କୃଷ୍ଣାଙ୍କ ସହ ହାତ ମିଳେଇଲେ ସୁନୀଲ୍ ! କପିଲଙ୍କ ପାଇଁ ହୋଇପାରେ ଅଡୁଆ

65

ଏକଦା କମେଡ଼ିଆନ୍ କୃଷ୍ଣା ଅଭିଷେକଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ ସୁନିଲ୍ ଗ୍ରୋଭର ଓ କପିଲ ଶର୍ମା । ଏପରିକି ଅନେକ ସମୟରେ କୃଷ୍ଣା ଏହି ଦୁଇ କମେଡ଼ିଆନଙ୍କ ବିପକ୍ଷରେ କହିବାର ମଧ୍ୟ ଶୁଣିବାକୁ ମିଳୁଥିଲା । କିନ୍ତୁ ଏବେ ନିଜର ଏହି ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ହାତ ମିଳାଇଛନ୍ତି ସୁନୀଲ୍ । କପିଲଙ୍କ ସହ ଝଗଡା ହେବା ପରେ ସୁନୀଲ୍ ନିଜର ସାଥୀ କଳାକାର ଅଲ୍ଲୀ ଅଜଗର୍ ,ଚନ୍ଦନ ପ୍ରଭାକର, ସୁଗନ୍ଧା ମିଶ୍ରାଙ୍କୁ ନେଇ ନୂଆ ସୋ’ ଆରମ୍ଭ କରୁଛନ୍ତି । ଯାହାକି ସୋନୀ ଚ୍ୟାନେଲରେ ପ୍ରସାରିତ କରାଯିବ ।

ଶୁଣିବାକୁ ମିଳୁଛି ଏହି ସୋ’ରେ ଯୋଗ ଦେଇଛନ୍ତି କୃଷ୍ଣା । ତେବେ ଏହାକୁ ନେଇ କଳାକାରମାନେ ତ କୈାଣସି ପ୍ରତିକ୍ରିୟା ଦେଇନାହାଁନ୍ତି କିନ୍ତୁ ଚ୍ୟାନେଲ୍ ପକ୍ଷରୁ ଏପରି ସୂଚନା ଶୁଣିବାକୁ ମିଳୁଛି । ଯଦି ଏହା ସତ ହୋଇଯିବ ତେବେ କପିଲଙ୍କ ପାଇଁ ଏହା ଏକ ଚ୍ୟାଲେଂଜ ହୋଇଯିବ । କାରଣ ସୁନୀଲଙ୍କ ସହ ଝଗଡ଼ା ହେବା ପରେ କୃଷ୍ଣା କପିଲଙ୍କ ସପକ୍ଷରେ ରହି ବିଭିନ୍ନ ମନ୍ତବ୍ୟ ଦେଉଥିଲେ ।