ପ୍ରଭାସଙ୍କ ସବୁ ଫିଲ୍ମକୁ ମନ ଲଗେଇ ଦେଖୁଛନ୍ତି ଶ୍ରଦ୍ଧା ! କ’ଣ ରହିଛି ଏହାର ରହସ୍ୟ ?

95

04-Shraddha-kapoor-Wallpaper-Aashiqui-2ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଆଗାମୀ ଫିଲ୍ମ ହସିନା ପାରକର ରିଲିଜ ଅପେକ୍ଷାରେ । ଏହାସହ ସେ ସାଏଥ୍ ଇଣ୍ଡଷ୍ଟ୍ରିଜ୍ ରେ ମଧ୍ୟ ଧୁମ ମଚାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଶ୍ରଦ୍ଧା ‘ବାହୁବଳୀ’ ଫ୍ରେମ୍ ବାହୁବଳୀଙ୍କ ସହ ଏକ ପ୍ରୋଜେକ୍ଟ ‘ସାହୋ’ ପାଇଁ କାମ କରୁଛନ୍ତି । ଆଉ ମଧ୍ୟ ଶୁଣିବାକୁ ସେ ପ୍ରଭାସଙ୍କୁ ଇମ୍ପ୍ରେସ୍ କରିବାକୁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି । ଶ୍ରଦ୍ଧା ନିକଟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କି ସେ ‘ବାହୁବଳୀ’ସହ ଭେଟିବା ପାଇଁ ଖୁବ୍ ବ୍ୟାକୁଳ । ଶ୍ରଦ୍ଧା ମଧ୍ୟ ପ୍ରଭାସଙ୍କ ଇମ୍ପ୍ରେସ୍ କରିବା ପାଇଁ ପୁରାପୁରି ଲାଗିପଡିଛନ୍ତି । ଏଥିପାଇଁ ପ୍ରଭାସଙ୍କର ସବୁ ଫିଲ୍ମ ଦେଖିସାରିଲେଣି । କାରଣ ଏଥରୁ ସେ ବାହୁବଳୀଙ୍କର ବିଷୟରେ ସବୁ ଖବର ଜାଣିପାରିବେ ।

Shraddha-Prabhasରିପୋର୍ଟ ଅନୁସାରେ , ଫିଲ୍ମ ‘ସାହୋ’ରେ ଶ୍ରଦ୍ଧା କପୁର ଡବଲ ରୋଲରେ ନଜର ଆସୁଛନ୍ତି । ସେ ପ୍ରଭାସଙ୍କ ସହ ଆକ୍ସନ ସିନ୍ କରିବାରେ ମଧ୍ୟ ନଜର ଅସିପାରନ୍ତି । ଏହି ଫିଲ୍ମ ପାଇଁ ଶ୍ରଦ୍ଧା ଖୁବ୍ ପରିଶ୍ରମ କରୁଥିବାର ଶୁଣିବାକୁ ମିଳିଛି । ଏବଂ ତାଙ୍କର ସବୁ ଫୋକସ୍ ନିଜର ଶରୀରର ଓଜନ କମ୍ କରିବାରେ ରହିଛି । କାରଣ ଏହି ଫିଲ୍ମ ପାଇଁ ପୁରା ଫିଟ୍ ରହିବା ନିହାତି ଜରୁରୀ । ଆଉ ଏହାସହ ବାହୁବଳୀଙ୍କ ସହ ନଜର ଆସୁଛନ୍ତି । ଏଣୁ ସବୁ ଦିଗରୁ ଫିଟ୍ ରହିବା ନିହାତି ଜରୁରୀ ।

NBT-imageଖାଲି ଏତିକି ନୁହେଁ ଶ୍ରଦ୍ଧା ସାହୋ ପାଇଁ ତେଲୁଗୁ ଓ ତାମିଲ୍ ଭାଷା ମଧ୍ୟ ଶିଖୁଛନ୍ତି । ବାହୁବଳୀ ପରେ ପ୍ରଭାସଙ୍କ ଏହି ଫିଲ୍ମ ତେଲୁଗ୍ , ତାମିଲ୍ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ । ଫିଲ୍ମର ବଜେଟ୍ ପାଖାପାଖି ୧୫୦ କୋଟି ବୋଲି କୁହାଯାଉଛି । ଏବଂ ଏହି ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବାର ସୂଚନା ରହିଛି । ଆଉ ଶ୍ରଦ୍ଧା ବାହୁବଳୀଙ୍କ ସହ ନଜର ଆସୁଥିବାରୁ ଖୁବ୍ ଉତ୍ସାହିତ ହୋଇଛନ୍ତି ।