ଫିଲ୍ମ ‘ଭୂମି ’ର ନୂଆ ପୋଷ୍ଟର ଜାରି : ଭୟଙ୍କର ଅବତାରରେ ନଜର ଆସିଲେ ସଂଜୟ ଦତ୍ତ!

37

bhoomi---ବହୁଦିନ ପରେ ପୁଣି ମୁନ୍ନାଭାଇ ତଥା ସଂଜୟ ଦତ୍ତ ପରଦାକୁ ଓହ୍ଲାଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ଭୂମିକୁ ନେଇ ପ୍ରଶଂସକମାନେ ଖୁବ୍ ଉଲ୍ଲସିତ । କାରଣ ସଂଜୟ ଏଥିରେ ଦମଦାର୍ ଭୂମିକାରେ ନଜର ଆସୁଛନ୍ତି । ଏବେ ଫିଲ୍ମ ‘ଭୂମି’ର ନୂଆ ପୋଷ୍ଟର ଜାରି ହୋଇଛି । ଏଥିରେ ସଂଜୟ ଦତ୍ତ ଏକ ନୂଆ ଅବତାରରେ ନଜର ଆସୁଛନ୍ତି । ପୋଷ୍ଟରରେ ଖୁବ୍ ଭୟଙ୍କର ଦେଖାଯାଉଛନ୍ତି ।

ସଂଜୟ ଦତ୍ତ ଓ ଅଦିତୀ ରାଓ ହାଇଦରଙ୍କ ଫିଲ୍ମ ‘ଭୂମି’ର ଟ୍ରେଲର ଓ ଗୀତକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଯେଉଁଠି ଦର୍ଶକ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି , ସେଠାରେ ଫିଲ୍ମର ପ୍ରଯୋଜକ ଫିଲ୍ମର ଭୟଙ୍କର ପୋଷ୍ଟର ରିଲିଜ କରି ଦର୍ଶକଙ୍କୁ ଆହୁରି ରୋମାଂଚିତ କରିଛନ୍ତି । ଏବେ ରିଲିଜ ହୋଇଥିବା ପୋଷ୍ଟରରେ ସଂଜୟ ଦତ୍ତ ଖୁବ୍ ଭୟଙ୍କର ଅବତାରରେ ନଜର ଆସୁଛନ୍ତି । ଯିଏ ଦେଖିବ ଭୟଭୀତ ହୋଇଯିବ । ଏହି ପୋଷ୍ଟରକୁ ସଂଜୟ ଦତ୍ତ ନିଜ ଟ୍ୱିଟରରେ ସେୟାର କରି ଲେଖିଛନ୍ତି, ‘ଜଣେ ପିତାର ସ୍ନେହର କୈାଣସି ସୀମା ନଥାଏ ! ଏହା ଭୟଶୂନ୍ୟ ଓ ଭୟଙ୍କର ଅଟେ । ଭୂମିର ୪ର୍ଥ ପୋଷ୍ଟର ଜାରି – ’ ।

ନିକଟରେ ଏକ ସାକ୍ଷାତକାରରେ ଯେତେବେଳେ ଅଭିନେତ୍ରୀ ଅଦିତୀଙ୍କୁ ପଚରାଯାଇଥିଲା କି ତୁମେ କେଉଁ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ପସନ୍ଦ କରିବ , ତ ତାଙ୍କର ଜବାବ ଥିଲା , ସଂଜୟ ଲୀଲା ଭଂସାଲୀ, ମଣିରତ୍ନମ ଓ ବିଶାଲ ଭରଦ୍ୱାଜ । ଏଥିରୁ ଦୁଇ ଜଣଙ୍କ ସହ କାମ କରିସାରିଛି । ଆଉ ଜଣେ ଏବେ ବାକି ଅଛନ୍ତି ।