ଫୋର୍ବସର ସବୁଠାରୁ ଆୟକାରୀ ସେଲିବ୍ରିଟି ! ଶ୍ରେଷ୍ଠ ୧୦ରେ ଶାହାରୁଖ , ସଲମାନ ଓ ଅକ୍ଷୟ

49

ଫୋର୍ବସ ଦ୍ୱାରା ଜାରି ବିଶ୍ୱର ସବୁଠୁ ଆୟକାରୀ ଅଭିନେତାଙ୍କ ତାଲିକା ପ୍ରକାଶ ପାଇଛି ବଲିଉଡ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ ଖୁସି ଖବର ମନେହୋଇଛି । କାରଣ ବଲିଉଡର ସୁପରଷ୍ଟାର ଶାହାରୁଖ , ସଲମାନ ଖାନ୍ ଓ ଅକ୍ଷୟ କୁମାର ଏହି ତାଲିକାର ଶ୍ରେଷ୍ଠ ୧୦ ଭିତରେ ସ୍ଥାନ ପାଇଛନ୍ତି । ତାଲିକାର ଶୀର୍ଷରେ ଅଛନ୍ତି ‘ଡାଡିସ୍ ହୋମ୍ ୨’ ଓ ‘ଟାନ୍ସଫର୍ମର୍ସ : ଦ ଲାଷ୍ଟ ନାଇଟ୍’ ର ଅଭିନେତା ମାର୍କ ୱାଲବର୍ଗ ।

ଶାହାରୁଖ ୩କୋଟି ୮୦ ଲକ୍ଷ ଡଲାର(୨୪୩.୫୦କୋଟି) ଆୟ ସହିତ ତାଲିକାରେ ୮ମ ସ୍ଥାନରେ ଅଛନ୍ତି । ତାଙ୍କ ଆୟ ୩କୋଟି ୭୦ଲକ୍ଷ ଡଲାର (୨୩୭କୋଟି ଟଙ୍କା ) । ୩କୋଟି ୫୫ଲକ୍ଷ ଡଲାର (୨୨୭.୫କୋଟି ଟଙ୍କା) ଆୟ ସହିତ ଅକ୍ଷୟ କୁମାର ୧୦ମ ସ୍ଥାନରେ ଅଛନ୍ତି । ମାର୍କ ୱାଲବର୍ଗ ହଲିଉଡର ସବୁଠୁ ଅଦିକ ଆୟକାରୀ ସେଲିବ୍ରିଟି ହୋଇପାରିଛନ୍ତି । ତାଙ୍କ ବାର୍ଷିକ ଅ।ୟ ୬ କୋଟି ୮୦ଲକ୍ଷ ଡଲାର ।

ଫୋର୍ବସ ଅନୁଯାୟୀ ବୋଷ୍ଟନ ନିବାସୀ ଏହି ଅଭିନେତା ଏପର୍ଯ୍ୟନ୍ତ ସବୁଠୁ ଅଧିକ ଆୟ କରିଛନ୍ତି । ଗତ ବର୍ଷ ଶୀର୍ଷରେ ଅବିନେତା ଡ୍ୱେନ ଜନସନ ଥିଲେ । ‘ ଦ ରକ୍ ’ ନାମରେ ପ୍ରସିଦ୍ଧ ଡ୍ୱେନ ଜନସନ ଚଳିତ ବର୍ଷ ୬କୋଟି ୫୦ ଲ୩ ଡଲାର ଆୟ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ସ୍ଥାନରେ ‘ଦ ଫେଟ୍ ଅଫ୍ ଦ ଫ୍ୟୁରିୟସ୍’ ର ଅଭିନେତା ଭିନ୍ ଡିଜେଲ ଅଛନ୍ତି । ତାଙ୍କର ଚଳିତ ବର୍ଷର ଆୟ ୫ କୋଟି ୪୫ଲକ୍ଷ ଆମେରିକୀୟ ଡଲାର । ୫କୋଟି୫ଲକ୍ଷ ଡଲାର ସହ ଆଦାମ ସ୍ୟାଣ୍ଡଲର ୪ର୍ଥ ସ୍ଥାନରେ ଅଛନ୍ତି । ୪କୋଟି ୯୦ଲକ୍ଷ ଆମେରିକୀୟ ଡଲାର ଆୟ ସହିତ ଜ୍ୟାକିଚେନ୍ ୫ମ ସ୍ଥାନରେ ଅଛନ୍ତି ।

ତେବେ ତାଲିକାରେ ଆମିର ଖାନ୍ ସ୍ଥାନ ନପାଇବା ସମସ୍ତଙ୍କୁ ଚକିତ କରିଛି । ଗତବର୍ଷ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦଙ୍ଗଲ’ ଭାରତର ସବୁଠୁ ଆୟକାରୀ ସିନେମା ଥିଲା । କେବଳ ଚୀନରେ ଏହାର ୨ହଜାର କୋଟି ଟଙ୍କା ଆୟ କରିଥିଲା । ଗତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ଅମିତାଭ ବଚ୍ଚନ ବି ଏଥର ଶ୍ରେଷ୍ଠ ୨୦ରେ ସ୍ଥାନ ପାଇନାହାଁନ୍ତି । ଗତ କିଛି ଦିନ ତଳେ ଫୋବର୍ସର ଶ୍ରେଷ୍ଠ ଆୟକାରୀ ତଲିକା ପ୍ରକାଶ କରିଥିଲା । ଏଥିରେ ‘ଲା ଲା ଲ୍ୟାଣ୍ଡ’ ଚଳଚ୍ଚିତ୍ର ପାଇଁ ଅସ୍କାର ଜିତିଥିବା ଏମା ଷ୍ଟୋନ୍ ସବାଗ୍ରେ ଥିଲେ ।