ହ୍ରିତିକ୍ ଓ ମୁଁ ବିବାହ କରିଥା’ନ୍ତୁ ! କଙ୍ଗନା ରଣାୱତ

94

NBT-imageବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏକ ଟିଭି ସାକ୍ଷାତକାରରେ ନିଜର ଓ ହ୍ରିତିକ୍ ରାଶନଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ଖୋଲିକରି କହିଥିଲେ । ସେ କହିଥିଲେ ହ୍ରିତିକଙ୍କ ସହ ତାଙ୍କର ସଂପର୍କ ଥିଲା ଏବଂ ସେ ହ୍ରିତିକଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ହ୍ରିତିକ୍ ମଧ୍ୟ ନିଜର ପତ୍ନୀ ସୁଜୈନ ଖାନଙ୍କ ସହ ଛାତ୍ରପତ୍ର ପରେ ବିବାହ ପାଇଁ କଥା ଦେଇଥିଲେ । କିନ୍ତୁ ଛାଡପତ୍ର ପରେ ହ୍ରିତିକ୍ ରୋଶନ କଙ୍ଗନାଙ୍କୁ ଚିହ୍ନିନାହାଁନ୍ତି ବୋଲି କହିଥିଲେ । ଆଉ ଏହାପରେ କଙ୍ଗନାଙ୍କ ଠାରୁ ଦୂରେଇ ଯାଇଥିଲେ ।

କଙ୍ଗନା-ହ୍ରିତିକଙ୍କର ୭ବର୍ଷ ଯାଏ ବନ୍ଧୁତା ଥିଲା । ଉଭୟ ଏକାଠି ଫିଲ୍ମରେ କାମ କରିଛନ୍ତି । ଦୁହିଁଙ୍କର ସଂପର୍କ ଭଲ ଥିଲା । କିନ୍ତୁ ହ୍ରିତିକ୍ କଙ୍ଗନାଙ୍କୁ ପାଗଳ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲେ ଏବଂ ଅନେକ ଥର ଧକମ ମଧ୍ୟ ଦେଇଥିଲେ ବୋଲି କଙ୍ଗନା କୁହନ୍ତି । କଙ୍ଗନା କହିଛନ୍ତି, ‘ମୁଁ ୨୦୧୫ମସିହାରେ ହ୍ରିତିକଙ୍କ ପିତା ରାକେଶ ରୋଶନଙ୍କୁ ଫୋନ୍ କରିଥିଲି । ଏବଂ ତାଙ୍କୁ କହିଥିଲି ଆପଣଙ୍କ ପୁଅ ମୋ ସହ ଏମିତି ବ୍ୟବହାର କରୁଛନ୍ତି । ଆପଣ ତାଙ୍କୁ ସମ୍ଭାଳନ୍ତୁ । ରାକେଶ ଜୀ ମୋତେ ଆଶ୍ୱାସନା ଦେଇ କହିଥିଲେ ଏ ମାମଲାରେ ସେ ମୋତେ ସାହାଯ୍ୟ କରିବେ । ପରେ ସେ ଫୋନ କରି କହିଥିଲେ ହ୍ରିତିକକୁ ଏବେ ତୁମେ ପାଇପାରିବ ନାହିଁ । ଏବଂ ତୁମ ଦି’ଜଣଙ୍କ ଭିତରେ କିଛି ସଂପର୍କ ନାହିଁ । ଏହି ମାମଲାକୁ ଏହିଠାରେ କ୍ଲୋଜ କର । ମୁଁ ରାକେଶ ଜୀଙ୍କୁ କହିଥିଲି କି ଆପଣ ହ୍ରିତିକଙ୍କୁ ମୋ ସାମ୍ନାକୁ ଆଣନ୍ତୁ, ତାଙ୍କୁ ସବୁ ମୋ ସାମ୍ନାରେ ବସାଇ ପଚାରନ୍ତୁ , ଯଦି ସେ ମନା କରିବେ ତ ମୁଁ ଆପଣଙ୍କ ପାଦ ଧରିନେବି ।

hrithik-kangana-759ରାକେଶ ଜୀ କହିଥିଲେ ମୁଁ ତାକୁ ଡାକିପାରିବି ନାହିଁ । କାରଣ ସେ ତୁମକୁ ଭେଟିବାକୁ ଚାହୁଁନି । ‘କ୍ୱିନ’ ଫିଲ୍ମର ରିଲିଜ ପୂର୍ବରୁ ସେ ମୋ ସହ ବ୍ରେକଅଫ୍ କରିଦେଇଥିିଲେ । କିନ୍ତୁ ଯେତେବେଳେ ଫିଲ୍ମ ରିଲିଜ ହୋଇଥିଲା , ପୁଣି ମୋ ପାଖକୁ ଆସିଥିଲେ ହ୍ରିତିକ୍ । ଆଉ କହିଥିଲେ ମୋ ବଡ ଭୁଲ୍ ହୋଇଯାଇଛି । ମୋତେ କ୍ଷମା କରିଦିଅ । ମୁଁ ହ୍ରିତିକ୍ ଙ୍କୁ ସଫା ସଫା କହିଦେଇଥିଲି , ପ୍ରଥମେ ତୁମେ ତୁମ ମୁଣ୍ଡକୁ ଭଲ କରି ତାପରେ କୁହ ମୋତେ ବିବାହ କରିବ କି ନାହିଁ । ସେ ଜବାବରେ କହିଥିଲେ ତୁମେ ତ ପୁରା ରାଗି ଯାଉଛ ।

ପୁଣି ମୁଁ ପଚାରିଲି ତୁମେ ୧୫ ଦିନ ପୂର୍ବରୁ ମୋତେ ପଚାରିଥିଲ କି ତୁମେ କାହାକୁ କହିନାହଁ ତ ଆମ ବିଷୟରେ । ଆଉ କିଏ ଜାଣିଛନ୍ତି କି , ସେ ଫଟୋକୁ ଡିଲିଟ୍ କରିଛ କି ନାହିଁ । ମୁଁ କହିଥିଲି ୧୫ ଦିନ ପୂର୍ବରୁ ତୁମେ ଯେତେବେଳେ ମୋତେ ଖରାପ କରି ଦୋଷାରୋପ କରୁଥିଲ, ଆଉ ଆଜି କହୁଛ ଲୋକେ ମୋତେ ତାରିଫ କରୁଛନ୍ତି । ତୁମେ ଏବେ ଗର୍ବ ଅନୁଭବ କରୁଛ । ମୁଁ କହିଲି ପ୍ରଥମେ ତୁମେ ନିଜେ ପ୍ରସ୍ତୁତ ହୁଅ । ଏ କଥାରେ ହ୍ରିତକ୍ ରାଗି ଗଲେ । ତାଙ୍କର କହିବାର ଥିଲା କି ମୁଁ ଯେତେବେଳେ ସଂପର୍କରେ ଆସୁଛି ତ ତାଙ୍କୁ କେହି ଅଟକାଇବେ ନାହିଁ । ମୁଁ କହିଲି ଏ କଣ । ବାରମ୍ବାର ଏହା କହିଥିଲି କି ତୁମେ କୁହ ଆମେ ବିବାହ କରିବାକି ନାହିଁ । ଏହାପରେ ଯେତେବେଳେ ଆମେ କରଣ ଜୋହରଙ୍କ ପାର୍ଟିରେ ଭେଟହେଲୁ ସେ କହିଥିଲେ , ତୁମ ମୁଣ୍ଡ ଖରାପ ହୋଇଯାଇଛି । ସକ୍ସେସ୍ ତୁମ ମୁଣ୍ଡରେ ପଶିଯାଇଛି । ମୁଁ ଜବାବରେ କହିଥିଲି ସକ୍ସେସ ପୂର୍ବରୁ ମୁଁ ଏମିତି ଥିଲି । ବରଂ ସକ୍ସେସ ରେ ତୁମ ମୁଣ୍ଡ ଖରାପ ହୋଇଯାଇଛି । ମୁଁ କେବେ ବଦଳିନି । ତୁମେ ବଦଳିଯାଇଛ । ’

ଏମିତି ଅନେକ କଥା ସେମାନଙ୍କ ବ୍ୟକ୍ତିଗତ ସ୍ତରର କଙ୍ଗନା କହିଥିଲେ । ଆଉ ଏହାକୁ ନେଇ ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା ହୋଇଛି । କ୍ୱିନ ଫିଲ୍ମ ସଫଳତା ପରେ ଦୁହେଁ ଏକାଠି ହୋଇଥିିଲେ । ହେଲେ ହ୍ରିତିକ୍ ବିବାହ କରିବାକୁ ମନାକରିଦେଇଥିଲେ ।
(ସୌଜନ୍ୟ -ନବଭାରତ ଟାଇମ୍ସ )