ପୁଣି ଧମାକା କରିବେ ମୁନ୍ନା ଭାଇ ! ଆସନ୍ତା ବର୍ଷ ଆସିବ ସଂଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ‘ସଡକ-୨’

56

୨୫ ବର୍ଷ ପୂର୍ବରୁ ୨୦ ଡିସେମ୍ବର ୧୯୯୧ରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟଙ୍କର ଫିଲ୍ମ ‘ସଡକ ’ ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ସିକ୍ୱେଲ ହେବାକୁ ଯାଉଛି । ଏହି ଫିଲ୍ମକୁ ମୁକେଶ ଭଟ୍ଟ ପ୍ରଡ୍ୟୁସ୍ କରୁଛନ୍ତି । ଫିଲ୍ମର ନିର୍ମାଣରେ ପୂଜା ଭଟ୍ଟ ମଧ୍ୟ ପ୍ରମୁଖ ଭୂମିକା ନିଭାଉଛନ୍ତି । ଏହି ସିକ୍ୱେଲ ଫିଲ୍ମଟିକୁ ସଂଜୟ ଦତ୍ତଙ୍କ ଜନ୍ମଦିନ ୨୯ ଜୁଲାଇର ତୁରନ୍ତ ରିଲିଜ କରାଯିବ ।

ଉଲ୍ଲେଖନୀୟ ଯେି ଏହି ଫିଲ୍ମରେ ସଂଜୟ ଦତ୍ତ ଏକ ଟ୍ୟାକ୍ସି ଡ୍ରାଇଭର ର ଭୂମିକାରେ ନଜର ଆସିବେ । ଯିଏ ନିଜର ଜୀବନ ସହ ଖେଳି ଜଣେ ମଣିଷର ଜୀବନ ବଂଚାଇଛନ୍ତି । ଫିଲ୍ମରେ ସଂଜୟଙ୍କ ପ୍ରେମିକାର ଭୂମିକା କରିଥିବା ପୂଜାଙ୍କ ଭୂମିକାରେ କିଛି ପରିବର୍ତ୍ତନ କରାଯାଇଛି । ଏଥିରେ ଆଉ ଏକ ଯୋଡି ମଧ୍ୟ ନଜର ଆସିବେ । ଯାହାଙ୍କ କାଷ୍ଟିଂ ହେବାରେ ବାକି ରହିଛି । ଏହି ଫିଲ୍ମର ଷ୍ଟୋରୀରେ ମହେଶ ଭଟ୍ଟ ଗତ ୩ ମାସ ରୁ କାମ ଆରମ୍ଭ କରିଥିଲେ । ମହେଶ କହିଛନ୍ତି ପୂଜା ସଂଜୟଙ୍କ ସହ ଭେଟ କରିବା ପରେ ଏହି ଷ୍ଟୋରୀ ଲେଖିବାକୁ କହିଥିଲେ ।

ମହେଶ ପୁଣି କହିଛନ୍ତି , ‘ ଗତ ଦୁଇ ତିନି ସପ୍ତାହର ଚର୍ଚ୍ଚା ସମୟରେ ମୋତେ ଲାଗିଲା କି କେମିତି ‘ନାମ୍’ ଫିଲ୍ମରେ କାମ କରିଥିବା ଯୁବକ ( ସଂଜୟ ଦତ୍ତ) ଏବେ ପରିପକ୍ୱ ମଣିଷ ପାଲଟି ଯାଇଛନ୍ତି । ସଡକରେ କାମ କରିଥିବା ସଂଜୟ ଦତ୍ତ ଓ ଆଜିର ସଂଜୟ ଭିତରେ ଖୁବ୍ ତଫାତ୍ ରହିଛି ଷ୍ଟୋରୀରେ ଇମୋଶନାଲ୍ କନେକ୍ଟର କ୍ଷମତା ରହିଛି । ଏହି ଫିଲ୍ମକୁ ମୁଁ ନିର୍ଦ୍ଦେଶନା ଦେବିନାହିଁ । ମୁଁ ସଂଜୟ , ମୁକେଶ ଓ ପୂଜା ଖୁବ୍ ଶୀଘ୍ର ନିର୍ଦ୍ଦେଶକ ଖୋଜିବୁ ।’