ଆସନ୍ତା ବର୍ଷ ଆରମ୍ଭ ହେବ ‘ଦବଙ୍ଗ-୩’ର ସୁଟିଂ : ଆଇଟମ୍ ନମ୍ବରରେ ନଜର ଆସିପାରନ୍ତି ସନ୍ନି ଲିୟୋନୀ

26

ଚୁଲବୁଲ ପାଣ୍ଡେ ଅର୍ଥାତ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏଣିକି ଖୁସି ଖବର । ସୁପରହିଟ୍ ଚଳଚିତ୍ର ଦବଙ୍ଗ ସିରିଜର ତୃତୀୟ ଚଳଚିତ୍ର ଆଗାମୀ ବର୍ଷର ମଧ୍ୟଭାଗରେ ଆରମ୍ଭ ହେବ । ପ୍ରଯୋଜକ ଅରବାଜ ଖାନ ଏହି ଟିପ୍ପଣୀ ଦେଇଛନ୍ତି । ଏହାସହ ଏହି ଚଳଚିତ୍ରରେ ସନ୍ନି ଲିୟୋନୀ ଆଇଟମ ଡ୍ୟାନ୍ସ କରିବେ ବୋଲି ମତ ଦେଇଛନ୍ତି ।

ନିଜର ଆଗାମୀ ଚଳଚିତ୍ର “ତେରା ଇନ୍ତଜାର” ପ୍ରମୋଶନ ସମୟରେ ଅରବାଜ ଖାନ ଦବଙ୍ଗ-୩ ଚଳଚିତ୍ରର ଖୁଲାସା କରିଥିଲେ । ସେ ଏଠାରେ କହିଛନ୍ତି ଯେ , ମୁଁ କାହାଣୀ ଉପରେ କାମ କରିବା ଆରମ୍ଭ କରିସାରିଲିଣି । ଏହି ଚଳଚିତ୍ରର ସୁଟିଂ ୨୦୧୮ର ମଧ୍ୟରେ ଆରମ୍ଭ ହୋଇପାରେ । ମାତ୍ର ଏହି ଚଳଚିତ୍ରର ହିରୋଇନଙ୍କ ସମ୍ବନ୍ଧିତ କୌଣସି ଫାଇନାଲ ହୋଇନଥିବା ଅରବାଜ ପ୍ରକାଶ କରିଛନ୍ତି । ପୂର୍ବ ଦବଙ୍ଗ-୨ ସିରିଜରେ ସୋନାକ୍ଷୀ ସିହ୍ନା ମୁଖ୍ୟ ନାୟିକା ରୂପେ ଥିଲେ । ଏମି ଜ୍ୟାକସନଙ୍କୁ ୩ୟ ସିରିଜରେ ମୁଖ୍ୟ ଭୂମିକାରେ ନେବା ପାଇଁ ଜୋରଦାର ଚର୍ଚ୍ଚା ଚାଲିଛି ଏବଂ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଅତିଥି କଳାକାର ଭାବେ ନଜର ଆସିପାରନ୍ତି ।