ସଂଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ! ଚର୍ଚ୍ଚାରେ ସଂଜୟ-ମାଧୁରୀ ‘ଲଭ୍ ଷ୍ଟୋରୀ’

28

madhuri-sanjay-1465576522ଯେବେ ଠାରୁ ସଂଜୟ ଦତ୍ତଙ୍କ ବାୟୋପିକ୍ ର ସୁଟିଂ ଆରମ୍ଭ ହେଲାଣି , ସେବେଠାରୁ ଚର୍ଚ୍ଚାରେ ରହିଲେଣି ମାଧୁରୀ । ଆଉ ଏହାକୁ ମଧ୍ୟ ସମସ୍ତେ ଉତ୍ସାହର ସହ ଚାହିଁରହିଛନ୍ତି । ଏହି ଫିଲ୍ମରେ ସଂଜୟଙ୍କ ପ୍ରଫେସନାଲ ଲାଇଫ୍ , କୋର୍ଟ କଚେରୀ ମାମଲା ସହ ତାଙ୍କର ଲଭ୍ ଲାଇଫର ଝଲକ ମଧ୍ୟ ଦେଖିବାକୁ ମିଳିବ ।

ଆଉ ଏହାକୁ ନେଇ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ଭେଟିଛନ୍ତି । ତାଙ୍କୁ ନେଇ କୈାଣସି ଦୃଶ୍ୟ ନ ରଖିବାକୁ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ ସଂଜୟ ଦତ୍ତ ଜେଲଯିବା ପୂର୍ବରୁ ସଂଜୟ-ମାଧୁରୀ ବିଷୟରେ ଖୁବ୍ ଚର୍ଚ୍ଚା ଚାଲିଥିଲା । ଆଉ ଏବେ ସଂଜୟଙ୍କ ବାୟୋପିକ୍ ତିଆରି ଚାଲିଥିବା ବେଳେ ପୁଣି ସେହି ପ୍ରେମ ସଂପର୍କକୁ ନେଇ ଆଲୋଚନା ଚାଲିଛି ।