ଥଣ୍ଡା ପଡ଼ିନି କ୍ୟାଟ୍ – ଦୀପିକାଙ୍କ ଶୀତଳ ଯୁଦ୍ଧ ! କ୍ୟାଟ୍ରିନାଙ୍କ ସହ ଫିଲ୍ମ କରିବାକୁ ମନା କଲେ ରଣବୀର ସିଂହ

29

ଦୀପିକା ପାଦୁକୋନ୍ ଓ କ୍ୟାଟ୍ରିନା କୈଫଙ୍କ ଭିତରେ ସର୍ବଦା ଶୀତଳ ଯୁଦ୍ଧ ଲାଗି ରହିଥାଏ । ଏହା ସମସ୍ତେ ଜାଣନ୍ତି । ରଣବୀର କପୁରଙ୍କୁ ନେଇ ଦୁହିଁଙ୍କ ଭିତରେ ଏହି ତିକ୍ତତା ସୃଷ୍ଟି ହୋଇଥିଲା । ଏବେ ଦୁହେଁ ରଣବୀର କପୁରଙ୍କ ଜୀବନରୁ ବାହାରି ସାରିଛନ୍ତି । କିନ୍ତୁ ଶୀତଳ ଯୁଦ୍ଧ ବନ୍ଦ ହୋଇନି । ଏମାନଙ୍କ ଭିତରେ ସବୁ କିଛି ଠିକଠାକ୍ କରିବାକୁ ଚେଷ୍ଟା କରିଥିଲେ ଦୀପିକାଙ୍କ ବୟଫ୍ରେଣ୍ଡ ରଣବୀର ସିଂହ । ତେଣୁ ମନେକରାଯାଉଥିଲା ଯେ ବଲିଉଡରେ ଏହି ଦୁଇ ଆଗଧାଡିର ନାୟିକାଙ୍କ ମଧ୍ୟରେ ସବୁ କିଛି ଠିକଠାକ୍ ହୋଇଗଲାଣି ।

ଏପଟେ ଏବେ ଶୁଣାଯାଉଛି କ୍ୟାଟଙ୍କ ସହିତ ଫିଲ୍ମ ଅଫରକୁ ରଣବୀର ସିଂହ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଦୀପିକାଙ୍କୁ ଖୁସି କରିବାକୁ ରଣବୀର ଏପରି କରିଥିବା ଅନୁମାନ କରାଯାଉଛି । ଏଥିରୁ ଜଣାପଡୁଛି ଯେ ଏହି ଦୁଇ ସୁନ୍ଦରୀଙ୍କ ଶୀତଳ ଯୁଦ୍ଧ ଥଣ୍ଡା ପଡ଼ିନି । ମିଳିଥିବା ସୂଚନା ଅନୁଯାୟୀ ‘ବାର୍ ବାର୍ ଦେଖୋ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ନିତ୍ୟା ମେହେରା ନିକଟରେ ରଣବୀରଙ୍କୁ କ୍ୟାଟଙ୍କ ବିପକ୍ଷରେ ଏକ ଫିଲ୍ମର ପ୍ରସ୍ତାବ ଦେଇଥିଲେ । କିନ୍ତୁ ରଣବୀର ଏହି ପ୍ରସ୍ତାବ ଗ୍ରହଣ କରିବାକୁ ମନା କରିଦେଇଥିଲେ ।