ଚର୍ଚ୍ଚାରେ ଅଭିନେତ୍ରୀ ! ସଲମାନଙ୍କ ସହ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିବା ସ୍ନେହା ୪ବର୍ଷ ହେଲା ଗଲେ କୁଆଡ଼େ ?

29

ଅଭିନେତ୍ରୀ ସ୍ନେହା ଉଲାଲ୍ ଏବେ ଖୁବ୍ ଚର୍ଚ୍ଚାରେ । ସଲମାନ୍ ଖାନଙ୍କ ଫିଲ୍ମ ‘ଲକି’ରେ ବଲିଉଡ଼ରେ ପାଦ ଥାପିଥିଲେ ଏହି ଅଭିନେତ୍ରୀ । ଗତ କିଛି ବର୍ଷ ଧରି ଫିଲ୍ମ ଜଗତରୁ ପୂରା ଦୂରେଇ ଯାଇଛନ୍ତି । ଆଉ ଏହାର କାରଣ ସେ ରୋଗରେ ପୀଡିତ ବୋଲି ଶୁଣିବାକୁ ମିଳିଛି । ସୂଚନା ଅନୁସାରେ ସ୍ନେହା ଗତ ୪ ବର୍ଷ ହେଲା ଗମ୍ଭୀର ରୋଗରେ ପୀଡିତ ।

ଯେତେବେଳେ ପ୍ରଥମଥର ସଲମାନଙ୍କ ସହ ବଡ ପରଦାରେ ସ୍ନେହାଙ୍କୁ ଦେଖିଲେ , ଅନେକ ତାଙ୍କୁ ଐଶ୍ୱର୍ଯ୍ୟାଙ୍କ କପି ବୋଲି କହୁଥିଲେ । ବଲିଉଡ଼ରେ କାମ କରିବା ପରେ ସ୍ନେହା ଟଲିଉଡ଼ରେ ବି ସ୍ଥାନ ଜମେଇଥିଲେ । ୨୦୧୪ରେ ଶେଷଥର ପାଇଁ ତେଲୁଗୁ ଫିଲ୍ମରେ ନଜର ଆସିଥିଲେ । ଏହାପରେ କୁଆଡେ ଉଭାନ୍ ହୋଇଯାଇଥିଲେ । ଏହାର ଉତ୍ତର ଦେଇ ସ୍ନେହା କହିଛନ୍ତି । ରୋଗ ହେତୁ ଦେହ ଅସୁସ୍ଥ ଥିଲା । ତେଣୁ ସେ ଫିଲ୍ମ ଦୁନିଆଁରୁ ଦୂରେଇ ଯାଇଛନ୍ତି ।