେନିଂ ମଧ୍ୟ ନେଉଛନ୍ତି ।

ତାପସୀ ପନ୍ନୁ ଏବେ ନିଜର ଫିଲ୍ମ ‘ଜୁଡୱା-୨’ର ଉତ୍ସବ ମନାଉଛନ୍ତି । ଏବଂ ସେହି ସହରରେ ଅନୁଭବ ସିହ୍ନାଙ୍କ ଥ୍ରୀଲର ଫିଲ୍ମ ‘ମୁଲ୍କ’ର ସୁଟିଂ ମଧ୍ୟ କରୁଛନ୍ତି । ଆଉ ହକି ଖେଳାଳୀ ଓ ପୂର୍ବ ଭାରତୀୟ ଅଧିନାୟକ ସନ୍ଦୀପ ସିଂହଙ୍କ ବାୟୋପିକ୍ ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯେଉଁଥିରେ ସେ ଦିଲଜିତ୍ ଦୋସାଂଝଙ୍କ ସହ ନଜର ଆସିବେ ।

ବାୟୋପିକ୍ ବିଷୟରେ ତାପସୀ କହିଛନ୍ତି ,’ମୋର ପିତା ଦିଲ୍ଲୀ ୟୁନିଭର୍ସିଟି ପାଇଁ ହକି ଖେଳୁଥିଲେ । ଏଥିପାଇଁ ହକି ମୋର ଡିଏନଏରେ ରହିଛି । ମୁଁ ତାଙ୍କ ଫଟୋ ସବୁ ଦେଖିଛି । କିନ୍ତୁ ମୁଁ ନିଜେ କେବେ କୌଣସି ଖେଳରେ ଭାଗ ନେଇନାହିଁ , ତାହା ହକି ହେଉ ବା ଫୁଟବଲ । ମୁଁ ଆଜି ପର୍ଯ୍ୟନ୍ତ ହକି ଷ୍ଟିକ୍ ମଧ୍ୟ ହାତରେ ଧରିନାହିଁ । କିନ୍ତୁ ହଁ , ମେୁଁ ରାକେଟ୍ସ ନିଶ୍ଚୟ ଖେଳିଛି । ଏବଂ ଏହାର ବଡି ଲାଙ୍ଗୁଏଜ ମଧ୍ୟ କିପରି ହେବ ଜାଣିଛୀ ।’ ତାପସୀ କହିଛନ୍ତି ଦିଲଜିତ୍ , ଅଙ୍ଗଦ ବେଦୀ ଓ ତାଙ୍କୁ ହକି ର ଟ୍ରେନିଂ ନିଜେ ସନ୍ଦୀପ୍ ସିଂହ ଦେଉଛନ୍ତି ।

ତାପସୀ ଏବେସୁଦ୍ଧା ସନ୍ଦୀପଙ୍କ ସହ ଏକ ସପ୍ତାହର ଟ୍ରେନିଂ ନେଇଛନ୍ତି । ସେ ସନ୍ଦୀପଙ୍କୁ ଜଣେ ଧୈର୍ଯ୍ୟବାନ୍ ଓ ଭଲ କୋଚ୍ ବୋଲି କହିଛନ୍ତି । ଆଉ ମଧ୍ୟ ତାପସୀ କହିଛନ୍ତି କି ଏବେ ତାଙ୍କର ଖୁବ୍ ଆତ୍ମବିଶ୍ୱାସ ଆସିଯାଇଛି । ଭଲ ଭାବରେ ହକି ସିକ୍ୱୁନ୍ସକୁ କ୍ୟାମେରା ସମ୍ମୁଖରେ କରିପାରିବେ । ଯେତେଦିନ ଯାଏ ଏହି ବାୟୋପିକର ଫାଇନାଲ୍ ହୋଇନାହିଁ , ସେତେଦିନ ଯାଏ ଏହି ଫିଲ୍ମ ବିଷୟରେ ନିଜ ପିତାଙ୍କୁ କିଛି ଜଣାଇବେ ନାହିଁ ବୋଲି ତାପସୀ କହିଛନ୍ତି ।

ସଦ୍ୟ ରିଲିଜ ହୋଇ ତାପସୀଙ୍କ ଫିଲ୍ମ ‘ଜୁଡୱା-୨’ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି । ତାପସୀଙ୍କର ଆଶା ଯେ ଏହି ଫିଲ୍ମର ସଫଳତା ତାଙ୍କ କ୍ୟାରିୟରରେ ଖୁବ୍ ସାହାଯ୍ୟ କରିବ । ‘ଜୁଡୱା-୨’ ର ସୁଟିଂ ବେଳେ ଖୁବ୍ ମଜା କରିଥିଲେ ବୋଲି ତାପସୀ କୁହନ୍ତି । ଆଉ ଆସନ୍ତା ବର୍ଷ ଏକ କମର୍ଶଲ ଫିଲ୍ମ ସାଇନ୍ କରିବାର ଅପେକ୍ଷା କରିଛନ୍ତି ତାପସୀ ।