ଫିଲ୍ମ ‘ଟ୍ୟୁବଲାଇଟ’ କାହିଁକି ହେଲା ଫ୍ଲପ୍ ? ଏହାର କାରଣ କହିଲେ ସଲମାନଙ୍କ ପିତା ସଲିମ୍ ଖାନ !

85

Salim-Khanଏହି ବର୍ଷ ବଲିଉଡର ବିଗ୍ ବଜେଟ୍ ଫିଲ୍ମ ସବୁ ମାନ୍ଦା ପଡିଗଲେ । ସେମିତି କିଛି ଖାସ୍ ପ୍ରଭାବ ଦେଖେଇପାରିଲେ ନାହିଁ । ନିରାଶ ହେଲେ ଦର୍ଶକ । ଦର୍ଶକ ଯାହା ଆଶା କରଥିିଲେ ତାହା ଫିଲ୍ମରୁ ପାଇପାରିଲେ ନାହିଁ । ଏହାର ପ୍ରକୃତ ରାଜ୍ କ’ଣ ହୋଇପାରେ । ଇଦ୍ ଅବସରରେ ରିଲିଜ୍ ହୋଇଥିବା ସଲମାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ୍’ ହେଉ ବା ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ‘ଜବ୍ ହାରି ମେଟ୍ ସେଜଲ’ ହେଉ ଷ୍ଟାର ଅଭିନେତାଙ୍କର ବିଗ୍ ବଜେଟରେ ତିଆରି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା ।

salman-khan-75919ଚଳିତି ବର୍ଷର ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ଫିଲ୍ମରେ ସବୁ ମସଲା ଥିଲା , ଯାହା ଅନ୍ୟ ହିଟ୍ ଫିଲ୍ମରେ ରହେ । ଆକ୍ସନ , ରୋମାନ୍ସ , ଫାଇଟ୍ ସବୁକିଛି ଥିଲା ଫିଲ୍ମ ଗୁଡିକରେ । କିନ୍ତୁ ସବୁ ମନୋରଂଜନର ଖୋରାକ୍ ଥିବା ସତ୍ୱେ ଫିଲ୍ମ ଚାଲିନଥିଲା । ଶୋଲେ , ତ୍ରିଶୂଲ ଓ ଦୀୱାର ଭଳି ଅନେକ ସୁପରହିଟ୍ ଫିଲ୍ମର ଲେଖକ ଓ ସଲମାନ ଖାନଙ୍କ ପିତା ସଲିମ୍ ଖାନ ବିଗ୍ ବଜେଟର ଏହି ଫିଲ୍ମ ଫ୍ଲପ୍ ହେବାର କାରଣ ବତାଇଛନ୍ତି । ବିଗ୍ ବଜେଟ ଓ ବଡ ଷ୍ଟାରକାଷ୍ଟ ଥିବା ସତ୍ୱେ କାହିଁକି ଫିଲ୍ମ ହୋଇଥିଲା ଫ୍ଲପ।

ସଲମାନଙ୍କ ପିତା ତଥା ଫିଲ୍ମ ଲେଖକ ସଲିମ ଦେଇଛନ୍ତି ନିଜ ମତ । ନିଜ ପୁଅ ସଲମାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ’ ନ ଚାଲିବାର କାରଣକୁ ନେଇ ସଲିମ କହିଛନ୍ତି , ‘ଏହି ଫିଲ୍ମରେ ସଲମାନ ଖାନ ଯେଉଁ ଭୂମିକାରେ ନଜର ଆସିଛନ୍ତି , ସେଥିରେ ସେ ଫିଟ୍ ଲାଗୁନଥିଲେ । ସଲମାନଙ୍କ ପ୍ରଶଂସକମାନେ ତାଙ୍କୁ ମାଡ ଖାଉଥିବାର ଓ କାନ୍ଦୁ ଥିବାର ଦେଖିବାକୁ ଚାହାନ୍ତି ନାହିଁ । ଯାହା ଫିଲ୍ମ ‘ଟ୍ୟୁବଲାଇଟ’ ରେ ସଲମାନଙ୍କ କ୍ଷେତ୍ରରେ ହୋଇଥିଲା । ଏଣୁ ଏହି କାରଣରୁ ଫିଲ୍ମରେ ସଲମାନଙ୍କ ଚରିତ୍ରର ଦମ୍ ରହିଲା ନାହିଁ।’ ଫିଲ୍ମ ‘ଟ୍ୟୁବଲାଇଟ’ ଫ୍ଲପ୍ ହେବା ନେଇ ସଲିମ୍ କହିଛନ୍ତି, ‘ଏହା ଭଲ ଫିଲ୍ମ ନଥିଲା । ’ ତାଙ୍କର କହିବା ହେଲା ଭଲ ଲେଖକଙ୍କର ଅଭାବ ଯୋଗୁଁ ଆଜିକାଲି ଏମିତି ଫିଲ୍ମ ସବୁ ତିଆରି ହେଉଛି । ଆଗରୁ ଲୋକେ ଭଲ ପୁସ୍ତକ ପଢୁଥିଲେ । ଭଲ କାହାଣୀ ଚୟନ କରୁଥିଲେ । ଏବେ ଏହାର ଅଭାବ ଲେଖକଙ୍କ ଠାରେ ଦେଖାଦେଇଛି ।’

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଟୟଲେଟ୍ : ଏକ୍ ପ୍ରେମ କଥା’ ହିଟ୍ ସାବ୍ୟସ୍ତ ହେବାର ପ୍ରଶ୍ନର ଉତ୍ତରରେ ସଲିମ ଅକ୍ଷୟଙ୍କୁ ତାରିଫ୍ କରିଥିଲେ ଏବଂ କହିଥିଲେ ‘ଅକ୍ଷୟ କୁମାର ବଲିଉଡରେ ନିଜ ଭିତରେ ଶୀଘ୍ର ସୁଧାର ଆଣିବାର ଜଣେ ଭଲ କଳାକାର । ଅକ୍ଷୟ ନିଜ ଭିତରେ ଆମିର ଖାନ୍ , ଅଜୟ ଦେବଗନ୍ ଓ ସଲମାନଙ୍କ ଠାରୁ ବେଶୀ ପରିବର୍ତ୍ତନ ଆଣିଛନ୍ତି । ଆଜି ସେ ଏମିତି ଜଣେ ଅଭିନେତା ହୋଇଯାଇଛନ୍ତି , ଯିଏ ପ୍ରତି ଚରିତ୍ରରେ ଫିଟ୍ ନଜର ଆସୁଛନ୍ତି । ଏହି କାରଣରୁ ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରୁଛି ।’