ସଲମାନଙ୍କୁ ଭୁଲିଗଲେ ସଂଜୟ ଦତ୍ତ ! ଏ ଘଟଣାରୁ ଏହାହିଁ ସ୍ପଷ୍ଟ

47

ଏବେ ବଲିଉଡର ଦୁଇ ପ୍ରମୁଖ ଲୋକପ୍ରିୟ ଷ୍ଟାରଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଚର୍ଚ୍ଚା ସେମାନଙ୍କ ମଧ୍ୟରେ ହୋଇଥିବା ସଂପର୍କରେ ତିକ୍ତତା ଯୋଗୁଁ ହିଁ ହୋଇଛି । ନିକଟରେ ଦୁହେଁ ପରସ୍ପରକୁ କୋଳାଗ୍ରତ କରି ନିଜ ଭିତରେ ଥିବା ଦୂରତାକୁ ଭୁଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜଣାପଡୁଛି ଏ ଚେଷ୍ଟା ସେତେଟା ସଫଳ ହୋଇନି । ପୁଣି ଦୁହିଁଙ୍କ ଭିତରେ ପୁଣି କୋଲ୍ଡ ୱାର ଚାଲିଥିବାର ଖବର ମିଳିଛି ।

salman-dutt-1468757205ଆପଣ ବୁଝି ସାରିଥିବେ ଆମେ କାହା କଥା କହୁଛୁ । ହଁ ସେ ଦୁହେଁ ହେଲେ ବଲିଉଡର ସଂଜୁ ବାବା ସଂଜୟ ଦତ୍ତ ଓ ଭାଇଜାନ ସଲମାନ ଖାନ । ନିକଟରେ ଏମିତି କିଛି ଖବର ସାମ୍ନାକୁ ଆସିଛି , ଯେଉଁଥିରୁ ଜାଣିବାକୁ ମିଳିଛି ଯେ , ସଂଜୟ ଏବେ ସୁଦ୍ଧା ସଲମାନଙ୍କ ପ୍ରତି ବନ୍ଧୁତା ଭାବ ରଖିନାହାଁନ୍ତି । କିନ୍ତୁ ଏକ ସାକ୍ଷାତକାରରେ ସଲମାନଙ୍କ ପାଇଁ ଖୁବ୍ ସ୍ନେହ ଦେଖାଇଥିଲେ ସଂଜୟ ଦତ୍ତ । ଆଉ ସର୍ବସମ୍ମୁଖରେ ନିଜର ଭାଇ ବୋଲି କହିଥିଲେ । କିନ୍ତୁ ସଂଜୟଙ୍କର ମନୋବୃତ୍ତିରେ କୈାଣସି ପରିବର୍ତ୍ତନ ହୋଇନଥିବା ମନେହୋଇଛି ।

salman-ପ୍ରକୃତରେ ନିଜର କମବ୍ୟାକ୍ ଫିଲ୍ମ ‘ଭୂମି’ର ସ୍କ୍ରିନିଂ ଉପରେ ସଂଜୟ ଦତ୍ତ ଶାହାରୁଖ ଖାନଙ୍କ ସମେତ ବଲିଉଡର ଅନେକ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ନିଜର ଭାଇ ସଲମାନଙ୍କୁ ଡାକିନଥିଲେ । ସଂଜୟ ଦତ୍ତ ଓ ସଲମାନ ମୁକେଶ ଅମ୍ବାନୀଙ୍କ ଘରେ ହୋଇଥିବା ଗଣପତି ଉତ୍ସବରେ ପରସ୍ପରକୁ କୋଳାଗ୍ରତ କରିଥିଲେ । କିନ୍ତୁ ଏହି ସଂପର୍କର ଚର୍ଚ୍ଚା କିଛି ସମୟ ପାଇଁ ଥିଲା । ସୂଚନା ଯେ, ସଂଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ଭୂମିର ପ୍ରିମିୟରରେ ସଲମାନ ଖାନଙ୍କୁ ଡକାଯାଇନଥିଲା । ଏଚ୍ଛିରୁ ଜଣାପଡିଛି ସେମାନେ ସିନା ପରସ୍ପରକୁ ବନ୍ଧୁ ବୋଲି କହିଛନ୍ତି । ହେଲେ ଦୁହିଁଙ୍କର ବିବାଦ ଏବେ ବି ଅତୁଟ ରହିଛି।

sanjay-dutt-story-647_041216023639ମିଳିଥିବା ସୂଚନା ଅନୁସାରେ,୨୦ ତାରିଖ ଦିନ ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଭବ୍ୟ ପ୍ରିମିୟର ରଖିଛନ୍ତି । ‘ଭୂମି’ର ଏହି ସ୍ପେଶାଲ ସ୍କ୍ରିନିଂରେ ଆମିର୍ ଖାନ୍ , ଶାହାରୁଖ ଖଅନ୍ , ବିନ୍ଦୁ ବିନୋଦ ଚୋପ୍ରା , ରଣବୀର କପୁର , ସୁନିଲ୍ ଓ ମାନ୍ୟତା ଶେଟ୍ଟି , ରାଜକୁମାର ହିରାନୀ , କରଣ ଜୋହର, ସୋନାକ୍ଷୀ ଓ ଶତ୍ରୁଘ୍ନ ସିହ୍ନା , ଅଜୟ ଦେବଗନ ଓ କାଜଲ, ଅଭିଷେକ ଓ ଐଶ୍ୱର୍ଯ୍ୟା ଭଳି ଷ୍ଟାରମାନଙ୍କୁ ଡକାଯାଇଛି । ଏବେ ଏହି ବିଷୟରେ ସଂଜୟ ଦତ୍ତଙ୍କୁ ପଚାରାଯିବାରୁ ସେ କହିଥିଲେ , ‘ସଲମାନ ବ୍ୟସ୍ତ ଅଛନ୍ତି ଓ ମୁଁ ମଧ୍ୟ ବ୍ୟସ୍ତ ଅଛି । ଆମେ ଦୁହେଁ ଭେଟ ହୋଇପାରିବୁନି । ସେ ତ ମୋର ଭାଇ ଭଳି ।’

ପ୍ରକୃତରେ ସଂଜୟ ସଲମାନଙ୍କୁ ଜେଲରେ ରହିବା ଦିନ ଠାରୁ ସଂପର୍କ ତୁଟେଇଛନ୍ତି । କାରଣ ସଲମାନ ବ୍ୟସ୍ତ ଥିବା ଯୋଗୁୁଁ ସଂଜୟଙ୍କୁ ଜେଲରେ ଭେଟିବାକୁ ଯାଇନଥିଲେ ଓ ସଂଜୟ ଜେଲରୁ ଫେରିଲା ବେଳେ ମଧ୍ୟ ସଂଜୟଙ୍କୁ ଭେଟିନଥିଲେ । ଏହା ସଂଜୟଙ୍କୁ ଖରାପ ଲାଗିଥିଲା । ଆଉ ମଧ୍ୟ ଖବର ମିଳିଥିଲା ଯେ,କୈାଣସି ଏକ ପାର୍ଟିରେ ଦୁହିଁଙ୍କର ଯୁକ୍ତିତର୍କ ହୋଇନଥିଲା । ସଂଜୟ ସଲମାନଙ୍କୁ ଏରୋଗାଣ୍ଟ ବୋଲି କରିଥିଲେ । ଏଥିରୁ ଜଣାପଡୁଛି ମିଡିଆ ସାମ୍ନାରେ ସିନା ଦୁହେଁ ପରସ୍ପରକୁ ଭାଇ ବୋଲି କହୁଛନ୍ତି , କିନ୍ତୁ ମାମଲା କିଛି ଅଲଗା ଥିବା ଜଣାପଡିଛି ।
(ସୌଜନ୍ୟ- ଫିଲ୍ମବିଟ୍)