ସଚିନଙ୍କ ଫିଲ୍ମର ହେଲା ସ୍ୱତନ୍ତ୍ର ସ୍କ୍ରିନିଂ ! ଏୟାରଫୋର୍ସ ଯବାନଙ୍କ ସହ ନଜର ଆସିଲେ ତେନ୍ଦୁଲକର

30

ବଲିଉଡରୁ ନେଇ ଖେଳ ଜଗତ । ସବୁଠୁ ସଚିନ ତେନ୍ଦୁଲକରଙ୍କ ଫିଲ୍ମ ‘ସଚିନ୍ : ଏ ବିଲିୟନ ଡ୍ରିମ୍ସ’କୁ ନେଇ ଉତ୍ସାହ ଓ ଚର୍ଚ୍ଚା । ଏହି ମଧ୍ୟରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ସ୍କ୍ରିନିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଶନିବାର ଏୟାରଫୋର୍ସ ଯବାନଙ୍କ ପାଇଁ ଫିଲ୍ମର ଏହି ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା । ଏଥିରେ ସଚିନ୍ ନିଜ ପତ୍ନୀ ଅଂଜଳୀଙ୍କ ସହ ଉପସ୍ଥିତ ଥିଲେ ।

ସଚିନ୍ ତେନ୍ଦୁଲକର ଖୁବ ଶୀଘ୍ର ବଡ ପରଦାରେ ନିଜର ଫିଲ୍ମ ‘ସଚିନ୍ : ଏ ବିଲିୟନ ଡ୍ରିମ୍ସ’ ଜରିଆରେ ନଜର ଆସୁଛନ୍ତି । ନିକଟରେ ନିଜର ଫିଲ୍ମ ପ୍ରମୋସନକୁ ନେଇ ସଚିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଶନିବାର ଦିନ ଏୟାର ଫୋର୍ସ ପୋଷାକରେ ଏୟାର ଚିଫ୍ ମାର୍ଶଲ ବି. ଏସ୍ ଧନୋଆ ଙ୍କ ସହ ସଚିନ ନଜର ଆସିଥିଲେ । ଅବସର ଥିଲା ସଚିନଙ୍କ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ।