ଆଜି କିଙ୍ଗ୍ ଖାନଙ୍କର ଜନ୍ମଦିନ ! ଶୁଭେଚ୍ଛା ଜଣାଇବା ପାଇଁ ସେଲିବ୍ରିଟିଙ୍କର ଭିଡ଼

29

ଆଜି ବଲିଉଡ୍ ଷ୍ଟାର କିଙ୍ଗ୍ ଶାରୁଖାନଙ୍କ ଜନ୍ମ ଦିବସ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଶାରୁଖାନଙ୍କ ଜନ୍ମ ଦିବସ ପାଇଁ ଶୁୁଭେଚ୍ଛା ଜଣେଇବାକୁ ପଛେଇ ନାହାନ୍ତି ବଲିଉଡ୍ କଳାକାରମାନେ । ସେ ୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ୫୨ ବର୍ଷରେ ଏବେ ପାଦ ଦେଇଛନ୍ତି ଏହି ସୁପରଷ୍ଟାର । ଆଉ ଶାହାରୁଖ ଖାନଙ୍କର ଏହି ଜନ୍ମଦିନକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ।

ବହୁତ କଠିନ ପରିଶ୍ରମ କରି ଆଜି ବଲିଉଡର ସୁପରଷ୍ଟାର ପାଲଟିଛନ୍ତି । ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରଶଂସକ ଓ ସେଲିବ୍ରିଟିଙ୍କର ଭିଡ ଜମିଛି । କିଙ୍ଗଖାନ ମଧ୍ୟ ନିରାଶ କରିନଥାନ୍ତି କାହାକୁ । ସମସ୍ତଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ସେ କିଛି ପ୍ରତିବର୍ଷ ସମୟ ବାହାର କରିଥାନ୍ତି । ଘରର ବାଲକୁନି, ଏବଂ ସାମ୍ନା ଫାଟକ ପାଖକୁ ଆସି ଧନ୍ୟବାଦ ଜଣାଇଥାନ୍ତି ଲୋକଙ୍କୁ । ଅନେକ ପ୍ରଶଂସକଙ୍କ ସହ ଫଟୋ ମଧ୍ୟ ଉଠାଇଥାନ୍ତି ।

ଗତ ବୁଧବାର ମଧ୍ୟରାତ୍ରୀରେ ବଲିଉଡର ଲୋକପ୍ରିୟ କଳାକାର ଦୀପିକା ପାଦକୁନ, ଆଲିଆ ଭଟ୍ଟ , କାଟ୍ରିନା କୈଫ୍, କରନ୍ ଜୋହର, ସିଦ୍ଦାର୍ଥ ମଲହୋତ୍ରା ଓ ଫରହା ଖାନ ଆଦି ଆଲିବାଗରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି । କରନ ଜୋହର ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

ଶାହାରୁଖଙ୍କର ଏହି ଜନ୍ମଦିନ ପାର୍ଟିକୁ ତାଙ୍କ ସ୍ତ୍ରୀ ଗୌରୀ ଖାନ୍ ପ୍ରତିବର୍ଷ ଆୟୋଜନ କରିଥାନ୍ତି । ଯେଉଁଠାରେ କି ବଲିଉଡ୍ କଳାକାର ଏବଂ ତାଙ୍କ ସମ୍ପର୍କୀୟମାନେ ଯୋଗଦେଇ ଶୁଭେଚ୍ଛା ଜଣାଇଥାନ୍ତି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଶାହାରୁଖ ସାମ୍ବାଦିକଙ୍କ ପାଇଁ ଏକ ଫାଇଭଷ୍ଟାର ହୋଟେଲରେ ପାର୍ଟି ଆୟୋଜନ କରିଥାନ୍ତି ।