ସଲମାନ ଖାନ୍ ଓ ସୁରଜ ବଡଜାତ୍ୟା

35

source- google

ବଲିଉଡ ଅଭିନେତା ସଲମାନ ଖାନ୍ ଓ ରାଜଶ୍ରୀ ପ୍ରଡକସନର ସଂପର୍କ ଖୁବ୍ ପୁରୁଣା । ସଲମାନ ଏହି ପ୍ରଡକସନ ହାଉସରେ ମୈନେ ପ୍ୟାରþ କିୟାରୁ ନାୟକ ଭାବେ ବଲିଉଡ ଯାତ୍ରା ଆରମ୍ଭ କରିଥିଲେ । ଏହି ଫିଲ୍ମ ହିଁ ଦେଇଥିଲା ସଲମାନଙ୍କ କ୍ୟାରିୟରକୁ ନୂଆ ଦିଗ । ଶୁଣିବାକୁ ମିଳୁଛି ଏବେ ପୁଣି ସଲମାନ ଓ ରାଜଶ୍ରୀ ପ୍ରଡକସନର ଡାଇରେକ୍ଟର ସୁରଜ ବଡଜାତ୍ୟା ଏକାଠି କାମ କରିବାକୁ ଯାଉଛନ୍ତି । ସଲମାନ ସୁରଜଙ୍କୁ ଏକ ସ୍କ୍ରିପ୍ଟ ଲେଖିବାକୁ କହିଛନ୍ତି । ଯାହା ସବୁ ପଛ ଫିଲ୍ମଠାରୁ ଯେମିତି ଭିନ୍ନ ଧରଣର ହେବ । ସଲମାନ ମଧ୍ୟ ଶପଥ କରିଛନ୍ତି ସେ ସବୁ କାମ ଛାଡି କେବଳ ଏହି ଫିଲ୍ମ ଧ୍ୟାନ ଦେବେ । ଏହି ଅପକମିଙ୍ଗ ଫିଲ୍ମର ସୁଟିଂ ୨୦୧୭ରେ ଆରମ୍ଭ ହେବ ।

entertain- salman -suraj barjatya

ସଲମାନ ଖାନ ଓ ଡାଇରେକ୍ଟର ସୁରଜ ବଡଜାତ୍ୟାଙ୍କ ସଂପର୍କ ଖୁବ୍ ମଜବୁତ୍ ଏବଂ ଦୁଇଜଣ ଅନେକ ଥର ଏକାଠି କାମ କରିଛନ୍ତି । ନିକଟରେ ସୁରଜଙ୍କ କକା ପୁଅ ଭାଇ ରଜତ ବଡଜାତ୍ୟାଙ୍କ ଅଚାନକ ମୃତ୍ୟୁରେ ପ୍ରାର୍ଥନା ସଭାରେ ସଲମାନ ଖୁବ୍ ମର୍ମାହତ ହୋଇ ଯାଇଥିଲେ । ଏପରିକି ନିଜର ଲୁହକୁ ରୋକି ପାରିନଥିଲେ ।

source- google

ବର୍ତମାନ ସଲମାନ କବୀର ଖାନଙ୍କ ଆଗାମୀ ଫିଲ୍ମ ଟ୍ୟୁବଲାଇଟର ସୁଟିଂ ରେ ବ୍ୟସ୍ତ । ଏହାପୂର୍ବରୁ ସଲମାନ ଓ ସୁରଜ ଫିଲ୍ମ ପ୍ରେମ ରତନ ଧନ ପାୟୋରେ ନଜର ଆସିଥିଲେ ଫିଲ୍ମରେ ସୋନମ ଓ ସଲମାନଙ୍କ ଯୋଡି ଖୁବ୍ କମାଲ କରିଥିଲା ଏବଂ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା।